ଭୁବନେଶ୍ୱର: ପ୍ରେରଣା ଗ୍ରିନ୍ ଆର୍ମି ପକ୍ଷରୁ ଗତ ୧ ତାରିଖରୁ ପାଳିତ ହେଉଥିବା ଆନ୍ତର୍ଜାତିକ ସବୁଜ ମହୋତ୍ସବ ଆସନ୍ତା ଫେବ୍ରୁଆରି ୨୮ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ସମେତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ପ୍ରଶାସକ, ଅଭିନେତା, ଅଭିନେତ୍ରୀମାନେ ଅନ୍ତତଃ ଗୋଟିଏ ଲେଖାଏଁ ଗଛ ଲଗାଇ ଏହି ସବୁଜ ସଂଗ୍ରାମରେ ସାମିଲ ହେବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଏହାସହ ଗଛ ସହ ଫଟୋ ଉଠାଇ ପଠାଇବାକୁ କୁହାଯାଇଛି। ଏନେଇ ଆଜି ସବୁଜ ଆନ୍ଦୋଳନର ପରାମର୍ଶଦାତାମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ପ୍ରେରଣା ଗ୍ରିନ୍ ଆର୍ମିର କମାଣ୍ଡର୍ ଇନ୍ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପାଇକ ସଂଗଠକ ତଥା ବିଜେପି ଦଳର ବରିଷ୍ଠ ନେତା ବିଶ୍ବରଂଜନ ସ୍ବାଇଁ ପ୍ରମୁଖ ସାମିଲ ଥିଲେ।
ପ୍ରେରଣା ଗ୍ରିନ୍ ଆର୍ମି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର, ପ୍ରତି ଓଡ଼ିଆ ଗଛ ଲଗାନ୍ତୁ
/sambad/media/post_attachments/wp-content/uploads/2020/01/dg87j8d9g7j98dg7jdg98j7djdjdgjdgjdgjgjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)