ଗୌତମ ବୁଦ୍ଧ ଓ ଆନନ୍ଦ

କଥାଟିଏ ଯାଯାବର

ଆନନ୍ଦଙ୍କୁ ବିଚଳିତ ଅବସ୍ଥାରେ ଦେଖି ଗୌତମ ବୁଦ୍ଧ ପଚାରିଲେ- ତୁମେ ଏମିତି ଅସ୍ଥିର ଲାଗୁଛ କାହିଁକି?
ଆନନ୍ଦ କହିଲେ- ତଥାଗତ, ମୁଁ ନିକଟସ୍ଥ ଜନପଦକୁ ଭିକ୍ଷା ଲାଗି ଯାଇଥିଲି। ସେଠାରେ କିଛି ଲୋକ କଥା ହେଉଥିବାର ଶୁଣିଲି। ସେମାନେ କହୁଥିଲେ ଯେ ଆପଣ ଜଣେ ଶଠ। ଆପଣ ସୁନ୍ଦରୀ ମହିଳାଙ୍କ ଆତିଥ୍ୟ ସ୍ବୀକାର କରୁଥିବାରୁ ଆପଣଙ୍କ ଠାରେ ଚାରିତ୍ରିକ ଦୋଷ ଦୁର୍ବଳତା ମଧ୍ୟ ରହିଛି। ଏହା ମୋତେ ଭଲ ଲାଗିଲା ନାହିଁ।
ବୁଦ୍ଧ କହିଲେ- ଆନନ୍ଦ ମୁଁ ଭାବିଥିଲି ତୁମେ ମୋର ଶିଷ୍ୟ; ତେଣୁ ତୁମେ ମୋର ଅନୁଗମନ କରୁଛ। କିନ୍ତୁ ଏବେ ଯାହା ଦେଖୁଛି ତୁମେ ଅନ୍ୟମାନଙ୍କର ଅନୁଗମନ ମଧ୍ୟ କରୁଛ।
ଆନନ୍ଦ କହିଲେ- ମାତ୍ର, ତଥାଗତ!
ବୁଦ୍ଧ ତାଙ୍କ କଥାକୁ ଅଧାରୁ କାଟି ଦେଇ କହିଲେ- ମୁଁ କହେ ସର୍ବଦା ନିଜ ମନକୁ ନିୟନ୍ତ୍ରଣରେ ରଖ। ତୁମ ମନ ତୁମର ଦାସ ହେଉ ଓ ତୁମେ ତାର ମାଲିକ। କିନ୍ତୁ ତୁମ ଠାରେ ଏବେ ତାର ଓଲଟା ଦେଖୁଛି। ତୁମେ ତୁମ ମନର ଦାସ ହୋଇଯାଇଛ। ତୁମ ମନର ସ୍ଥିତି ତୁମକୁ ପରିଚାଳିତ କରୁଛି। କେବଳ ସେତିକି ନୁହେଁ, ତୁମେ ଅନ୍ୟମା‌ନଙ୍କ ମନର ବି ଦାସ ହୋଇଯାଇଛ। ଅନ୍ୟମାନେ ଯେମିତି ଚାହିଁବେ ତୁମକୁ ସେମିତି ପରିଚାଳିତ କରିପାରିବେ! ଏହା ତ ମୋ ଶିକ୍ଷାର ବିପରୀତ!

ସମ୍ବନ୍ଧିତ ଖବର