ପଳାୟନ କର

କଥାଟିଏ - ଯାଯାବର

ଗୋଟିଏ ଛୋଟ ଗାଁ ଥିଲା। ଥରେ ସେ ଗାଁ ଉପରେ ଶତ୍ରୁ ଆକ୍ରମଣ କରିବେ ବୋଲି ଶୁଣାଗଲା। ଛୋଟ ଗାଁର ଲୋକେ ପାଖରେ ରହୁଥିବା ଜଣେ ସାଧୁଙ୍କ ଶରଣ ପଶିଲେ। ସାଧୁ କହିଲେ- ଚିନ୍ତା ନାହିଁ। ତୁମ ଗାଁର ସବୁ ଲୋକ ମୋ ପାଖକୁ ଆସ। ମୁଁ ତୁମମାନଙ୍କୁ ଯୋଦ୍ଧାରେ ପରିଣତ କରିଦେବି। ସତକୁ ସତ ପର ଦିନ ସକାଳୁ ସାଧୁଙ୍କ ଠାରୁ ଲୋକେ ଶସ୍ତ୍ର ଚାଳନା ପ୍ରଶିକ୍ଷଣ ନେବାରେ ଲାଗିଲେ। କେବଳ ସେତିକି ନୁହେଁ, ସେମାନଙ୍କ ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ଲାଗି ବିଭିନ୍ନ ପ୍ରକାର ବ୍ୟାୟାମ ଶିଖାଇଲେ। ଏମିତି ବିତିଗଲା ଅନେକ ଦିନ।

ଥରେ ଜଣେ ବ୍ୟକ୍ତି ଆସି ଖବର ଦେଲା- ଯୁଦ୍ଧ ଲାଗି ପ୍ରସ୍ତୁତ ହୁଅ। କାରଣ ଏକ ବିରାଟ ଶତ୍ରୁ ଦଳ ଗାଁ ଉପରେ ଆକ୍ରମଣ କରିବା ଲାଗି ଆସୁଛନ୍ତି। ଏଥର ସାଧୁଙ୍କ ଆଜ୍ଞାରେ ଜଣେ ପାହାଡ଼ ଉପରକୁ ଚଢ଼ି ସ୍ଥିତି ଆକଳନ କରିବାକୁ ଗଲା। କିନ୍ତୁ ସେ ଯାହା ଦେଖିଲା ସେଥିରେ ତାର ହଲକ ଶୁଖିଗଲା। ସେ ତଳକୁ ଦଉଡ଼ି ଆସି କହିଲା- ଆମେ ପାରିବା ନାହିଁ। ଏ ବାହିନୀ ବହୁତ ବିଶାଳ ଓ ଶକ୍ତିଶାଳୀ ଭଳି ଲାଗୁଛି।

ସାଧୁ କହିଲେ- ତାହା ହେଲେ ପଳାୟନ କର।

ଏ କଥା ଶୁଣି ଜଣେ କହିଲା- ବାବା, ଯଦି ପଳାୟନ କରିବାର ଥିଲା ତେବେ ଏତେ କଷ୍ଟ କରି ଯୁଦ୍ଧ ବିଦ୍ୟା ଅକାରଣେ ଶିଖୁଥିଲେ କାହିଁକି?

ସାଧୁ କହିଲେ- କିଛି ଅକାରଣ ନୁହେଁ। ଏବେ ତୁମେମାନେ ଏତେ ଶକ୍ତିଶାଳୀ ଯେ ଚାହିଁଲେ ଯୁଦ୍ଧ କରିପାରିବ, ହାରିଗଲେ ଦୌଡ଼ି ପଳାଇ ମଧୢ ଯାଇପାରିବ। କୌଣସି ପରିଶ୍ରମ କେବେ ପଣ୍ତ ହୁଏ ନାହିଁ, କିଛି ନା କିଛି କାମରେ ଆସେ। ମୋ ପାଖରେ ଏତିକି ପ୍ରଶିକ୍ଷଣ ନେଇ ନ ଥିଲେ ତୁମେମାନେ ଠିକ ଭାବେ ପଳାୟନ କରିବାରେ ବି ଅସମର୍ଥ ହୋଇ ଥାଆନ୍ତ ଏବ˚ ଅକାରଣେ ପ୍ରାଣ ଦେଇଥାଆନ୍ତ।

ସମ୍ବନ୍ଧିତ ଖବର