ବିଜୟଶ୍ରୀଙ୍କ ସ୍ମରଣେ

କି ଶୀତ ଓ ଖରା, ଦିନ ୧୧ଟା ଓ ସନ୍ଧ୍ୟା ୫ଟାରେ ‌େ‌ସ ଯେଉଁଠି ଥାଆନ୍ତୁ ନିଶ୍ଚିତ ଫୋନ ଆସିବ। ଆତ୍ମୀୟତା ଭରା କଣ୍ଠରେ କହିବେ କେଉଁଠି ଅଛୁ। ତା’ପରେ ଇଂରେଜୀ ଓ ଓଡ଼ିଆ ସମ୍ବାଦପତ୍ର‌ ମାନଙ୍କରେ ପ୍ରକାଶ ପାଇଥିବା ପ୍ରକୃତି, ପରିବେଶ, ବନ୍ୟଜୀବଜନ୍ତୁ, ପାଣିପାଗ ବିଷୟରେ ଖୁବ୍‌ ତର୍ଜମା ଓ ଆଲୋଚନା ହୁଏ। ସେଥିପାଇଁ ତୁମକୁ ଆଗରୁ ପଢ଼ି ପସ୍ତୁତ ହେବାକୁ ପଡ଼େ। ସନ୍ଧ୍ୟାରେ କ୍ବାର୍ଟରକୁ ଆସିବାକୁ କହିବେ। ସନ୍ଧ୍ୟା ଆସରରେ ଯାହା ସବୁ ଆଲୋଚନା ହୁଏ ତାକୁ କେହି ଯଦି ନୋଟ କରିଥାଆନ୍ତା, ସେଗ୍ୁଡ଼ିକ କେତେ ଖଣ୍ଡ ପୋଥି ହୋଇଥାନ୍ତା। ସନ୍ଧ୍ୟା ଆସରଟା ଗୋଟିଏ ଗଣତାନ୍ତ୍ରିକ ଆସର। ତର୍କ, ଆଲୋଚନା ଓ ସମାଲୋଚନା ହୁଏ। ସେ ଆଲୋଚନାଗୁଡ଼ିକ ଖୁବ୍‌ ଉପାଦେୟ। ଜୋତା ସିଲାଇରୁ ଚଣ୍ଡୀପାଠ ଯାଏ।

ତାଙ୍କ ନାମକୁ ନେଇ ଗୋଟିଏ ରୋଚକ କାହାଣୀ ରହିଛି। ବାପା ନୀଳମଣି ରାଉତରାୟ ଓ ନଳିନୀ ଦେବୀ ରାଉତରାୟ ବବୁଲର ଗୀତ ନେଇ ପୁଅର ନାମ ଦେଲେ ବବୁଲ। ଭଲ ନାମ ଥିଲା ବିଜୟଶ୍ରୀ ରାଉତରାୟ। ବବୁଲ କ’ଣ ବାବୁଲିଭାଇ ନାମରେ ସେ ଓଡ଼ିଶାରେ ପରିଚିତ।

ସତୁରି ଦଶକର କଥା ବାବୁଲି ଭାଇ ଭୂଗୋଳରେ ବିଶ୍ବବିଦ୍ୟାଳୟ ଟପର୍‌ ହୋଇ ଗୋଲଡ୍‌ ମେଡାଲ ପାଇଲେ। ସେଦିନ ଘରେ ଖୁସିରେ ଆମ ବାପା ସାହିପଡ଼ିଶାଙ୍କୁ ମିଠା (ରସଗୋଲା) ବାଣ୍ଟିଲେ। ଆମ୍ଭେମାନେ ବି ମନଭରି ମିଠା ଖାଇଲୁ। ମୋର ବାଳୁତ ମନରେ ଭାବୁଥାଏ ଭୂଗୋଳ ଖେଳରେ ବାବୁଲି ଭାଇ ଗୋଲ୍‌ ମେଡାଲ ପାଇଲେ, କିନ୍ତୁ ଦିନେ ସନ୍ଧ୍ୟାରେ ଆମକୁ ବାପା କହିଲେ ଭଲ ପାଠ ପଢ଼ିଲେ ବାବୁଲି ଭଳି ଗୋଲଡ୍‌ ମେଡାଲ ପାଇବ। ମୋର ଧାରଣା ଦୂର ହେଲା ଯେ ଭଲ ପାଠ ପଢ଼ିଲେ ଗୋଲ୍‌ଡ ମେଡାଲ ମିଳେ ବୋଲି।

