ଜିଭ ବୃତ୍ତାନ୍ତ

କଥାଟିଏ - ଯାଯାବର

ମ୍ୟାମାରର ଗୋଟିଏ ଲୋକକଥା ଶୁଣନ୍ତୁ।

ଯେତେବେଳେ ଈଶ୍ବର ମଣିଷ ସୃଷ୍ଟି କରିବାକୁ ସ୍ଥିର କଲେ ସେତିକି ବେଳେ ବିଭିନ୍ନ ଦେବଦୂତଙ୍କୁ ମଣିଷର ବିଭିନ୍ନ ପ୍ରକାର ଅଙ୍ଗପ୍ରତ୍ୟଙ୍ଗ ତିଆରି କରିବା କାମରେ ଲଗାଇ ଦେଲେ। ସୈତାନ ତ ଭଗବାନଙ୍କ ପାଖେପାଖେ ଛାଇ ଭଳି ଥାଏ, କିନ୍ତୁ କେବେ ତାଙ୍କୁ ସାହାଯ୍ୟ କରେନା। ବର˚ ତା କାମ ହେଲା ଭଗବାନଙ୍କ କାମକୁ ଭଣ୍ତୁର କରିବା। ତେଣୁ ସେ ମନେ ମନେ ପାଞ୍ଚିଲା କେମିତି ଭଗବାନଙ୍କ ଏଇ ସବୋର୍ତ୍ତମ ସୃଷ୍ଟିକୁ ଭଣ୍ତୁର କରିବ। ତେଣୁ ସେ ମଣିଷ ଗଢ଼ା ହେଉଥିବା ସ୍ଥାନକୁ ଗଲା। ସେଠାରେ ଦେବଦୂତମାନେ ମଣିଷର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ତିଆରି କରିବାରେ ବ୍ୟସ୍ତ ଥିଲେ। ସୈତାନ ଚାହିଁଲା ସେମାନଙ୍କ ଭିତରୁ କାହାକୁ କାହାକୁ ନିଜ ବଶକୁ ଆଣି ମଣିଷର ବିଭିନ୍ନ ଅଙ୍ଗକୁ ତ୍ରୁଟିଯୁକ୍ତ କରିବ। କିନ୍ତୁ ସେ ସଫଳ ହେଲା ନାହିଁ।

କିଛି କାଳ ପ୍ରୟାସ କଲା ପରେ ସେ ଦେଖିଲା ଯେ ଜିଭ ତିଆରି କରୁଥିବା ଦେବଦୂତ ଜିଭ ଭଳି ନରମା। ତାଙ୍କୁ ବଶ କରିହେବ। ତେଣୁ ସେ ତାଙ୍କୁ ହାତ କରିନେଲା। ସେ ଦେବଦୂତ ଜିଭକୁ ଏମିତି ଭାବେ ତିଆରି କଲେ ଯେ ତାହା ଅମାନିଆ ହୋଇ ଉଠିଲା।

ଭଗବାନ ସବୁ ଅଙ୍ଗପ୍ରତ୍ୟଙ୍ଗ ଯୋଡ଼ି ଯେତେବେଳେ ମଣିଷକୁ ତିଆରି କରିଦେଲେ ସେତିକି ବେଳେ ଦେଖିଲେ ସବୁ ଅଙ୍ଗ ତ ତାଙ୍କ ବୋଲ ମାନୁଛନ୍ତି, କେବଳ ଜିଭ ବୋଲ ମାନୁନାହିଁ। ଯାହା ମନା କରାଯାଉଛି ତାହା କରିବାକୁ ଜିଭ ବ୍ୟଗ୍ର। ଭଗବାନ ରାଗିଗଲେ ଏବ˚ ତାକୁ ସାବାଡ଼ କରିବା ଲାଗି ଧାଡ଼ି ଧାଡ଼ି ସିପାହି ଜଗାଇଲା ଭଳି ଟାଣ ଦାନ୍ତ ତିଆରି କରି ପ୍ରାଚୀରଟିଏ କରିଦେଲେ।

କିନ୍ତୁ ଜିଭ ସୈତାନୀ ବୁଦ୍ଧିରେ ଏମିତି ଓସ୍ତାଦ ଥିଲା ଯେ ସେ ଦାନ୍ତଗୁଡ଼ିକ ହାତରେ ଜମାରୁ ଧରାପଡ଼ିଲା ନାହିଁ। ସବୁବେଳେ ଖସିଗଲା ଏବ˚ ଯାହା ମନ ତାହା କଲା। ଜିଭର ବିଭିନ୍ନ କୁକର୍ମ ଲାଗି ଶରୀର ଓ ମନ ଭୋଗିଲା।

ସମ୍ବନ୍ଧିତ ଖବର