ଭୁବନେଶ୍ବର,: କ୍ୟାପିଟାଲ ହସ୍ପିଟାଲରୁ ଗଡ଼ିଲା ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନ। ଆଇସିଆଇସିଆଇ ବ୍ୟାଙ୍କ ଓ ଆଇସିଆଇସିଆଇ ଫାଉଣ୍ଡେସନ୍ ସହାୟତାରେ ଏହି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ କ୍ୟାପିଟାଲ ହସ୍ପିଟାଲକୁ ଯୋଗାଇ ଦିଆଯାଇଛି। ଗୁରୁବାର ହସ୍ପିଟାଲ ପରିସରରେ ସାଂସଦ ଅମର ପଟ୍ଟନାୟକ ପତକା ହଲାଇ ଏହାକୁ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ କମିସନରେଟ୍ ପୁଲିସ୍ ଓ କ୍ୟାପିଟାଲ ହସ୍ପିଟାଲର ସହାୟତାରେ ଏକ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା। ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କର ଜୋନାଲ ମୁଖ୍ୟ ପ୍ରଦୋଷ ରାଉତ, ଆଞ୍ଚଳିକ ମୁଖ୍ୟ ଗୁଲାବ କେଶରୀ, ଆଇସିଆଇସିଆଇ ଫାଉଣ୍ଡେସନ୍ର ମୁଖ୍ୟ ସଂଜୁକ୍ତା ମହାପାତ୍ର, ଆଞ୍ଚଳିକ ମୁଖ୍ୟ ଅରୂପ ମହାପାତ୍ର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ, ରକ୍ତଭଣ୍ଡାରର ଅଧିକାରୀ ଦେବାଶିଷ ମିଶ୍ର, କମିସନରେଟ୍ ପୁଲିସ୍ ତରଫରୁ ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/54-3.jpg)