ଭୁବନେଶ୍ବର: ଶିଖ ଯୁବକ ପରବିନ୍ଦର ସିଂ ପାଲଙ୍କୁ ଆକ୍ରମଣ ଘଟଣାରେ ତାଙ୍କ ପରିବାର ଲୋକ ଆଜି ପୁଲିସ ଡିଜିଙ୍କୁ ତାଙ୍କ କ୍ୟାମ୍ପ ଅଫିସରରେ ଭେଟିଛନ୍ତି। ଏହି ଅବସରରେ ତାଙ୍କୁ ଓ ତାଙ୍କ ପରିବାରକୁ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ଡିଜିଙ୍କୁ ସେମାନେ ଅନୁରୋଧ କରିଥିଲେ। ପରବିନ୍ଦର କହିଛନ୍ତି, ଅଭିଯୁକ୍ତମାନେ ଜାମିନ ପାଇବା ପରେ ଏବେ ଖୁଲମ ଖୁଲା ବୁଲୁଛନ୍ତି। ଆମେ କିନ୍ତୁ ନିଜକୁ ଅସୁରକ୍ଷିତ ମନେ କରୁଛୁ। ଆମ ପିଲାମାନେ ସ୍କୁଲକୁ ଯାଇ ପାରୁ ନାହାନ୍ତି। ନିଜେ ମଧ୍ୟ କୌଣସି କାମରେ ବାହାରକୁ ବାହରି ପାରୁନାହିଁ। ପୁଲିସ ଘର ଆଗରେ ଜଗିଛି। କିନ୍ତୁ ଆମେ ଯେଉଁ ଆଡେ ଯାଉଛୁ, ନିଜକୁ ଡର ଡର ଲାଗୁଛି। ପିସିଆର କର୍ମଚାରୀଙ୍କ ସମ୍ମୁଖରେ ମାଡ଼ ଖାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ୩୦୭ ଦଫା ଲଗାଇଲା ନାହିଁ। ତେଣୁ ଆମେ ଦାବି କରୁଛୁ ପୁଲିସ ଆମକୁ ପର୍ଯ୍ୟାପ୍ତ ସୁରକ୍ଷା ଦେଉ। ନଚେତ ସେମାନେ ଯେପରି ଆମକୁ ଆକ୍ରମଣ ନ କରିବେ ପୁଲିସ ତାର ଗ୍ୟାରେଣ୍ଟି ଦେଉ। ପୁଲିସ ଯଦି ସେମାନଙ୍କୁ ସୁରକ୍ଷା ନ ଦେବ ପରିବାର ଲୋକ ରାଜ୍ୟ ମାନାବାଧିକାର କମିସନଙ୍କୁ ଭେଟିବ ବୋଲି ପରବିନ୍ଦରଙ୍କ ପତ୍ନୀ କହିଛନ୍ତି।ଏଠାରେ ପ୍ରକାଶଥାଉକି, ରାସ୍ତା ସାଇଡ ଦେବାକୁ ନେଇ ପରବିନ୍ଦରଙ୍କୁ ୩ ଜଣ ଅଭିଯୁକ୍ତ ମରଣାନ୍ତକ ଆକ୍ରମଣ କରିଥିଲେ।
ଶିଖ୍ ଯୁବକଙ୍କୁ ଆକ୍ରମଣ ଘଟଣା: ଡିଜିପିଙ୍କୁ ଭେଟିଲେ ପରିବାର ଲୋକ
/sambad/media/post_attachments/wp-content/uploads/2020/01/assault-1-450x300.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)