ମନ୍ତ୍ରୀଙ୍କ ପୁଅ ଯେତେବେଳେ ରାଜପରିଷଦରେ ଯୋଗ ଦେଲା, ରାଜା ଅତ୍ୟନ୍ତ ଆନନ୍ଦତ ହେଲେ। କାରଣ ମନ୍ତ୍ରୀଙ୍କ ପୁଅ କେବଳ ସୌମ୍ୟଦର୍ଶନ ନ ଥିଲା, ଥିଲା ଜଣେ ଭଲ ଯୋଦ୍ଧା ଏବ˚ ଆଚରଣରେ ଅତ୍ୟନ୍ତ ମାର୍ଜିତ। ରାଜା ସର୍ବଦା ମନ୍ତ୍ରୀଙ୍କ ପୁଅର ଉଦାହରଣ ଦେବାରେ ଲାଗିଲେ।
ଦିନକର କଥା। ରାଜା ମନ୍ତ୍ରୀଙ୍କ ପୁଅର ପ୍ରଶ˚ସା କରୁଥିବା ବେଳେ ରାଣୀ କହିଲେ- ମୋତେ ଲାଗୁଛି ଆପଣ ବୋଧହୁଏ ଭଳି ଯାଇଛନ୍ତି। ଆପଣ ଥରେ ମନ୍ତ୍ରୀଙ୍କ ପୁଅର ଆଚାର ବ୍ୟବହାରକୁ ବାହାରେ ଲକ୍ଷ୍ୟ କରନ୍ତୁ। ତା ପରେ କୌଣସି ସିଦ୍ଧାନ୍ତରେ ପହଞ୍ଚିବେ।
ରାଜା ଏହା ଶୁଣିବା ପରେ ଥରେ ସ୍ଥିର କଲେ ଯେ ମନ୍ତ୍ରୀଙ୍କ ପୁଅର ଆଚରଣକୁ ଭଲ ଭାବେ ନିରୀକ୍ଷଣ କରିବେ। ଦିନେ ସେ ଛଦ୍ମ ବେଶରେ ମନ୍ତ୍ରୀଙ୍କ ପୁଅର ଅନୁଗମନ କଲେ। ସେ ଦେଖିଲେ ମନ୍ତ୍ରୀଙ୍କ ପୁଅ ଘୋଡ଼ାରେ ଯାଉଥିବା ବେଳେ ସେଇ ବାଟେ ଚାଲି ଯାଉଥିବା ଜଣେ ସାଧାରଣ ଲୋକର ପିଠିରେ ପଛ ପଟୁ ଚାବୁକ ଦ୍ବାରା ପ୍ରହାର କଲେ। ଏହାର କାରଣ ଥିଲା ଚାଲି କରି ଯାଉଥିବା ଲୋକ ଜଣକ ତାର ଅଗୋଚରରେ ମନ୍ତ୍ରୀଙ୍କ ପୁଅର ଯିିବା ବାଟକୁ ଓଗାଳୁଥିଲା।
ଏହା ଦେଖି ରାଜା ହତାଶ ହୋଇ ଘରକୁ ଫେରିଲେ। ବାଟରେ ଯାହା ଦେଖିଲେ ସେ ବିଷୟରେ ରାଣୀଙ୍କୁ କହିଲେ। ରାଣୀ ଏହା ଶୁଣି କହିଲେ- ମୁଁ ଜାଣିଥିଲି ଏୟା ହିଁ ହେବ। କାରଣ ଆପଣଙ୍କ ଆଗରେ ମାର୍ଜିତ ଓ ଶିଷ୍ଟ ଆଚରଣ ପ୍ରଦର୍ଶନ ନ କରି ଉପାୟ ନାହିଁ। ସମସ୍ତେ ତାହା ହିଁ କରିବେ। କିନ୍ତୁ ନିଜ ଠାରୁ ନିମ୍ନ ସ୍ତରରେ ରହୁଥିବା ବ୍ୟକ୍ତିିଙ୍କ ପ୍ରତି ଯିଏ ସମ୍ମାନର ସହିତ ଭଲ ବ୍ୟବହାର ପ୍ରଦର୍ଶନ କରିଥାଏ, ଆମେ ତାକୁ ହିଁ କହିବା ଯେ ସେ ଉତ୍ତମ ସ˚ସ୍କାରର ଅଧିକାରୀ।
ରାଜା କହିଲେ- ଠିକ୍ କଥା। କାହାର ପ୍ରକୃତ ସ୍ବରୂପ ଜାଣିବା ଲାଗି ତାକୁ ଭଲ ରୂପେ ନିରୀକ୍ଷଣ କରିବା ଦରକାର।