ନବଭାରତ ସ୍ୱପ୍ନ ପଥରେ ଅନ୍ଧବିଶ୍ୱାସର ଅବରୋଧ

କୃଷ୍ଣ ଜଗଦ୍ଦେବ

ଶ୍ରୀଜଗନ୍ନାଥଙ୍କ ପ୍ରଥମ ଦର୍ଶନରେ ଆଦି ଶଙ୍କରାଚାର୍ଯ୍ୟ କହିଥିବା ଚାରିଟି ଶବ୍ଦ ସମ୍ବଳିତ ଅଭିବ୍ୟକ୍ତି- ‘ସାକ୍ଷାତ ଜ୍ଞାନ ବିଜ୍ଞାନର ସ୍ବରୂପ’ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଏହି ବକ୍ତବ୍ୟ ଜରିଆରେ ସେ କହିଛନ୍ତି ଯେ ପ୍ରକୃତ ଆସ୍ଥା ‘ଜ୍ଞାନ-ବିଜ୍ଞାନ’ ଆଧାରିତ। ତେଣୁ ଗଭୀର ଆସ୍ଥା ନାମରେ ଅନ୍ଧବିଶ୍ବାସ ବର୍ଜନୀୟ, ଯେହେତୁ ଏହା ପଛରେ ବୈଜ୍ଞାନିକ ଆଧାର ନ ଥାଏ। ସେହି ପରିପ୍ରେକ୍ଷୀରେ ଏବେ ବହୁଳ ଭାବେ ପରିଦୃଷ୍ଟ ହେଉଥିବା ଅନ୍ଧବିଶ୍ବାସ ସମ୍ବଳିତ ଘଟଣାବଳୀକୁ ବିଚାର କରାଯାଇପାରେ।

ବହୁ ବର୍ଷ ପୂର୍ବେ ରଣପୁର ମଣିନାଗ ପାହାଡ଼ ଉପରେ ଦେବୀ ପୀଠରେ ହୋଇଥିବା ଶିଶୁବଳିର ଖବର ରାଜ୍ୟ ସାରା ଚହଳ ପକାଇଥିଲା। ଧନ, ଯଶ, ପଦ ଓ ପ୍ରତିଷ୍ଠା ପାଇଁ ଜୀବ ବଳି ଦେବା କେବଳ ଅଶିକ୍ଷିତ ଲୋକଙ୍କ ଠାରେ ଦେଖାଯାଏ ନାହିଁ, ଅନେକ ତଥାକଥିତ ନବ୍ୟ-ସଭ୍ୟ ଶିକ୍ଷିତ ଓ ପ୍ରତିଷ୍ଠିତମାନେ ମଧୢ ଏଭଳି କାର୍ଯ୍ୟରେ ଲିପ୍ତ ରହନ୍ତି। ବିଭିନ୍ନ ପ୍ରକାର ମାନସିକ ପୂରଣ, ଶତ୍ରୁ ନାଶ, କାର୍ଯ୍ୟରେ ସଫଳତା ତଥା ସ˚ପଦ ଓ ପଦ ପ୍ରାପ୍ତି ସକାଶେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତରେ ଅନେକ ଲୋକ ଗୁଣିଗାରେଡ଼ି ତନ୍ତ୍ରମନ୍ତ୍ର ଆଦିରେ ମଜ୍ଜି ରହୁଛନ୍ତି। ସେଥି ଲାଗି ବାବା-ମାତା ଓ ଗୁଣିଆମାନଙ୍କ ନିିକଟରେ ଶରଣ ପଶନ୍ତି। ସେହି କାରଣରରୁ ଅତ୍ୟନ୍ତ ବିରଳ ହୋଇଥିଲେ ମଧୢ ଏବେ ବି ନର ବଳି ଦିଆଯାଉଛି। ପଶୁପକ୍ଷୀ ବଳି ତ ସାଧାରଣ କଥା। କଳାହାଣ୍ତି ଜିଲ୍ଲା ଭବାନୀପାଟଣାର ଛତର ଯାତ୍ରା ଏବ˚ ବଲାଙ୍ଗୀର ଜିଲ୍ଲାର ଶୁଳିଆ ଯାତ୍ରାରେ ଯେଭଳି ହଜାର ହଜାର ସ˚ଖ୍ୟାରେ ପଶୁପକ୍ଷୀଙ୍କୁ ବଳି ଦିଆଯାଏ, ସେଥିରୁ ସୂଚନା ମିଳେ ଯେ ଏକବି˚ଶ ଶବତାବ୍ଦୀର ମାନବ ଅନ୍ଧବିଶ୍ବାସ ଓ କୁସ˚ସ୍କାରରୁ ମୁକ୍ତ ହୋଇପାରିନାହିଁ। ଏଭଳି ବଳି ପ୍ରଥା ବିରୋଧରେ ରାଜ୍ୟର ଉଚ୍ଚ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ବେ ପ୍ରଶାସନ ଏହାକୁ ରୋକିବା ଦିଗରେ ଅସଫଳ ହେବା ଏହା ଦର୍ଶାଉଛି ଯେ ପର˚ପରାକୁ ଆଗକୁ ନେବା ଲାଗି ଜନ ଉତ୍ସାହ କେତେ ପ୍ରବଳ। ଯଦିଓ ସ˚ସ୍କାରଧର୍ମୀ ଆନ୍ଦୋଳନ ଓ ସଚେତନତା ବଳରେ ରାଜ୍ୟର କେତେକ ଦେବୀ ପୀଠରେ ପଶୁବଳି ବନ୍ଦ ହୋଇଛି, ତଥାପି ତାହା ଯଥେଷ୍ଟ ନୁହେଁ।

