ତମେତ ଥିଲ ଏକ ପରିପୂର୍ଣ୍ଣ ମଣିଷ- ଜୀବନ ଯାତ୍ରାର ସ୍ବାଭିମାନୀ ଯୋଦ୍ଧା

ବାପା, ତମେ ଆମ ଗହଣରୁ ବିଦାୟ ନେବାର ଏହା ଭିତରେ ଗୋଟାଏ ବର୍ଷ ପୂରି ଯାଉଛି। ଯେତେବେଳେ ତମକୁ ସ୍ମରଣ କରୁଛି। ତମର ଅନାବିଳ ହସ ହସ ମୁହଁ ମନଭିତରେ ଉଦ୍‌ଭାସିତ ହେଉଅଛି। ତମେ ଏବେ ବଂଚିଥିଲେ ୭୮ବର୍ଷ ବୟସରେ ପର୍ଦାପଣ କରିଥା’ନ୍ତ। ଆମ ପାଇଁ ତମେ ଥିଲ ଯାଜ୍ବଲ୍ୟମାନ ଆଦର୍ଶ। ଏଭଳି ଅପ୍ରତ୍ୟାଶିତ ଅବସ୍ଥା ପାଇଁ ଆମେ କେବେ ପ୍ରସ୍ତୁତ ନଥିଲୁ।

ସେ ହେଉଛନ୍ତି ମୋ ପୂଜ୍ୟପିତା ଭଦ୍ରକ ବଙ୍କସାହିସ୍ଥିତ ଜନ୍ମିତ ବସନ୍ତ କୁମାର ମହାନ୍ତି ଥିଲେ ଜଣେ ସରଳ, ନିରାଡମ୍ବର, ସର୍ବଗୁଣ ସଂପନ୍ନ ନିରହଙ୍କାର ମଣିଷ। ଶେଷ ପର୍ଯ୍ୟନ୍ତ ଥିଲେ ଚଳଚଞ୍ଚଳ ଓ ଗତିଶୀଳ। ଓଡ଼ିଶା ପ୍ରାଶାସନିକ ସେବାରୁ ବୃତ୍ତିଗତ ଜୀବନ ଆରମ୍ଭ ଓ ପରିସମାପ୍ତି ହୁଏ ଭାରତୀୟ ପ୍ରାଶାସନିକ ସେବାରେ। ଦରଦୀ, ମାନବବାଦୀ ପ୍ରାଶାସନିକ ଅଧିକାରୀ ଭାବରେ ତାଙ୍କର ଖ୍ୟାତି ଏବେ ଅମଳିନ ହୋଇଅଛି। କେବଳ ନିଜ ପରିବାର ନୁହେଁ. ଏକ ବୃହତ୍ତର ପରିବାର ପାଇଁ ମଙ୍ଗଳକାମନା କରିବାର ଇଛା ମନଭିତରେ ତାଙ୍କ ପାଖରେ ସର୍ବଦା ବିରାଜମାନ କରୁଥିଲା। ଅନିସନ୍ଧିସ୍ତୁ ଚେତନାର ମନ। ସବୁ ବିଷୟକୁ ଭଲ ଭାବରେ ବୁଝିବା, ମର୍ମସ୍ଥଳକୁ ସ୍ପର୍ଶ କରିବା ଓ ତାପରେ ଆଗେଇବା- ଏହାହିଁ ଥିଲା ତାଙ୍କ ଜୀବନ ଦର୍ଶନ। ପ୍ରଶଂସା ପ୍ରତି ଥିଲେ ସେ ବୀତସ୍ପୁହ। ନିନ୍ଦା ହେଉ ବା ପ୍ରଶଂସା ହେଉ ସବୁ ତାଙ୍କ ପାଇଁ ସମାନ। ସେ ଡୁ ଇଟ୍ ଟୁଡ଼େ ପରି ଜୀବନ ନୀତିରେ ବିଶ୍ବାସ କରୁଥିଲେ। କଥା ଓ କାର୍ଯ୍ୟରେ ତାରତମ୍ୟ ନଥିଲା। ଏଭଳି ଜଣେ ବଡ଼ଭାଇ ଯାହାଙ୍କୁ ତାଙ୍କ ଭାଇ ଓ ଭଉଣୀମାନେ ଦେବତୁଲ୍ୟ ମନେ କରନ୍ତି। ଏପରି ବନ୍ଧୁ ଯାହାକୁ ବନ୍ଧୁମାନେ ଆନନ୍ଦ ବିପଦରେ ଖୋଜି ବସନ୍ତି। ଏଭଳି ଏକ ପିତା ଯାହାଙ୍କର ଜୀବନ ଦର୍ଶନ ସନ୍ତାନ ମାନଙ୍କ ଉପରେ ପ୍ରତିଫଳିତ ହୋଇଛି। ତାଙ୍କ ସହଧର୍ମିଣୀ ଶ୍ରୀମତୀ ସସ୍ମିତା ମହାନ୍ତି ମଧ୍ୟ ନିଜର ବ୍ୟକ୍ତିଗତ ପରିବାର ସହ ସ୍ବାମୀଙ୍କର ବୃହତ୍ତର ପରିବାରକୁ ମମତାର ଅଦୃଶ୍ୟ ଡୋରିରେ ବାନ୍ଧି ରଖି ସ୍ବାମୀଙ୍କ ସହ ଛାଇଭଳି ରହୁଥିଲେ।

ଜୀବନର ବହୁ ଘାତ ପ୍ରତିଘାତ ସାମ୍‌ନା କରି ଶେଷରେ ତୀର୍ଥବାସୀ ଭଳି ଆମ ଗହଣରୁ ବିଦାୟ ନେଲେ ଅଚାନକ ଭାବେ ଗତବର୍ଷ ସେପ୍ଟେମ୍ବର ମାସ ୬ତାରିଖ ସକାଳ ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ। ତମେ ଗଭୀର ଭାବରେ ସମସ୍ତଙ୍କୁ ଭଲ ପାଉଥିବାରୁ ତମର ଶେଷ ସମୟରେ ମୁଖମଣ୍ଡଳ ରେ ଆଚ୍ଛାଦିତଥିଲା ଚରମ ପରିତୃପ୍ତିର ଭାବ।
ତମେ ଛାଡ଼ି ଯାଇଥିବା ଆମ ମା’ଙ୍କ ମଧ୍ୟରେ ଆମେ ତମକୁ ଦେଖି ତୁମର ଅଧୁରା ସ୍ବପ୍ନକୁ ଆଗେଇନେବୁ। ଆଜି ତମେ ଅମରଧାମରେ ଶାନ୍ତିରେଥିବ। ସେଇଠି ତମେ ଶାନ୍ତିରେ ରୁହ। ଏତିକି ମୋର ପ୍ରାର୍ଥନା।

ସମ୍ବନ୍ଧିତ ଖବର