ଭୁବାନେଶ୍ବର: ଅଷ୍ଟମ ଏକାମ୍ର ପୁସ୍ତକ ମେଳା ଆସନ୍ତା ୧୫ରୁ ୨୬ ତାରିଖ ଯାଏଁ ଡମଣା ଛକସ୍ଥିତ ଦୁର୍ଗା ମଣ୍ଡପଠାରେ ଅନୁଷ୍ଠିତ ହେବ। ‘ସମ୍ପର୍କର ପରିଭାଷା’ ବିଷୟବସ୍ତୁକୁ ନେଇ ଚଳିତ ବର୍ଷ ଏହି ପୁସ୍ତକ ମେଳା ଅନୁଷ୍ଠିତ ହେବ ବୋଲି ଏକାମ୍ର ପୁସ୍ତକ ମହୋତ୍ସବ କମିଟି ପକ୍ଷରୁ ସୂଚନା ମିଳିଛି। ଜାତିର ପିତା ମହାତ୍ମା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ, ସଙ୍ଗୀତ ସମ୍ରାଟ ଅକ୍ଷୟ ମହାନ୍ତି ଓ ସାରସ୍ବତ ପ୍ରତିଭା ଚନ୍ଦ୍ରଶେଖର ରଥ ପ୍ରମୁଖଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଉଦ୍ଦେଶ୍ୟରେ ଏହି ପୁସ୍ତକ ମେଳାରେ ୪ଟି ସ୍ବତନ୍ତ୍ର ଷ୍ଟଲ ନିର୍ମାଣ ହେବ। ଏହାଛଡ଼ା ପ୍ରତିଦିନ ସଂଧ୍ୟାରେ ଆଧ୍ୟାତ୍ମିକତା, ସାହିତ୍ୟ, ବିଜ୍ଞାନ, ମୁକ୍ତଚିନ୍ତନ, ହାସ୍ୟବ୍ୟଙ୍ଗ ଓ ଶିଶୁସାହିତ୍ୟ ଉପରେ ଆଲୋଚନା ସଭା ଆଦି ଆୟୋଜିତ ହେବ। ଚଳିତ ବର୍ଷ ଆମେରିକାର ଦାଶ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଶୀତକଣ୍ଠ ଦାଶଙ୍କୁ ‘ଡାକ୍ତର କବି ପ୍ରସାଦ ମିଶ୍ର ସମ୍ମାନ’, ବ୍ରଜ ସୁବୁଦ୍ଧିଙ୍କୁ ‘ଗନ୍ତାୟତ ଶିବପ୍ରସାଦ ସମ୍ମାନ’, ସାହିତ୍ୟିକା ପ୍ରବୀଣା ମହାନ୍ତିଙ୍କୁ ‘ଏକାମ୍ର ସାରସ୍ବତ ସମ୍ମାନ’, ରବୀନ୍ଦ୍ର ନାଥ ମିଶ୍ରଙ୍କୁ ‘ଏକାମ୍ର ଆଧ୍ୟାତ୍ମିକ ସମ୍ମାନ’, ଅକ୍ଷୟ ବେହେରାଙ୍କୁ ‘ଏକାମ୍ର ସାହିତ୍ୟ ସମ୍ମାନ’, ଦୁର୍ଗା ଷଡ଼ଙ୍ଗୀଙ୍କୁ ‘ଏକାମ୍ର ସାହିତ୍ୟ ସମ୍ମାନ’ ଓ ଗାଳ୍ପିକା ପୁଷ୍ପାଞ୍ଜଳି କରଙ୍କୁ ‘ଏକାମ୍ର ଗଳ୍ପ ସମ୍ମାନ’ ପ୍ରଦାନ କରାଯିବ ବୋଲି ପୁସ୍ତକ ମହୋତ୍ସବ କମିଟିର ସଭାପତି ପୀତବାସ ରାଉତରାୟ, ଉପସଭାପତି ଅଭୟ ନାୟକ ଓ ସଂପାଦକ ଭାସ୍କର ଜେନା ପ୍ରମୁଖ ସୂଚନା ଦେଇଛନ୍ତି।
୧୫ରୁ ଏକାମ୍ର ପୁସ୍ତକ ମେଳା
/sambad/media/post_attachments/wp-content/uploads/2017/10/book-fair-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)