ପରିଶ୍ରମ ଅନୁଯାୟୀ ଫଳ ମିଳିଛି
ପରୀକ୍ଷା ଲାଗି ଯେଉଁଭଳି ଭାବେ ପ୍ରସ୍ତୁତ ହୋଇଥିଲି, ସେହି ଅନୁଯାୟୀ ରେଜଲ୍ଟ ମିଳିଛି। ୫୦୦ ମାର୍କରୁ ୪୯୪ ନମ୍ବର ରହିଥିବାରୁ ଖୁସି ଲାଗୁଛି। ବାପା, ମା’ ଓ ଶିକ୍ଷୟିତ୍ରୀଙ୍କ ସହଯୋଗ ପାଇଁ ଆଜି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛି। ଆଗକୁ ଯୁକ୍ତ ଦୁଇ ବିଜ୍ଞାନରେ ଶିକ୍ଷାଲାଭ କରିବି। ସେଥିପାଇଁ ଏବେଠାରୁ ନିଜକୁ ପ୍ରସ୍ତୁତ କରୁଛି। ପରୀକ୍ଷା ସମୟରେ ଦିନକୁ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲି। ପରୀକ୍ଷା ସମୟରେ ଯେଉଁଠି ଦ୍ୱନ୍ଦ୍ୱ ଉପୁଜୁଥିଲା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ତାହାକୁ ଦୂର କରୁଥିଲି। ଶ୍ରେଣୀରେ ଯାହା ପଢ଼ାଯାଉଥିଲା ତାହାକୁ ଘରେ ବାରମ୍ବାର ଅଭ୍ୟାସ କରୁଥିଲି। ବାପା, ମା’ଙ୍କ ସ୍ୱପ୍ନ ସାଙ୍ଗକୁ ମୋ ଇଚ୍ଛା ପୂରଣ ଲାଗି ଉଦ୍ୟମ କରିବି।
-ସତ୍ୟପ୍ରଜ୍ଞା କର, ଡିଏଭି ସ୍କୁଲ ଚନ୍ଦ୍ରଶେଖରପୁର
ଆଇଏଏସ୍ ହେବି
ନୂତନ ଶିକ୍ଷା ପଦ୍ଧତିରେ ପରୀକ୍ଷା ଦେଇଥିବାରୁ ମନରେ ଭୟ ଏବଂ ଆଶଙ୍କା ଥିଲା। ମାତ୍ର ଭଗବାନଙ୍କ ଆଶୀର୍ବାଦ, କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ପରୀକ୍ଷାରେ ୯୭.୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ଟପର୍ ହୋଇଛି। ଆଉ ଅଧିକ ମାର୍କ ରହିବା ନେଇ ଆଶା ଥିଲା। ସଫଳତାର ଶ୍ରେୟ ପିତା-ମାତା, ଶିକ୍ଷକ-ଶିକ୍ଷୟିତ୍ରୀ ଓ ମୋ ବିଦ୍ୟାଳୟକୁ ଯିବ। ଭବିଷ୍ୟତରେ ଆ.ଏ.ଏସ୍ ହୋଇ ସମାଜ ସେବା କରିବା ପାଇଁ ସ୍ୱପ୍ନ ରହିଛି।
-ଜ୍ୟୋତିରୂପ ସାମଲ, ଓଡ଼ିଏମ୍ ଟପ୍ପର
‘ନାଇଜର’ରେ ପଢ଼ି ବୈଜ୍ଞାନିକ ହେବି
୯୭.୨ ପ୍ରତିଶତ ନମ୍ବର ରଖିଥିବାରୁ ଖୁସି ଅଛି। ପିତା-ମାତା, ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କର ଚେଷ୍ଟା ଆନ୍ତରିକତା ତଥା ଭଲପାଇବା ଓ ମୋ ପରିଶ୍ରମ କାରଣରୁ ଏପରି ସଫଳତା ମିଳିପାରିଛି। ବିଦ୍ୟାଳୟର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ସ୍ନେହ ଏବଂ ଛାତ୍ରବତ୍ସଳତା ମତେ ପ୍ରେରଣା ଦେଇଛି। ’ନାଇଜର’ରେ ପଢ଼ି ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛି।
-ଜାଗୃତି ଦାଶ, ଓଡ଼ିଏମ୍ ଯୁଗ୍ମ ଟପର୍
ଚାଟାର୍ଡ ହେବି
