ମୁଲ୍ଲା ନସିରୁଦ୍ଦିନ ଗୋଟିଏ ଅତି ବିରଳ ଗଣନା ବିଦ୍ୟା ଆୟତ୍ତ କରି ଘରକୁ ଫେରିଲେ। ଏହା ଦ୍ବାରା ସେ ଭବିଷ୍ୟତ ବିଷୟରେ ନିର୍ଭୁଲ କହିପାରୁଥିଲେ। ଗାଁରେ ପ୍ରଥମ ଦିନ ଘରୁ ବାହାରକୁ ବାହାରିବା ବେଳେ ସେ ନିଜ ବିଷୟରେ ଗଣନା କରି ଜାଣିଲେ ଯେ ରାସ୍ତାରେ ପଡ଼ିଯିବାର ଯୋଗ ରହିଛି। ସତକୁ ସତ ବାଟରେ କଦଳୀ ଚୋପା ଉପରେ ଗୋଡ଼ ପଡ଼ିଗଲା ଓ ସେ ପଡ଼ିଗଲେ। ପର ଦିନ ବି ଗଣନାରେ ସେଇ କଥା ବାହାରିଲା। ପର ଦିନ ରାସ୍ତାର ଠିକ୍‌ ସେଇ ସ୍ଥାନରେ ପୁଣି କଦଳୀ ଚୋପା ପଡ଼ିଥିଲା ଏବ˚ ନସିରୁଦ୍ଦିନ କଦଳୀ ଚୋପା ଉପରେ ପାଦ ଦେଲେ ଏବ˚ କଚଡ଼ା ଖାଇଲେ। ତୃତୀୟ ଦିନ ଗଣନାରେ ବି ସେଇ କଥା ବାହାରିଲା-ପତନ ଯୋଗ ଅଛି। ନସିରୁଦ୍ଦିନ ଏଥର ଦୂରରୁ ଦେଖିଲେ ସେଇଠି କଦଳୀ ଚୋପା ପଡ଼ିଛି। ସେ ମନକୁ ମନ କହିଲେ- ମୋ ଗଣନା ଠିକ୍‌ ଅଛି। ଆଜି ବି କଦଳୀ ଚୋପା ପଡ଼ିଛି। ସୁତରା˚, ମୋତେ ଆଜି ବି କଚଡ଼ା ଖାଇବାକୁ ହେବ! ସେ ଦିନ ବି ସେ ଖସି ପଡ଼ିଲେ। ଏଇ କଥା ସେ ନିଜ ପତ୍ନୀଙ୍କୁ କହିଲେ। ପତ୍ନୀ କହିଲେ-କାଲି ସକାଳେ ମୁଁ ତୁମ ସହିତ ଯିବି। ଦେଖିବା କେମିତି ପଡ଼ିବ!

Advertisment

ପରଦିନ ମୁଲ୍ଲା ବାହାରିବା ପୂର୍ବରୁ ପୁଣି ଗଣନା କଲେ ଏବ˚ କହିଲେ ଦେଖ ଆଜି ତୁମେ ମୋ ସହିତ ଅଛ ବୋଲି ମୋ ପତନ ଯୋଗ ନାହିଁ। କିନ୍ତୁ ମୁଲ୍ଲା ଦେଖିଲେ ରାସ୍ତାର ସେଇ ଜାଗାରେ କଦଳୀ ଚୋପା ପଡ଼ିଛି। ସେ କହିଲେ- ମୋ ଗଣନା ଭୁଲ ହେବାର ନୁହେଁ। କିନ୍ତୁ କଦଳୀ ଚୋପା ପଡ଼ିଛି କେମିତି? ତା ଅର୍ଥ ମୋତେ ପଡ଼ିବାକୁ ହେବ ।

ମୁଲ୍ଲାଙ୍କ ସ୍ତ୍ରୀ ମୁଣ୍ତରେ ହାତ ମାରିଲେ ଓ କଦଳୀ ଚୋପାକୁ ଉଠାଇ ନେଲେ। ମୁଲ୍ଲା ସେଇ ସ୍ଥାନ ଅତିକ୍ରମ କରି ଖୁସିରେ କହି ପକାଇଲେ ମୋ ଗଣନା ଠିକ୍‌ ହେଲା, ମୁଁ ଆଜି ପଡ଼ିଲି ନାହିଁ।