ଭୁବନେଶ୍ୱର: ଜ୍ଞାନ, ବୁଦ୍ଧି, ସଙ୍ଗୀତ ଓ କଳାର ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀଙ୍କ ବନ୍ଦନାରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସଂଧ୍ୟା। ତାଳ ଝମ୍ପା ଓ ରାଗ କେଦାରରେ ନୃତ୍ୟଶିଳ୍ପୀ ସ୍ୱପ୍ନାରାଣୀ ସିହ୍ନା, ଅନିଷା ସିହ୍ନା ଓ ତମନ୍ନା ପାତ୍ରଙ୍କ ମା’ ସରସ୍ୱତୀଙ୍କୁ ଅର୍ପିତ ଏହି ମଙ୍ଗଳାଚରଣ ନୃତ୍ୟ ବେଶ୍ ଚମତ୍କାର ଥିଲା। ଅବସର ଥିଲା ‘ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ’ ଓ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ହରାଇଜନ୍ ସିରିଜ୍’। ପରେ ‘ଚକ୍ରବାକ ପଲ୍ଲବୀ’, ସୂର୍ଯ୍ୟସ୍ତୁତି ଆଧାରିତ ‘ସୂର୍ଯ୍ୟାଷ୍ଟକ’ ଓ ଶିବ ଶଙ୍କରଙ୍କ ଉପାସନାକୁ ନେଇ ‘ଶିବ ଷଡ଼ାକ୍ଷର ସ୍ତୋତ୍ର’ ନୃତ୍ୟାଭିନୟ ପରିବେଷିତ ହୋଇଥିଲା। ଏନ୍ଟିପିସିର ସହକାରୀ ମୁଖ୍ୟ ପରିଚାଳକ ସୋମନାଥ ଦାସ, ଗୁରୁ ଦୁର୍ଗାଚରଣ ରଣବୀର ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରିଷଦର ଆଞ୍ଚଳିକ ଅଧିକାରୀ ବଲବୀର ସିଂହ ନେଗି ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ନୃତ୍ୟରେ ସରସ୍ୱତୀ ବନ୍ଦନା
/sambad/media/post_attachments/wp-content/uploads/2018/09/ICCR-Dance-at-Rabindra-Mandap.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)