ଭୁବନେଶ୍ୱର: ପରିବାର ସହ ମଧ୍ୟାହ୍ନ ଭୋଜନ ସାରି ଦିନ ଦୁଇଟାରୁ ଡ୍ୟୁଟିରେ ଯୋଗ ଦେଇଥିଲେ। ରାତି ୧୦ଟାରେ ଡ୍ୟୁଟି ସରିଲେ ପହଞ୍ଚିବା ବେଳକୁ ସାଢ଼େ ଦଶ କି ୧୧ଟା ହେବ ବୋଲି କହି ଆସିଥିଲେ। ହେଲେ ବିଧିର ବିଧାନ ଥିଲା ଅଲଗା। ପାଟ୍ରୋଲିଂ କରୁଥିବା ବେଳେ ପିସିଆର ଭ୍ୟାନ୍ ଭିତରେ ଟଳି ପଡ଼ିଲେ। ମେଡିକାଲ ପହଞ୍ଚିବା ପରେ ଡାକ୍ତର କହିଲେ ‘ଆାଉ ଜୀବନ ନାହିଁ’। ସନ୍ଧ୍ୟା ସାଢ଼େ ୭ଟା ବେଳେ ଏହି ଅଘଟଣ ଘଟିଛି। ମୃତକ ହେଉଛନ୍ତି ଖାରବେଳ ନଗର ଥାନା ଅଧୀନ ଭୌମନଗର ଫାଣ୍ଡିରେ କନଷ୍ଟେବଳ ଭାବେ କାମ କରୁଥିବା ସୁଶାନ୍ତ ଗୁରୁ (୪୫)। ତାଙ୍କ ଘର ଜଗତ୍ସିଂହପୁରରେ। ସେ ୟୁନିଟ୍-୯ରେ ଥିବା ସରକାରୀ କ୍ବାର୍ଟର୍ସରେ ସପରିବାର ରୁହନ୍ତି। ଘରେ ପତ୍ନୀଙ୍କ ସହ ଦଶମ ଶ୍ରେଣୀରେ ପଢ଼ୁଥିବା ପୁଅ ଅଛନ୍ତି। ଖବର ପାଇ କମିସନରେଟ୍ ପୁଲିସରେ କାର୍ଯ୍ୟରତ ତାଙ୍କ ଭାଇଙ୍କ ସମେତ ଖାରବେଳ ନଗର ଥାନା ଆଇଆଇସି ବିଶ୍ବରଞ୍ଜନ ସେନାପତି, କ୍ୟାପିଟାଲ ଥାନା ଭାରପ୍ରାପ୍ତ ଆଇଆଇସି ଗିରିଜା ଚକ୍ରବର୍ତ୍ତୀ, ଏସିପି ବିଷ୍ଣୁପ୍ରସାଦ ପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଶେଷ ଦର୍ଶନ କରିଛନ୍ତି।
ପିସିଆର୍ ଭ୍ୟାନ ଭିତରେ ଟଳି ପଡ଼ିଲେ କନଷ୍ଟେବଲ୍
/sambad/media/post_attachments/wp-content/uploads/2018/05/PCR-Van.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)