ବଳାତ୍କାର ଓ ହତ୍ୟା ପାଇଁ ସର୍ବାଧିକ ମୃତ୍ୟୁ ଦଣ୍ଡାଦେଶ

ଦର୍ପଣ

୨୦୧୯ ବର୍ଷରେ ଭାରତୀୟ ଅଦାଲତଗୁଡ଼ିକରେ ପ୍ରଦାନ କରାଯାଇଥିବା ମୃତ୍ୟୁ ଦଣ୍ଡ ନେଇ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଦ୍ବାରା ବାର୍ଷିକ ପରିସଂଖ୍ୟାନ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ୨୦୧୯ରେ ଦେଶର ବିଭିନ୍ନ ନିମ୍ନ ଅଦାଲତରେ ସମୁଦାୟ ୧୦୨ ଜଣଙ୍କୁ ମୃତ୍ୟୁ ଦଣ୍ଡ ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୪ ଜଣ କେବଳ ବଳାତ୍କାର ଓ ହତ୍ୟା ପାଇଁ ଏହି ଦଣ୍ଡ ପାଇଛନ୍ତି, ଯାହା ସମୁଦାୟ ଦଣ୍ଡାଦେଶର ୫୩%। ୨୦୧୬ ମସିହାରୁ ଏହି ପରିସଂଖ୍ୟାନ ରିପୋର୍ଟରେ ପ୍ରକାଶିତ ତଥ୍ୟ ମୁତାବକ ପ୍ରତି ବର୍ଷ ବଳାତ୍କାର ଓ ହତ୍ୟା ପାଇଁ ମୃତ୍ୟୁ ଦଣ୍ଡ ପାଉଥିବା ଳୋକଙ୍କ ଅନୁୁପାତ ବୃଦ୍ଧି ପାଇବାରେ ଲାଗିଛି। ୨୦୧୯ରେ ବଳାତ୍କାର ଓ ହତ୍ୟା ମାମଲାରେ ଦଣ୍ଡବିଧାନ ହୋଇଥିବା ୫୪ଟି ମାମଲାରୁ ୪୦ଟିରେ ୧୨ ବର୍ଷରୁ କମ୍ ବୟସର ଶିଶୁଙ୍କ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ୨୦୦୧ ମସିହା ପରେ ୨୦୧୯ ମସିହାରେ ମାନ୍ୟବର ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସର୍ବାଧିକ ସଂଖ୍ୟକ (୨୭) ମୃତ୍ୟୁ ଦଣ୍ଡ ମାମଲାର ଶୁଣାଣି କରିଛନ୍ତି। ସେ ମଧ୍ୟରୁ ୬ଟି ମାମଲାରେ ଦଣ୍ଡ କାଏମ ରହିଥିବା ବେଳେ ୧୭ଟି ମାମଲାରେ ଦଣ୍ଡ ଲାଘବ, ୩ଟି ମାମଲାକୁ ଦୋଷମୁକ୍ତ ଓ ଅନ୍ୟ ୨ଟି ମାମଲାର ପୁନଃ ଶୁଣାଣି ପାଇଁ ଆଦେଶ ଦିଆଯାଇଛି। ସେହିପରି ବିଭିନ୍ନ ଉଚ୍ଚ ନ୍ୟାୟାଳୟ ଦ୍ବାରା ୧୫ଟି ମାମଲାରେ ଦଣ୍ଡ କାଏମ ରହିଥିବା ବେଳେ ୩୫ଟି ମାମଲାରେ ଦଣ୍ଡ ଲାଘବ କରାଯାଇଛି ଓ ୧୭ଟି ମାମଲାରେ ଅପରାଧୀ ଦୋଷମୁକ୍ତ ହୋଇଛନ୍ତି। ସେହିପରି ୧୫ଟି ମାମଲାର ପୁନଃ ଶୁଣାଣି ନେଇ ଆଦେଶ ଦିଆଯାଇଛି।

୩୧ ଡିସେମ୍ବର ୨୦୧୯ ସୁଦ୍ଧା ଦେଶରେ ସମୁଦାୟ ୩୭୮ ଜଣ ପ୍ରାଣ ଣ୍ଡରେ ଦଣ୍ଡିତ ହୋଇ ଜେଲ୍‍ରେ ଅଛନ୍ତି। ଏହି ତାଲିକାରେ ଉତ୍ତର ପ୍ରଦେଶରେ ସର୍ବାଧିକ ୫୪ ଜଣ ରହିଥିବା ବେଳେ ଓଡ଼ିଶାରେ ୫ ଜଣ ଦଣ୍ଡିତ ହୋଇ ଫାଶୀ ଅପେକ୍ଷାରେ ରହିଛନ୍ତି।

ସମ୍ବନ୍ଧିତ ଖବର