ଭୁବନେଶ୍ବର: ୧୨୦ ପଦାତିକ ବାହିନୀ (ପ୍ରାଦେଶିକ ସେନା) ପକ୍ଷରୁ ସୈନିକ ଦିବସ ପାଳିତ ହୋଇଯାଇଛି। ୧୨୦ ବାଟାଲିୟନ ପରିସରରେ ଭାରତର ପ୍ରଥମ ସେନାମୁଖ୍ୟ ଫିଲ୍ଡ ମାର୍ସାଲ୍ କେ ଏମ୍ କାରିଆପ୍ପାଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦେଶର ସାର୍ବଭୌମତ୍ବ ବଜାୟ ରଖିବା ପାଇଁ ସେମାନଙ୍କ ତ୍ୟାଗ ଓ ବଳିଦାନକୁ ରାଜ୍ୟପାଳ ସ୍ମରଣ କରିଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧରେ ଭାଗ ନେଇଥିବା ଭାଇସ୍ ଆଡ୍ମିରାଲ୍ ଏସ୍ଏଚ୍ ଶର୍ମା, ସିପାହୀ ରାମଚନ୍ଦ୍ର ବଳିୟାରସିଂହ, ଋଷିପ୍ରସାଦ ରାଉତ ଓ କରୁଣାକର ଦାସଙ୍କୁ ସମ୍ମାନିତ କରିଥିଲେ। ସମାରୋହରେ ସ୍ଥଳସେନା, ବାୟୁସେନା ଓ ନୌସେନାର ପୂର୍ବତନ ୫ଶହ ସୈନିକ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ ସଂଗଠନ, ବେତନ ବିଭାଗ, ବିହାର ରେଜିମେଣ୍ଟ୍ର ଅଭିଲେଖ କାର୍ଯ୍ୟାଳୟ, ଜିଲ୍ଲା ସୈନିକ ବୋର୍ଡ, ଆଞ୍ଚଳିକ ପରିବହନ ବିଭାଗ ଖୋଲାଯାଇ ଅବସରପ୍ରାପ୍ତ ସୈନିକମାନଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଯାଇଥିଲା। ଏହି ଅବସରରେ ପ୍ରାଦେଶିକ ସେନାର ଅଧିକାରୀ କର୍ଣ୍ଣେଲ୍ ଦେବଦତ୍ତ ସ୍ବାଇଁ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ।
୧୨୦ ପଦାତିକ ବାହିନୀର ସୈନିକ ଦିବସ
/sambad/media/post_attachments/wp-content/uploads/2019/01/Untitled-20-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)