ବାଲିପାଟଣା: ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ‘ଶିଶୁଅନନ୍ତ ପୀଠ’ ପ୍ରତି ବିପଦ ଦେଖାଦେଇଛି। ପ୍ରଭୁ ଅନନ୍ତଙ୍କ ସମାଧି ପୀଠକୁ ଲାଗି ରହିଥିବା ନିମାପଡ଼ା ବ୍ରାଞ୍ଚ କେନାଲର ଡାହାଣପଟ ବନ୍ଧରୁ ୧୫ ଫୁଟ ଓସାରର ମାଟି ଅତଡ଼ା ଧସିଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅପରପକ୍ଷେ ମାଟି ଧସିବାରୁ ନିକଟରେ ଥିବା ପିଚୁ ରାସ୍ତା ମଧ୍ୟ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି। ଏନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ। କେନାଲ କୂଳକୁ ଲାଗିଥିବା ପ୍ରଭୁଙ୍କ ସମାଧି ପୀଠ ଓ ୫୦୦ ବର୍ଷର ସାହାଡ଼ା ଗଛଟିର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସଂପର୍କରେ ଶିଶୁ ଅନନ୍ତ ଟ୍ରଷ୍ଟର ସଂପାଦିକା ତନୟା ଦାସ ଗୋସ୍ୱାମୀ କହିଛନ୍ତି, ଏଭଳି ପରିସ୍ଥିତି ଉପୁଜିବା ଆଶଙ୍କାରେ ଟ୍ରଷ୍ଟ ତରଫରୁ ଗତ ଜାନୁଆରିରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାର ଆଶୁ ସମାଧାନ ପାଇଁ ଶ୍ରୀ ବେହେରା ମଧ୍ୟ ଖୋର୍ଧା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ସ୍ଥାନୀୟ ଜଳସେଚନ ବିଭାଗର ଏସଡିଓ ସଂଦୀପ କୁମାର କହିଛନ୍ତି, ମୁଁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି। କିନ୍ତୁ ବର୍ଷା ଦିନରେ ସେଠାରେ କାମ କରିହେବ ନାହିଁ। ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ।
‘ଶିଶୁଅନନ୍ତ’ଙ୍କ ପୀଠ ପାଇଁ ବିପଦ ଧସିଲା କେନାଲ ବନ୍ଧ
/sambad/media/post_attachments/wp-content/uploads/2018/08/BALIPATANA2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)