୯୭.୮% ମାର୍କ ରଖି ସ୍କୁଲ ଟପର୍ ହୋଇଥିବାରୁ ଖୁସି ଲାଗୁଛି। ବାଣିଜ୍ୟ ଅଧ୍ୟୟନ କରି ଭବିଷ୍ୟତରେ ଜଣେ ଚାଟାର୍ଡ ହେବାର ଲକ୍ଷ୍ୟ ରଖିଛି। ବାପା ମା’ଙ୍କ ଆଶୀର୍ବାଦ ଏବଂ ସ୍କୁଲର ଚେୟାରମ୍ୟାନ୍ ଡ. ବିଜୟ କୁମାର ସାହୁଙ୍କ ପ୍ରେରଣା ସଫଳତାର କାରଣ ଅଟେ।
-ସୌମ୍ୟା ସୁଦାତା ନନ୍ଦ, ସାଇ ଇଂଟରନ୍ୟାସ୍ନାଲ ସ୍କୁଲ୍ ଟପର୍
ରିସର୍ଚ୍ଚ କରିବି
୯୭.୬% ମାର୍କ ରଖି ସ୍କୁଲରେ ଦ୍ୱିତୀୟ ଟପର ହୋଇଥିବାରୁ ଖୁସି ଅଛି। ବିଜ୍ଞାନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପଢ଼ିବା ସହିତ ଭବିଷ୍ୟତରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଏବଂ ବିଜ୍ଞାନର ଅନ୍ୟ କ୍ଷେତ୍ରରେ ଏହାର ଉପଯୋଗ ବିଷୟରେ ରିସର୍ଚ କରିବାକୁ ଚାହାନ୍ତି। ଦଶମ ବୋର୍ଡ ପରୀକ୍ଷା ପାଇଁ ପ୍ରତିଦିନ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲି।
-ଆଦିତି ରାଉତ, ଦ୍ୱିତୀୟ ଟପର୍, ସାଇ ଇଣ୍ଟରନ୍ୟାସ୍ନାଲ ସ୍କୁଲ୍
ଡାକ୍ତର ହେବି
୯୭.୬% ମାର୍କ ରଖି ଯୁଗ୍ମ ଭାବରେ ସ୍କୁଲ୍ର ଦ୍ୱିତୀୟ ଟପର୍ ହୋଇଥିବାରୁ ବେଶ୍ ଉତ୍ସାହିତ ଅଛି। ଦଶମ ବୋର୍ଡ ପରୀକ୍ଷା ପାଇଁ ପ୍ରତିଦିନ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲି। ଭବିଷ୍ୟତରେ ଡାକ୍ତର ହେବି।
-ଅନନ୍ୟା ମହାପାତ୍ର, ଦ୍ୱିତୀୟ ଟପର୍, ସାଇ ଇଣ୍ଟରନ୍ୟାସ୍ନାଲ ସ୍କୁଲ୍
ଏମ୍ବିବିଏସ୍ ପଢ଼ିବି
୯୭.୪% ମାର୍କ ରହିଥିବାରୁ ଖୁସି ଲାଗୁଛି। ପରୀକ୍ଷା ପାଇଁ ପ୍ରତିଦିନ ୧୦ ଘଣ୍ଟା ପଢ଼ୁଥିଲି। ଗଣିତ ବିଷୟ ଭଲ ହେଉଥିବାରୁ ସେଥିପାଇଁ ୨ ଘଣ୍ଟା ଓ ଅନ୍ୟାନ୍ୟ ବିଷୟଗୁଡ଼ିକ ଲାଗି ୬ରୁ ୮ ଘଣ୍ଟା ଦେଉଥିଲି। ଏଭଳି ସଫଳତାର ଶ୍ରେୟ ବାପା, ମା’ ଓ ସମସ୍ତ ଶିକ୍ଷକଙ୍କୁ ଦେବାକୁ ଚାହେ। ଭବିଷ୍ୟତରେ ଏମ୍ବିବିଏସ୍ ପଢ଼ି ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି।
-ଶ୍ରୁତି ମିଶ୍ର, ତୃତୀୟ ଟପର୍, ସାଇ ଇଣ୍ଟରନ୍ୟାସ୍ନାଲ ସ୍କୁଲ୍
ରୋଗୀ ସେବା କରିବି
ପରୀକ୍ଷା ଲାଗି ବହୁ ପୂର୍ବରୁ ନିଜକୁ ପ୍ରସ୍ତୁତି କରିଥିଲି। ଦିନକୁ ୮ରୁ ୯ଘଣ୍ଟା ପରିଶ୍ରମ ମଧ୍ୟ କରୁଥିଲି। ବାରମ୍ବାର ଅଭ୍ୟାସ କରିବା ଦ୍ୱାରା ଆଜି ୯୨.୮% ମାର୍କ ରଖିଛି। ପରିବାର ଓ ସ୍କୁଲ ଶିକ୍ଷକଙ୍କ ସହଯୋଗରେ ଆଜି ଭଲ ମାର୍କରେ ସଫଳ ହୋଇ ପାରିଛି। ଭବିଷ୍ୟତରେ ଜଣେ ଭଲ ଡାକ୍ତର ହୋଇ ରୋଗୀ ସେବା କରିବି ବୋଲି ଆଶା ରଖିଛି।
-ଶୁଭଲକ୍ଷ୍ମୀ ସାହୁ, ୟୁନିଟ୍-୧ କେନ୍ଦ୍ରୀୟ ବିଦ୍ୟାଳୟ