ଭୁବନେଶ୍ବର: ହାସ୍ୟରସରେ ଦର୍ଶକଙ୍କୁ ବେଶ୍ ହସାଇଥିଲା। ଏଥିସହ ବାର୍ତ୍ତାଟିଏ ମଧ୍ୟ ବହନ କରୁଥିଲା। ଭଞ୍ଜକଳା ମଣ୍ଡପରେ ଲାବଣ୍ୟ ଥିଏଟର ପକ୍ଷରୁ ପରିବେଷିତ ଦିଲ୍ଲୀପ ବଳବନ୍ତରାୟଙ୍କ ରଚିତ ହାସ୍ୟ ରସାତ୍ମକ ନାଟକ ‘ଧନହାନି ପ୍ରାଣପୀଡ଼ା’ ଦର୍ଶକଙ୍କ ଦୈନନ୍ଦିନ ଜୀବନର ବ୍ୟସ୍ତତାରୁ ମୁକୁଳାଇବାରେ କିଛି ମାତ୍ରାରେ ସହାୟକ ହୋଇଥିଲା। ଉପେନ୍ଦ୍ର, କିଶୋର, ଗୋବିନ୍ଦ, ବଟିଆ, ପ୍ରଦୀପ, ରମଣୀ ଓ ପିହୁ ପ୍ରମୁଖ ନାଟକର ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ। ଆଜିର ସଂଧ୍ୟାରେ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ମିହିର ମେହେର, ନାଟ୍ୟ ବ୍ୟକ୍ତିତ୍ବ ଶରତ ମାଝି, ଅଭିନେତା ବନମାଳୀ ପାଣ୍ଡିଆ ଓ ପ୍ରିୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ନାଟ୍ୟ ସଂସ୍ଥାର ଉପସଭାପତି ବିଭୁତି ଭୂଷଣ ଚମ୍ପତି, ସମ୍ପାଦକ ସତ୍ୟନାରାୟଣ ଜେନା, ଯୁଗ୍ମ ସଂପାଦକ ନିରଞ୍ଜନ ମହାରଥୀ ଓ କୋଷାଧ୍ୟକ୍ଷ କବିରାଜ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ମଞ୍ଚସ୍ଥ ହେଲା ହାସ୍ୟ ରସାତ୍ମକ ନାଟକ ‘ଧନହାନି ପ୍ରାଣପୀଡ଼ା’
/sambad/media/post_attachments/wp-content/uploads/2019/08/zddfgdgsdvvavav.jpg)