ଭାରତର ‘ଡିଜିଟାଲ’ ସଶକ୍ତୀକରଣ

ଡ. ଅସୀମା ସାହୁ

ଆଧୁନିକ ଭାରତର ସ୍ବରୂପ ଇ-ସେବା ବ୍ୟବସ୍ଥାର ଗୁଣବତ୍ତା, ଦକ୍ଷତା ଓ ବ୍ୟାପକତା ଆଦି ଉପରେ ନିର୍ଭର କରେ। ତେଣୁ ୨୦୧୫ ମସିହାରେ ଆରମ୍ଭ ହୋଇଥିବା ‘ଡିଜିଟାଲ ଇଣ୍ତିଆ’ କାର୍ଯ୍ୟକ୍ରମରେ ନାଗରିକ-କୈନ୍ଦ୍ରିକ ସେବା ପ୍ରଦାନ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଆଶା କରାଯାଉଛି ଯେ ଏହା ଦ୍ବାରା ଭାରତୀୟ ସମାଜକୁ ‘ଡିଜିଟାଲ’ ରୂପେ ସଶକ୍ତ କରାଯାଇପାରିବ ଓ ଏହା ଜରିଆରେ ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ କରାଯାଇପାରିବ। ଏହା ଦ୍ବାରା ଏକ କାଗଜବିହୀନ ବା ‘ପେପରଲେସ୍‌’, ମନୁଷ୍ୟ-ଉପସ୍ଥିତି ବିହୀନ ବା ‘ପ୍ରେଜେନ୍‌ସଲେସ୍‌’ ଓ ନଗଦବିହୀନ ବା ‘କ୍ୟାସ୍‌ଲେସ୍‌’ କାର୍ଯ୍ୟକଳାପ ସମ୍ଭବ ହେବ। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହାୟତାରେ ମୋବାଇଲ୍‌ ନେଟ୍‌ଵାର୍କ ଓ ଇଣ୍ଟରନେଟ୍‌ ଦ୍ବାରା ଏହା ବିଶେଷ ଅଗ୍ରଗତି ଲାଭ କଲାଣି।

ଡିଜିଟାଲ୍‌ ଇଣ୍ତିଆ ଅଧୀନରେ ଇ-ସେବା ପାଇଁ ଆଧାର କାର୍ଡ ଓ ମୋବାଇଲ୍‌ ଫୋନ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ଆମ ଦେଶରେ ଏ ପର୍ଯ୍ୟନ୍ତ ୧୨୩ କୋଟି ଲୋକଙ୍କ ଆଧାର କାର୍ଡ ହୋଇଥିବା ବେଳେ ୧୧୮ କୋଟି ଲୋକ ମୋବାଇଲ ସେବା ସହ ସ˚ଯୁକ୍ତ। ସେହିଭଳି ୩୬ କୋଟି ଲୋକ ‘ଜନଧନ’ ଯୋଜନାରେ ସାମିଲ ହୋଇ ସାରିଛନ୍ତି। ଡିଜିଟାଲ ଟଙ୍କା ନେଣଦେଣ କାରବାର ଏହା ଦ୍ବାରା ସମ୍ଭବ ହୋଇପାରିଛି। ବିଭିନ୍ନ ସାମାଜିକ ସୁରକ୍ଷାମୂଳକ ଯୋଜନାରେ ହିତାଧିକାରୀମାନଙ୍କ ଜମା ଖାତାକୁ ଅର୍ଥ ଏବେ ‘ଡିଜିଟାଲ’ ମାଧୢମରେ ଦିଆଯାଉଛି। ପରିସ˚ଖ୍ୟାନ ଅନୁସାରେ ମୋଟ ୪୪୦ଟି ସରକାରୀ ଯୋଜନାରେ ୨,୩୩,୯୮୧ କୋଟି ଟଙ୍କା ଏହି ବ୍ୟବସ୍ଥାରେ ହିତାଧିକାରୀମାନଙ୍କ ଖାତାକୁ ଯାଇଛି।