୧୯୮୪ ମସିହାର କଥା ଆମ ଚାନ୍ଦବାଲି ବ୍ଲକର ମନ୍ତେଇ ନଦୀ ଆରପଟ ଧାମରା ଇଲାକା, ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଥାଏ। ମୁଁ ଉତ୍କଳ ଛାତ୍ର ସଂଗଠନ କରୁଥାଏ। ମୋର ସେ ଅଞ୍ଚଳରେ ବହୁତ ବନ୍ଧୁ ସ୍କୁଲ ଓ କଲେଜବେଳର ଥାନ୍ତି। ମୋର ସେମାନଙ୍କ ସହ ଖୁବ୍‌ ବନ୍ଧୁତା ଥାଏ। ଏସବୁ ଖବର ପାଇ ସନ୍ଧ୍ୟାରେ ଚାନ୍ଦବାଲି, ବାସୁଦେବପୁର ନିର୍ବାଚନ‌ରେ ମୋତେ ସାହାଯ୍ୟ କରିବା ପାଇଁ ପହଞ୍ଚିଲେ। ଗଲାବେଳେ ସେ ମୋତେ ନିର୍ବାଚନ ଖର୍ଚ୍ଚ ପାଇ କିଛି ଅର୍ଥ ଦେଇ କରି ଗଲେ। ସବୁ ଚେଷ୍ଟା ସତ୍ତ୍ବେ ବାବୁଲି ଖୁବ୍‌ ଅଳ୍ପ ଭୋଟରେ ହାରିଗଲେ। ସେ ଦିନ ବଡ଼ କଥା ଥିଲା, ଯେଉଁଦିନ ନିର୍ବାଚନ ହାରିବା କଥାକୁ ନେଇ ଆଲୋଚନା ହେଉଥିଲା ମୁଁ ମଧ୍ୟ ଯାଇଥିଲି। ଖର୍ଚ୍ଚ ତାଲିକା ସହ ବଳିଥିବା ୧୨ଟଙ୍କା ଫେରାଇ ଦେଲି। ତୁ ନିର୍ବାଚନ ଖର୍ଚ୍ଚ କରିଛୁ ରଖ। ନା ସେସବୁ ମୋର ବିଚାର ବିରୋଧୀ। ବଳିଥିବା ଟଙ୍କା ଆପଣଙ୍କର। ସେ ଜଙ୍ଗଲ ମନ୍ତ୍ରୀ ଥିବା ବେଳେ ସରକାରଙ୍କର କେତେକ ନିଷ୍ପତ୍ତିକୁ ନେଇ ଖୁବ୍‌ ତର୍କ ବିତର୍କ ହୁଏ। ସେଥିମଧ୍ୟରୁ ଥିଲା ଜଙ୍ଗଲ ଡିିଭିଜନର ପୁର୍ନଗଠନ, ଲୁଣା ଜଙ୍ଗଲ ବୃଦ୍ଧି, ଧାମରା ରେଳପଥରେ ଜଳ ନିଷ୍କାସନ ସମସ୍ୟା। ସହର ଅଞ୍ଚଳରେ ବନୀକରଣ, ଟି.ଟି ପରମିଟ୍‌, କରତ କଳ, ଚନ୍ଦନ ଗଛର ନୀତି ଓ ସର୍ବଶେଷରେ ଟିକରପଡ଼ାରେ ମଧ୍ୟପ୍ରଦେଶର ମନ୍ଧମଗଡ଼ରୁ ଆସିଥିବା ବାଘ ସୁନ୍ଦରୀ, ପରେ କେତେକ ସଂଶୋଧନ ହେଲା ଆହୁରି ବହୁତ ରହିଗଲା। ଜଙ୍ଗଲ ଓ ରାଜସ୍ବ ମନ୍ତ୍ରୀ ହିସାବରେ ଆଦିବାସୀଙ୍କୁ ଜଙ୍ଗଲଜମିର ଅଧିକାର। କେନ୍ଦ୍ରାପଡ଼ା ସାତଭାଇ ଗ୍ରାମର ଥଇଥାନ। ଚାନ୍ଦବାଲିର ଗାନ୍ଧୀନଗର ଥଇଥାନ।

ଜାଗା ମିସନ ଓ ଭାଗ ଚାଷୀ ଆଇନ କାର୍ଯ୍ୟକରି ରାଜ୍ୟବାସୀଙ୍କ ହୃଦୟରେ ରହିବା ତାଙ୍କର ଲକ୍ଷ୍ୟ ଥିଲା। ଜୀବନର ବଡ଼ ରୁଚି ଥିଲା ଡାକ ଟିକଟ ସଂଗ୍ରହ ଓ ବିଶେଷ କରି ତୁଷାର ଭାଲୁ ଓ ମହାତ୍ମା ଗାନ୍ଧୀଙ୍କ ଉପରେ ତାଙ୍କର ଆଗ୍ରହ ଥିଲା। ବହିପଢ଼ା ଓ କିଛି ନୂଆ କଥା ଗ୍ରହଣ କରିବା ପାଇଁ ଆଗ୍ରହ ଥାଏ। ତାଙ୍କର ସବୁଠାରୁ ବଡ଼ ଗୁଣ ଥିଲା ସମୟାନୁବର୍ତ୍ତୀ। ବିଜେଡି ଦଳ ଗଠନରେ ତାଙ୍କର ସବୁଠାରୁ ବଡ଼ ଭୂମିକା ଥିଲା। ତାଙ୍କ ସହ ମୋର ଭଲ ଆତ୍ମୀୟତାର ସମ୍ପର୍କ ଥିଲା। କାଲିପରି ଲାଗୁଛି ଆଜିକୁ ଦୁଇ ବର୍ଷ ବିତିଗଲାଣି। ସାରା ବିଶ୍ବ କରୋନା ମହାମାରୀ ସହିତ ଲଢୁଥିଲା ବେଳେ, ବାବୁଲି ଭାଇ କିନ୍ତୁ ସେହି ମହାମାରୀ ଲଢ଼େଇରେ ହାରିଗଲେ। ସେହିଦିନଠାରୁ ମାଗୁଣିର ଶଗଡ଼ ଭଳି ଠିକ୍‌ ଦିନ ୧୧ଟା ଓ ସନ୍ଧ୍ୟା ୫ଟାରେ ଫୋନ କଲ ସବୁଦିନ ପାଇଁ ନିରବୀ ଗଲା। ସେ ସବୁଦିନ ପାଇଁ ଅଫେରା ଲାଇଜକୁ ଚାଲିଗଲେ, ତାଙ୍କ କାର୍ଯ୍ୟ କରିବାର ଶୈଳୀ ତାଙ୍କୁ ଭଲ ପାଇଥିବା ମଣିଷମାନଙ୍କୁ ଅନୁପ୍ରାଣିତ କରୁ।

ସଂଗ୍ରାମ କେଶରୀ ରାଉତ
ମୋ: ୯୪୩୭୮୧୮୨୩୩

ସମ୍ବନ୍ଧିତ ଖବର