ବିଶ୍ବକବି ରବୀନ୍ଦ୍ର ନାଥ ଟାଗୋର ନୋବେଲ ପୁରସ୍କାର ଜିଣି ଫେରିଥାଆନ୍ତି। ସାରା ଭାରତ ତାଙ୍କୁ ସମ୍ମାନ ଦେଖାଉଥାଏ। କିନ୍ତୁ ତାଙ୍କ ଘର ପାଖପାଖି ରହୁଥିବା ଜଣେ ଅପରିଚିତ ବ୍ୟକ୍ତି ତାଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥାଆନ୍ତି। କାରଣ ରବୀନ୍ଦ୍ର ନାଥଙ୍କୁ ଦେଖିବା ମାତ୍ରକେ ସେ ପଚାରୁଥାଆନ୍ତି- ତୁମେ ତ ଈଶ୍ବରଙ୍କ ବିଷୟରେ ଅସୁମାରି କବିତା ଲେଖି ଏେତ ବଡ଼ ପୁରସ୍କାର ପାଇଲ, ହେେଲ ଈଶ୍ବରଙ୍କୁ କେବେ ଦେଖିଛ କି?
Sambad is now on WhatsApp
Join and get latest news updates delivered to you via WhatsApp
ରବୀନ୍ଦ୍ର ନାଥ ଏବେ କରନ୍ତି କ’ଣ? ସେ ବ୍ୟକ୍ତିଙ୍କ ଏଭଳି ଅନ୍ତର୍ଭେଦୀ ଦୃଷ୍ଟି ଯେ ତାଙ୍କୁ ଏଡ଼ାଇ ଯିବା କଷ୍ଟକର। ଏଣେ ଭଗବାନଙ୍କୁ ଦେଖିଛନ୍ତି ବୋଲି ମିଛରେ କହିଦେବା ବି ଆହୁରି କଷ୍ଟକର। କିନ୍ତୁ ସେ ବ୍ୟକ୍ତି ନଛୋଡ଼ବନ୍ଦା। ସବୁ ବେଳେ ପଚାରୁଥାନ୍ତି- ଈଶ୍ବରଙ୍କୁ ନ ଦେଖି ଏତେ କଥା ଲେଖିଲ କାହିଁକି?
ଏମିତି ଚାଲିଥିବା ବେଳେ ଦିନକର କଥା। ସକାଳେ ରବୀନ୍ଦ୍ର ନାଥଙ୍କ ନିଦ ଭାଙ୍ଗିଲା। ରାତିର ନିଦ୍ରା ତାଙ୍କୁ ଅପୂର୍ବ ସତେଜତା ଦେଇଥାଏ। ବାହାରେ ଚମତ୍କାର ସୂେର୍ଯ୍ୟାଦୟ। ପକ୍ଷୀଙ୍କ ଅପୂର୍ବ କାକଳି। କେଜାଣି କାହିଁକି ରବୀନ୍ଦ୍ର ନାଥ ଆତ୍ମହରା ହୋଇ ଉଠିଲେ। ଏକ ଅପୂର୍ବାନୁମେୟ ଅନୁଭୂତିରେ ତାଙ୍କ ଆଖିରେ ଆନନ୍ଦର ଅଶ୍ରୁ ଭରିଗଲା।
ଏହି ସମୟରେ ସେ ହଠାତ୍ ଦେଖିଲେ ସେହି ବ୍ୟତିବ୍ୟସ୍ତ କରୁଥିବା ଲୋକ ତାଙ୍କ ସାମନାରେ। କିନ୍ତୁ ଅଦ୍ଭୁତ କଥା। ସେ ସ୍ବତଃସ୍ପୂର୍ତ୍ତ ଭାବେ ସେହି ଲୋକଙ୍କୁ ଗଭୀର ଆଲିଙ୍ଗନରେ ଆବଦ୍ଧ କରି ପକାଇଲେ। ଏବେ ସେ ଶୁଣିଲେ ସେହି ବ୍ୟକ୍ତି କହୁଛନ୍ତି- ହଁ ଏବେ ହେଲା। ଏବେ ତୁମେ ବି ବୁଝିଥିବ ଈଶ୍ବରଙ୍କ ବିଷୟରେ ତୁମେ ଯାହା ଲେଖିଛ ତାହା ତୁମ ବୁଦ୍ଧିର ଚମତ୍କାରିତା। କିନ୍ତୁ ଈଶ୍ବରଙ୍କୁ ଦେଖିବା ପରର ଏ ଭାବକୁ କେହି କ’ଣ କେବେ ଲେଖି ଦେଇପାରେ?