ଭୁବନେଶ୍ବର: ଆଗାମୀ ଜାତୀୟ ଦୃଷ୍ଟିବାଧିକ କ୍ରିକେଟ୍ ପ୍ରତିଯୋଗିତା ‘ନଗେଶ ଟ୍ରଫି’ ଲାଗି ୧୬ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ଦଳର ନେତୃତ୍ବ ଭାର ଲିଙ୍ଗରାଜ ରାଉତଙ୍କୁ ମିଳିଥିଲା ବେଳେ କାଳିଆ ପ୍ରଧାନ ଉପଅଧିନାୟକ ରହିଛନ୍ତି। ହାଇଟେକ୍ ପଡ଼ିଆରେ ଶନିବାର ପ୍ରସ୍ତୁତ ଶିବିର ସରିବା ପରେ କାଭି ଓଡ଼ିଶା ପକ୍ଷରୁ ଏହି ଦଳ ଘୋଷଣା ହୋଇଛି।
ନଗେଶ ଟ୍ରଫିର ଚୂଡ଼ାନ୍ତ ପର୍ଯ୍ୟାୟ (ସୁପର-୮, ସେମିଫାଇନାଲ୍, ଫାଇନାଲ୍) ନୂଆଦିଲ୍ଲୀରେ ସୋମବାରଠୁ ଆରମ୍ଭ ହେବ। ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପର୍ଯ୍ୟାୟର ସୁପର-୮ରେ ଓଡ଼ିଶା ସୋମବାର ଉତ୍ତରାଖଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ମଙ୍ଗଳବାର କେରଳ ଓ ବୁଧବାର ଦିଲ୍ଲୀ ବିପକ୍ଷରେ ଖେଳିବ। ଗୁରୁବାର ସେମିଫାଇନାଲ୍ ଓ ଶୁକ୍ରବାର ଫାଇନାଲ୍ ମ୍ୟାଚ୍ ଖେଳାଯିବ।
ଆହୁରି ପଢ଼ନ୍ତୁ: Accident: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ୨ଜଣ ମୃତ, ପାଞ୍ଚ ଗୁରୁତର
ଓଡ଼ିଶା ଦଳ: ଲିଙ୍ଗରାଜ ରାଉତରା (ଅଧିନାୟକ), କାଳିଆ ପ୍ରଧାନ (ଉପଅଧିନାୟକ), ଦେବରାଜ ବେହେରା, ଅନିଲ କୁମାର ମଲ୍ଲିକ, ରଞ୍ଜନ କୁମାର ହାଁସ୍ଦା, ବାଦଲ ଦୀପ, ପଙ୍କଜ ଭୂଏ, ଲାଲପ୍ରସାଦ ସୋରେନ, ଅଞ୍ଜନ ସିଂହ, ରାମଦାସ ଟୁଡ଼ୁ, ସୁକଦେବ ସୋରେନ (ୱିକେଟ୍ରକ୍ଷକ), ସୁଖରାମ ମାଝୀ, ଧନପତି ଗୌଡ଼ (ୱିକେଟରକ୍ଷକ)। ଚନ୍ଦ୍ରଶେଖର ପଟ୍ଟନାୟକ (ପ୍ରଶିକ୍ଷକ) ଓ ମହମ୍ମଦ ଜାଫର ଇକ୍ବାଲ (ମେଣ୍ଟର ଓ ପ୍ରବନ୍ଧକ)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/08/08bbs_54_08022026_112-2026-02-08-20-29-39.jpg)