ଭୁବନେଶ୍ୱର: ସହିଦ ନଗରସ୍ଥିତ ଭାରତୀୟ ଜୀବନ ବୀମା ନିଗମ ପେନସନ୍ ଓ ଗୋଷ୍ଠୀ ବୀମା କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ମାସ ପାଳନ ଉତ୍ସବ ଆଜି ଆୟୋଜିତ ହୋଇଯାଇଛି। ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଲକ୍ଷ୍ମୀ ପ୍ରସାଦ ଦାସ ଏହାକୁ ଉଦ୍ଘାଟନ କରିଥିଲେ। ଗୋଷ୍ଠୀ ବୀମା କାର୍ଯ୍ୟାଳୟର ମଣ୍ଡଳ ପ୍ରବନ୍ଧକ ପ୍ରଫୁଲ୍ଲ କୁମାର ସେଠୀ, ବିପଣନ ପ୍ରବନ୍ଧକ ଅନନ୍ତ ଭୂଷଣ ରଥ, ସତ୍ୟବ୍ରତ ପଟ୍ଟନାୟକ ଏବଂ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିଲେ। ପ୍ରବନ୍ଧକ ପ୍ରଶାସକ ମଧୁସୂଦନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଭାରତୀୟ ଜୀବନ ବୀମା ନିଗମ ପେନସନ୍ ଓ ଗୋଷ୍ଠୀ ବୀମା କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ମାସ ପାଳନ
/sambad/media/post_attachments/wp-content/uploads/2017/10/dd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)