ଭୁବନେଶ୍ବର : ବିଏମ୍ସିର ‘ମୋ ଖତ’ ଯୋଜନାକୁ ବର୍ଷେ ପୂରିଛି। ବିଭିନ୍ନ ମୋ ଖତ କାଉଣ୍ଟର୍ରେ ସ୍ବଚ୍ଛସାଥୀଙ୍କ ଦ୍ବାରା ଏହି ବର୍ଷ ପୂର୍ତ୍ତି ପାଳନ ହୋଇଛି। ଏ ନେଇ ଡେପୁଟି କମିସନର(ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି, ଭୁବନେଶ୍ବରକୁ ଗ୍ରିନ୍ ଭୁବନେଶ୍ବର କରିବା ପାଇଁ ଆହୁରି ଅନେକ ବାଟ ଯିବାକୁ ଅଛି। ଆବର୍ଜନାକୁ ପରିଚାଳନା କରି ତିଆରି କରାଯାଉଥିବା ମୋ ଖତ ଯୋଜନା ଏହି ପ୍ରୟାସର ଆରମ୍ଭମାତ୍ର। ଗୋଟିଏ ବର୍ଷ ମଧ୍ୟରେ ୪୦ ମେଟ୍ରିକ ଟନ୍ ମୋ ଖତ ବିକ୍ରି ସରିଛି। ଆବର୍ଜନା ପୃଥକ୍ କରି ବିଏମ୍ସିକୁ ଦେଉଥିବା ଜନସାଧାରଣଙ୍କ ସହଯୋଗ ସହ ପରିମଳ ବିଭାଗ ଓ ସ୍ବଚ୍ଛ ସାଥୀଙ୍କର ଅବଦାନ ଯୋଗୁଁ ଏହି ସଫଳତା ମିଳିଛି। ଗତବର୍ଷ ଜାନୁଆରିରେ ‘ମୋ ଖତ’ର ଶୁଭାରମ୍ଭ କରାଯାଇଥିଲା। ଏଥିରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାରୀ ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ। ଏଣୁ ରେକର୍ଡ ପରିମାଣର ଖତ ବିକ୍ରି ସମ୍ଭବ ହେଲା ବୋଲି ସେ କହିଛନ୍ତି।
ମୋ ଖତକୁ ବର୍ଷେ ପୂରିଲା: ବର୍ଷକରେ ୪୦ ମେଟ୍ରିକ ଟନ୍ ବିକ୍ରି
/sambad/media/post_attachments/wp-content/uploads/2021/01/Mo-Khata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)