ବିଭିନ୍ନ କାରଣରୁ ଭାରତର ସବୁଜିମା ଆଜି ବିପଦରେ। କେବଳ କାଠ ମାଫିଆଙ୍କ ଦ୍ବାରା ଜଙ୍ଗଲ କ୍ଷୟ ହେଉ ନାହିଁ; ବର˚ ଜଙ୍ଗଲ ଜମିର ଏକ ବୃହତ୍ ଅ˚ଶ ଏବେ ଜବରଦଖଲକାରୀଙ୍କ କବ୍ଜାରେ ରହିଥିବାରୁ ଭାରତର ସବୁଜ ଛାତ ଅବକ୍ଷୟିଷ୍ଣୁ।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ଆକଳନ ଅନୁସାରେ, ଆମ ଦେଶର ମୋଟ ଜଙ୍ଗଲର ପରିମାଣ ହେଉଛି ୭,୦୮,୨୭,୩୦୦ ହେକ୍ଟର୍, ଯାହା ମୋଟ ଭୌଗୋଳିକ କ୍ଷେତ୍ରର ୨୧.୫୪ ପ୍ରତିଶତ। ଏଥି ମଧୢରୁ ପାଖାପାଖି ୨ ପ୍ରତିଶତ ଜଙ୍ଗଲ ଜମି ଅର୍ଥାତ୍ ୧୩ ଲକ୍ଷ ହେକ୍ଟର ପରିବ୍ୟାପ୍ତ ଅଞ୍ଚଳ ଏବେ ଜବରଦଖଲକାରୀଙ୍କ ହାତରେ। ଜଙ୍ଗଲ ଜମି ଜବରଦଖଲକାରୀ ତାଲିକାଭୁକ୍ତ ରାଜ୍ୟମାନଙ୍କ ମଧୢରେ ଶୀର୍ଷରେ ଅଛି ମଧୢପ୍ରଦେଶ। ସାରା ଦେଶରେ ଯେତିକି ଜଙ୍ଗଲ ଜମିକୁ ଜବରଦଖଲକାରୀ ମାଡ଼ି ବସିଛନ୍ତି, ତାହାର ୪୧ ପ୍ରତିଶତ ରହିଛି ମଧୢପ୍ରଦେଶରେ। ଏହି ରାଜ୍ୟର ମୋଟ ୫,୩୪,୭୧୭ ହେକ୍ଟର୍ ଜଙ୍ଗଲ ଜମି ଏବେ ଜବରଦଖଲକାରୀଙ୍କ କବ୍ଜାରେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗଲା ଆଠ ବର୍ଷ ମଧୢରେ ଏହି ରାଜ୍ୟରେ ଜଙ୍ଗଲ ଜମି ଦଖଲ ୬୬ ଗୁଣ ବଢ଼ିଛି। ତାଲିକାର ଦ୍ବିତୀୟ ସ୍ଥାନରେ ଆସାମ ଓ ତା’ ତଳକୁ ଓଡ଼ିଶା ତୃତୀୟ ସ୍ଥାନରେ ଅଛି। ଆସାମରେ ଜବରଦଖଲ ହୋଇଥିବା ଜଙ୍ଗଲ ଜମିର ଆକାର ୩,୧୭,୨୧୫ ହେକ୍ଟର୍ ଏବ˚ ଓଡ଼ିଶାରେ ତାହା ୭୮,୫୦୫ ହେକ୍ଟର୍। ଏହି କ୍ରମରେ ଉତ୍ତରାଖଣ୍ତର ୧୦,୬୪୯ ହେକ୍ଟର୍ ଜଙ୍ଗଲ ଜମି ଜବରଦଖଲ ସହିତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୩୦ ସୁଦ୍ଧା ବାୟୁମଣ୍ତଳକୁ ଅଙ୍ଗାରକାମ୍ଳ ବାଷ୍ପ ଉତ୍ସର୍ଜନର ପରିମାଣକୁ ୨.୫ରୁ ୩ ବିଲିଅନ୍ ଟନ୍ ପର୍ଯ୍ୟନ୍ତ କମାଇବା ଲକ୍ଷ୍ୟରେ ଭାରତ ରହିଛି। ତେବେ, କ୍ରମାଗତ ଭାବେ ଜଙ୍ଗଲ ଜମି ଜବରଦଖଲର ପରିମାଣ ବଢ଼ିବା ଓ ତଜ୍ଜନିତ ଜଙ୍ଗଲ ପଦା ହେବା କାରଣରୁ ଏ ଲକ୍ଷ୍ୟ ପୂରଣ ହେବା ଦୁରୂହ ବ୍ୟାପାର ହୋଇପାରେ। ଏଣୁ, ଜଙ୍ଗଲ ଜମିକୁ ଜବରଦଖଲକାରୀଙ୍କ ନିକଟରୁ ମୁକ୍ତ କରାଯିବା ଅତ୍ୟନ୍ତ ଜରୁରୀ।