ମଣିଷପଣିଆ ବିଚାରରେ ସେ ଥିଲେ ଉଜ୍ଜ୍ୱଳ ଓ ବେଶ୍ ସମ୍ଭ୍ରାନ୍ତ। ବିଶେଷକରି ଆଜିର ସମୟରେ ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ପାରଦର୍ଶୀ ନେତୃତ୍ୱ ଦେବାରେ ତାଙ୍କ ଗୁରୁତ୍ୱ ଓ ଆବଶ୍ୟକତା ଅନୁଭୂତ ହେଉଥିଲାବେଳେ ସେ ଆଉ ନାହାନ୍ତି। ସେ ହେଉଛନ୍ତି ପ୍ରଜ୍ଞାପୁରୁଷ ବିଜୟ କିଶୋର ଦାସ (ବିଜିବାବୁ)। ଆଜି ତାଙ୍କର ୩୮ତମ ଶ୍ରାଦ୍ଧ ଦିବସ। ସାମ୍ପ୍ରତିକ ଓଡ଼ିଶାର ଅଭିଜାତ ମହଲରେ ଆଜି ତାଙ୍କର ପରିଚୟ ହେଉଛି ସେ ହେଉଛନ୍ତି ଯୁବ ଶିଳ୍ପଦ୍ୟୋଗୀ ଟୁଟୁଲ୍ କିଶୋର ଦାସଙ୍କର ପିତା।

Advertisment

ତାଙ୍କ ପରି ସୌମ୍ୟ ଚେହେରା ପ୍ରାପ୍ତ ହେବା କାଁ ଭାଁ ଲୋକଙ୍କର ଭାଗ୍ୟରେ ଜୁଟେ। ସବୁବେଳେ ଚିକ୍ ଚିକ୍ ପୋଷାକ, ପ୍ରଶସ୍ତ, ପରିଚ୍ଛନ୍ନ, ପ୍ରୀତିପୂର୍ଣ୍ଣ ଉଦାରମନ, ମୁଗ୍‌ଧ ମଧୁର ହସ, ଅନାବିଳ ଆତ୍ମୀୟତାର ସ୍ନିଗ୍‌ଧ-ସୁନ୍ଦର ଆଭା ସବୁବେଳେ ତାଙ୍କ ମୁହଁରେ ଲେସି ହୋଇଥିଲା। ନମ୍ରତା ଓ ସୌଜନ୍ୟ ଥିଲା ତାଙ୍କର ଭୂଷଣ। ସେ ଥିଲେ ଅଜାତଶତ୍ରୁ । ସ୍ନେହରେ, ସୌହାର୍ଦ୍ଦ୍ୟରେ, ସହଯୋଗରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ ।

ତାଙ୍କର ଅମର ଆତ୍ମା ପ୍ରତି ଅୟୁତ ଅୟୁତ ପ୍ରଣାମ।

ଅଜିତ୍ ଚନ୍ଦ୍ର ଦାସ, ଭୁବନେଶ୍ୱର
ରାଜେନ୍ଦ୍ର ନାରାୟଣ ଦାସ, ନଏସ୍ (ଜର୍ମାନୀ)