ଲାଞ୍ଚୁଆଙ୍କ ଦେଶ

ଦର୍ପଣ

ଚଳିତ ବର୍ଷ ‘ଲୋକାଲ୍‌ ସର୍କଲ୍‌ସ ଆଣ୍ଡ ଟ୍ରାନ୍‌ସପରେନ୍‌ସି ଇଣ୍ଟରନେସନାଲ୍ ଇଣ୍ଡିଆ’ ପକ୍ଷରୁ ଭ୍ରଷ୍ଟାଚାର ସଂପର୍କିତ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତୀୟ ଜନସଂଖ୍ୟାର ଅର୍ଦ୍ଧେକ ବିଭିନ୍ନ କାର୍ଯ୍ୟ ହାସଲ କରିବା ଲାଗି ଲାଞ୍ଚ ଦେଇଥାଆନ୍ତି। ଏହି ସର୍ଭେର ତଥ୍ୟାନୁସାରେ ହାରାହାରି ପ୍ରତି ଦୁଇ ଜଣରେ ଜଣେ ଭାରତୀୟ ଲାଞ୍ଚ ଦେବାକୁ ବା‌ଧ୍ୟ ହୋଇଥାଆନ୍ତି। ଏବଂ ଯେଉଁମାନେ ଲାଞ୍ଚ ନେଇଥାଆନ୍ତି, ସେମାନେ ମଧ୍ୟ ସ୍ଥଳ ବିଶେଷରେ ନିଜ କାମ ହାସଲ କରିବା ଲାଗି ଲାଞ୍ଚ ଦିଅନ୍ତି। ତେବେ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସରକାରୀ ଦପ୍ତରରେ ଲାଞ୍ଚ କାରବାରରେ ୫% ହ୍ରାସ ଘଟିଥିଲେ ମଧ୍ୟ ଏହା ବିଶେଷ କୌଣସି ଆଶାର ସଂଚାର କରିପାରୁନାହିଁ, କାରଣ, ଭାରତ ଭୂଖଣ୍ଡରେ ଲାଞ୍ଚର ଚେର ସର୍ବବ୍ୟାପୀ ହୋଇଥିବା ବେଳେ ୫% ହ୍ରାସ ନଗଣ୍ୟ।

ଏହି ସର୍ଭେରୁ ଆହୁରି ଜଣାପଡ଼ିଛି ଯେ ଜମି କିଣାକିଣିରେ ସର୍ବାଧିକ ଲୋକ ଲାଞ୍ଚ ଦେଉଥିବା ବେଳେ ତା ପରେ ଥାନା, ମ୍ୟୁନିସିପାଲିଟି, ପରିବହନ ଓ ଆୟକର ବିଭାଗରେ ସେବା ହାସଲ ପାଇଁ ଲାଞ୍ଚ ଦେଇଥାଆନ୍ତି। ଏ ପରିପ୍ରେକ୍ଷୀରେ ଓଡ଼ିଶା ସଂପର୍କିତ ଏକ ସୂଚନା କହେ ଯେ ଏଠାକାର ୪୦% ଲୋକ ବର୍ଷକ ମଧ୍ୟରେ ଅତି କମ୍‌ରେ ଥରେ ଲାଞ୍ଚ ଦେଇଥିବା ବିଷୟ ସ୍ବୀକାର କରିଛନ୍ତି। ତେବେ, ସର୍ବେକ୍ଷଣ ଅନ୍ତର୍ଭୁକ୍ତ ରାଜ୍ୟ ତାଲିକାରେ ଓଡ଼ିଶା ନିମ୍ନ ଚାରିଟି ରାଜ୍ୟ ମଧ୍ୟରେ ରହିବା ଏକ ଉତ୍ସାହପ୍ରଦ ବିଷୟ।

ଏହି ସର୍ବେକ୍ଷଣରେ ଭାଗ ନେଇଥିବା ୧.୯ ଲକ୍ଷ ଲୋକଙ୍କ ମଧ୍ୟରୁ ୮୨% ଲୋକ କହିଥିଲେ ଯେ ଭ୍ରଷ୍ଟାଚାର ରୋକିବାକୁ ବିଶେଷ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇନାହିଁ ବା ଯେଉଁଠାରେ କିଛି ନିଆଯାଇଛି, ସେଠାରେ ବିଶେଷ ସୁଫଳ ମିଳିନାହିଁ। ସର୍ବେକ୍ଷଣରୁ ଆହୁରି ଜଣାପଡ଼ିଛି ଯେ ୨୦୧୭ ମସିହାରେ ଲାଞ୍ଚର ୩୪.୪% ଅର୍ଥ ଏଜେଣ୍ଟ ବା ଦଲାଲଙ୍କ ମାଧ୍ୟମରେ ଦିଆଯାଇଥିଲା ବେ‌େଳ ଏବେ ୨୦୧୯ରେ ଲାଞ୍ଚ କାରବାରରେ ଦିଆଯାଉଥିବା‌ ଅର୍ଥର ୪୨.୩% ଦଲାଲମାନଙ୍କ ଜରିଆରେ ଦିଆଯାଉଛି। ସେହିପରି ୨୦୧୭ରେ ଲାଞ୍ଚର ମାତ୍ର ୧.୭% ଉପହାର ଅଥବା ଅନ୍ୟାନ୍ୟ ସେବା ଆଦି ମାଧ୍ୟମରେ ଦିଆଯାଉଥିବା େବଳେ ୨୦୧୯ରେ ସମୁଦାୟ ଲାଞ୍ଚର ୮.୫% ଏହି ଭଳି ଉପାୟରେ ଦିଆଯାଉଛି।

ସମ୍ବନ୍ଧିତ ଖବର