ସେହି ଭଳି ସମଗ୍ର ଦେଶରେ ୨.୩ ଲକ୍ଷ ଗ୍ରାମପଞ୍ଚାୟତରେ ୩.୪୭ ଲକ୍ଷ ସାଧାରଣ ସେବାକେନ୍ଦ୍ର (ସି.ଏସ୍‌.ସି) ଖୋଲାଯାଇ ଲୋକଙ୍କୁ ଅନ୍ୟୂନ ୩୫୦ଟି ଡିଜିଟାଲ ସେବା ସ୍ବଳ୍ପ ମୂଲ୍ୟରେ ଯୋଗାଇ ଦିଆଗଲାଣି। ନିକଟରେ ଜାତୀୟ ବ୍ରଡବ୍ୟାଣ୍ତ୍‌ ମିସନର ଶୁଭାରମ୍ଭ ହୋଇଛି। ଏହା ଦ୍ବାରା ୨୦୨୨ ସୁଦ୍ଧା ସବୁ ଗାଁକୁ ବ୍ରଡବ୍ୟାଣ୍ତ୍‌ ସ˚ଯୋଗୀକରଣ କରାଯିବାର ଲକ୍ଷ୍ୟ ରହିଛି। ‘ଡିଜିଟାଲ ଲକର‌୍‌’ ବା ‘ଡିଜି ଲକର‌୍‌’ ବ୍ୟବସ୍ଥା ଦ୍ବାରା ନାଗରିକଙ୍କୁ ଘରୋଇ ଓ ସରକାରୀ ନଥିପତ୍ରଗୁଡ଼ିକୁ ସୁରକ୍ଷିତ ଭାବେ ଗଚ୍ଛିତ କରି ରଖିବାର ସୁଯୋଗ ମିଳିଛି। ଏଥିରେ ଏବେ ୨-୩ କୋଟି ଲୋକ ୩୫୨ କୋଟିରୁ ଅଧିକ ନଥିପତ୍ର ରଖିଲେଣି। ସେହିଭଳି ‘ଉମଙ୍ଗ’ ପରି ମୋବାଇଲ ଆପ୍‌ରେ ବିଭିନ୍ନ ସରକାରୀ ସେବା ଯୋଗାଇ ଦିଆଯାଉଛି ଯାହାର ବ୍ୟବହାରକାରୀଙ୍କ ସ˚ଖ୍ୟା ୧.୧ କୋଟିରୁ ଅଧିକ। ‘ଇ-ହସ୍‌ପିଟାଲ୍‌’ ଭଳି ଏକ ବ୍ୟବସ୍ଥାରେ ୩୨୨ଟି ହସ୍‌ପିଟାଲ୍‌ ଯୋଡ଼ି ହେବା ଦ୍ବାରା ୯-୮ କୋଟି ରୋଗୀ ଡାକ୍ତରଖାନାରେ ପରାମର୍ଶ ପାଇଁ ଅନ୍‌ଲାଇନ ପଞ୍ଜୀକରଣ କରିପାରୁଛନ୍ତି। ‘ଇ-ନାମ କୃଷି’ ବ୍ୟବସ୍ଥାରେ ୫୮୫ କୃଷି ମଣ୍ତି ସ˚ଯୁକ୍ତ ହୋଇ ୧.୬୪ କୋଟି ଚାଷୀ ଓ ୧.୨ ଲକ୍ଷ ବ୍ୟବସାୟୀଙ୍କ ମଧ୍ୟରେ ୨୦,୦୦୦ କୋଟି ଟଙ୍କାର କାରବାର ହୋଇ ସାରିଲାଣି।

ଏହା କେବଳ ମାତ୍ର କିଛି ଉଦାହରଣ। ଆହୁରି ଅନେକ କ୍ଷେତ୍ରରେ ଡିଜିଟାଲ ବ୍ୟବସ୍ଥା ତାର ପରାକାଷ୍ଠା ଦେଖାଉଛି। ଏବ˚ ସବୁଠାରୁ ବଡ଼ କଥା ହେଲା ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଆଉ ସ୍ବଚ୍ଛଳ ବର୍ଗରେ ସୀମିତ ରହିନାହିଁ। ଏହା ବାସ୍ତବରେ ଏକ ଗଣତାନ୍ତ୍ରିକ ରୂପ ଧାରଣ କରିଛି।

ମୋ-୯୪୩୭୩୮୦୭୭୦

ସମ୍ବନ୍ଧିତ ଖବର

Comments are closed.