ଲେଖକର ଜାଣିବାରେ ପୁରୀ ଜିଲ୍ଲାର ବୀରଗୋବିନ୍ଦପୁରର ଦକ୍ଷିଣକାଳୀ ପୀଠରେ ପଶୁବଳିକୁ ବନ୍ଦ କରିବା ପାଇଁ ଏକ ବଡ଼ ଜନଆନ୍ଦୋଳନ ହୋଇଥିଲା। ପୁରୀ ଜିଲ୍ଲା ପ୍ରଶାସନ ଏଥିପାଇଁ ଏକ ବୈଠକ ଡାକିଥିଲେ। ବୈଠକରେ ଉପସ୍ଥିତ ଜଣେ ତାନ୍ତ୍ରିକ ‘କାଳୀ କର୍ପୁର’ ନାମକ ଏକ ତନ୍ତ୍ର ପୁସ୍ତକର ଉଦ୍ଧାର କରି ନର ବଳି କିପରି ଶ୍ରେଷ୍ଠ ବଳି ମଧୢମ ଏବ˚ ଛାଗ ବଳି ନିତ୍କୃଷ୍ଟ, ତାହା ଉପସ୍ଥାପନ କରି ବଳିପ୍ରଥାର ଯଥାର୍ଥତା ପ୍ରତିପାଦନ କରିବାକୁ ଚେଷ୍ଟା କରିଥିଲେ। ଏଭଳି ବ୍ୟକ୍ତିମାନେ ଯେ ଅନେକ କୁସ˚ସ୍କାର ଓ ଅନ୍ଧ ବିଶ୍ବାସର ବାହକ ଏହା କହିବା ନିଷ୍ପ୍ରୋୟଜନ। ଏହିଭଳି ବ୍ୟକ୍ତିମାନଙ୍କ ଯୋଗୁ ଗୁଣିଗାରେଡ଼ି, ତନ୍ତ୍ର ଚିକିତ୍ସା ଭଳି କାର୍ଯ୍ୟମାନ ଆଜିର ଏକ ବି˚ଶ ଶତାବ୍ଦୀରେ ମଧୢ ତିଷ୍ଠି ରହିଛି।

ତେବେ ଏହାକୁ ରୋକିବା ଲାଗି କେବଳ ଏଠି ସେଠି ସଚେତନତାର ପ୍ରସାର ଯଥେଷ୍ଟ ନୁହେଁ। ଏଥି ଲାଗି ଦରକାର ସଚେତନତାର ଏକ ଜାଗରଣ। ଊନବି˚ଶ ଶତାବ୍ଦୀ ଓ ଆଦ୍ୟ ବି˚ଶ ଶତାବ୍ଦୀରେ ଭାରତୀୟ ସମାଜକୁ କୁସ˚ସ୍କାର ଓ ଅନ୍ଧବିଶ୍ବାସରୁ ମୁକ୍ତ କରିବା ଲାଗି ଅନେକ ସମାଜ ସ˚ସ୍କାରକମାନଙ୍କର ଅଭ୍ୟୁଦୟ ହୋଇଥିଲା। ରାଜା ରାମ ମୋହନ ରାୟ, ସ୍ବାମୀ ଦୟାନନ୍ଦ ସରସ୍ବତୀ, ସ୍ବାମୀ ବିବେକାନନ୍ଦ, ବାଳ ଗଙ୍ଗାଧର ତିଳକ, ଈଶ୍ବର ଚନ୍ଦ୍ର ବିଦ୍ୟାସାଗର ଏବ˚ ମହାତ୍ମା ଗାନ୍ଧୀଙ୍କ ପର୍ଯ୍ୟନ୍ତରେ ଅନେକ ମନୀଷି ସମାଜରେ ସ˚ସ୍କାର ଆଣିବାର ଚେଷ୍ଟା କରି ସଫଳ ହୋଇଥିଲେ। ଆଜି ମଧୢ ଏଭଳି ସ˚ସ୍କାରକଙ୍କ ଦ୍ବାରା ଜନଜାଗରଣ ସମ୍ଭବ କରା ନ ଗଲେ ବିଜ୍ଞାନ ସମୃଦ୍ଧ ଭାରତରେ ଏକ ସୈତାନୀ ଅନ୍ଧକାର ଭଳି ଅନ୍ଧବିଶ୍ବାସ ମଧୢ ଉପସ୍ଥିତି ଜାହିର କରି ଚାଲିବ।

ମୋ: ୯୪୩୭୯୬୦୯୦୦

ସମ୍ବନ୍ଧିତ ଖବର