ପୁରୁଣା ହାଉଦା

କଥାଟିଏ - ଯାଯାବର

ଜଣେ ବଦାନ୍ୟ ବଣିକ ଥିଲେ। ଥରେ ତାଙ୍କ ପତ୍ନୀ ତାଙ୍କୁ କହିଲେ- ଯେଉଁ ଘୋଡ଼ା ପିଠିରେ ବସି ତୁମେ ଯିବା ଆସିବା କରୁଛ, ତାର ହାଉଦାଟିକୁ ଦେଖିଲଣି। ତାହା କୋତରି ଯାଇ ଛିଣ୍ତି ପଡ଼ିବା ଅବସ୍ଥାରେ। ବର୍ଷ ବର୍ଷ ଧରି ତାହା ସେମିତି ଅବସ୍ଥାରେ ଥିଲେ ବି ତୁମେ ତାକୁ ବଦଳାଉନାହଁ, ତା ଉପରେ ବସି ବୁଲାବୁଲି କରୁଛ। ତୁମର ଏ ହାବଭାବକୁ ଦେଖି ଲୋକେ ତୁମକୁ କୃପଣ ବୋଲି କହି ହସୁଥିବେ।

ବଣିକ ପତ୍ନୀଙ୍କୁ କହିଲେ- ତୁମେ ଯାହା କହୁଛ ସତ। ଏକା ତୁମେ ନୁହେଁ, ଅନେକ ଲୋକେ ମୋତେ ସେଇ କଥା କହିଲେଣି। କିନ୍ତୁ ମୋର ଏ ପ୍ରକାର ହାବଭାବ ପଛରେ ଗୋଟିଏ ଛୋଟିଆ ଦର୍ଶନଟିଏ ଅଛି। ଏବେ ବୁଝାଇ ଦେଉଛି ଶୁଣ।

କଥା ହେଲା, ଏହି ହାଉଦା ଉପରେ ମୋ ବାପା ବି ବସୁଥିଲେ ଏବ˚ ଏବେ ମୁଁ ବସୁଛି। ଏହା ଅତି ପୁରୁଣା। ଅନେକ ବର୍ଷ ହେଲାଣି ଏହା କୋତରି ଯାଇ କେବଳ କିଛି ମାତ୍ର ଖିଅ ଯୋଗୁ ତା ସ୍ଥାନରେ ରହି ଆମ କାମରେ ଲାଗିପାରୁଛି। ସେତକ ଛିଣ୍ତିଗଲେ ଏହା କାମରେ ଆସିବ ନାହିଁ। ତା ପରେ ତାର ମରାମତି କରିବାକୁ ପଡ଼ିପାରେ ବା ନୂଆ ହାଉଦାଟିଏ କିଣାଯିବା ଦରକାର ହୋଇପାରେ। କିନ୍ତୁ ଦେଖ କେତେ ବର୍ଷ ହେଲାଣି ଏମିତି ଖିଅରେ ଲାଗି ମୋ କାମରେ ଆସୁଥିବାରୁ ମୋର ତା ପ୍ରତି ସମ୍ମାନ ବଢ଼ିଯାଇଛି। ମୁଁ ତାକୁ ପ୍ରତିଦିନ କହେ- ତୁମେ ବେଶ୍‌ ଧୈର୍ଯ୍ୟବାନ। ଏତେ ବର୍ଷ କାଳ ସେବାରେ ଲାଗି ବି ତୁମେ ପୂରା ଥକିଯାଇନାହଁ। ମୁଁ କେମିତି ତୁମର ହତାଦର କରପାରିିବି? ତୁମର ଧୈର୍ଯ୍ୟ ଅସୀମ।

ତା ପରେ ମୁଁ ଭାବେ ମୁଁ ବି ମୋ ଧୈର୍ଯ୍ୟର ପରିଚୟ ଦେବା ଉଚିତ। ତେଣୁ ପ୍ରତି ଦିନ ମୁଁ ଘୋଡ଼ା ପିଠିରୁ ଓହ୍ଲାଇବା ପରେ ଏ ଜରାଜୀର୍ଣ୍ଣ ହାଉଦାକୁ ନମସ୍କାର କରେ।

ବଣିକଙ୍କ ପତ୍ନୀ କହିଲେ- ସତେ ତ! ତୁମର ଏ ଛୋଟିଆ ବିଚାର ପଛରେ କି ବିଶାଳ ଭାବନା ରହିଛି !

ସମ୍ବନ୍ଧିତ ଖବର