ଭୁବନେଶ୍ୱର: ସକାଳ ସାଢ଼େ ୬ରୁ ୭ଟା ସମୟ। ୪ ନମ୍ବର ମସଜିଦ୍ର ଟିକେ ଆଗକୁ ପ୍ରିୟା ହୋଟେଲ୍ ଗଳି ରାସ୍ତାର ସମ୍ମୁଖ ଭାଗରେ ଏକ ଗାଈକୁ କିଛି ମୁସଲିମ ଭାଇମାନେ ଘେରି ଯାଇଥାଆନ୍ତି। ଦୁର୍ଘଟଣା ଯୋଗୁଁ ଗାଈଟି ଯନ୍ତ୍ରଣାରେ ଛଟପଟ ହେଉଥାଏ। ପଛ ଗୋଡ଼ରେ ଆଘାତ ଲାଗିଥିବାରୁ ଦେହସାରା ଛିଣ୍ଡି ଯାଇ ରକ୍ତ ବୋହୁଥାଏ। ତେବେ ସବୁକିଛି ଭୁଲି ମସଜିଦରୁ କିଛି ମୁସଲିମ୍ ଭାଇମାନେ ଆସି ତା’ର ସେବାରେ ଲାଗି ପଡ଼ିଥିଲେ। ପାଣି ପିଇବାକୁ ଦେଉଥିଲେ। ଅନେକ ଲୋକ ସେଇବାଟ ଦେଇ ଯାଉଥିଲେ। ହେଲେ କେହି ବି ଅଟକୁ ନଥିଲେ। ସେଠାରେ ମୁସଲିମ୍ ଭାଇମାନଙ୍କ ସହ ମିଶି କିଛି ହିନ୍ଦୁ ଭାଇମାନେ ଗାଈର ସେବା କରିଥିଲେ। ଗୋ ଚିକିତ୍ସକଙ୍କୁ ଡକାଇଥିଲେ। ଚିକିତ୍ସା ପରେ ଗାଈଟି ଏବେ ସୁସ୍ଥ ଅଛି। ଖାଲି ଗାଈକୁ ସେବା କରି ଛାଡ଼ି ଦେଇନାହାନ୍ତି। ଅସ୍ଥାୟୀ ଗୁହାଳ କରି ଖାଇବାକୁ ଦେଇଛନ୍ତି। ମୁସଲିମ୍ ଭାଇମାନଙ୍କ ଗାଈର ସେବା ଶୁଶ୍ରୂଷାର ଏହି ଉଦାହରଣ ଖାଲି ରାଜଧାନୀରେ ଚର୍ଚାର ବିଷୟ ହୋଇନି ବରଂ ସୂଚାଇ ଦେଇଛି ଯେ ମାନବିକତା ସବୁଠୁ ଊର୍ଧ୍ୱରେ।
ସବୁଠୁ ଊର୍ଧ୍ୱରେ ମାନବିକତା
/sambad/media/post_attachments/wp-content/uploads/2018/08/muslimnka-go-seba-photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)