ଝିଅଟିଏ ନିଜ ଜୀବନକୁ ନେଇ ଆଦୌ ସନ୍ତୁଷ୍ଟ ନ ଥିଲା। ଜୀବନ ଦିନକୁ ଦିନ ଅଧିକରୁ ଅଧିକ ଦୁର୍ବିଷହ ଲାଗୁଥିଲା। ପ୍ରତି ଦିନ କିଛି ନା କିଛି ସମସ୍ୟା। ଏମିତି ଏକ ଜୀବନକୁ ନେଇ ସେ ଅତି ବିଚଳିତ ହୋଇଉଠିଲା। ନିଜ ସମସ୍ୟା କଥା ଦିନେ ସେ ତା ବାପାଙ୍କୁ କହିଲା।
ବାପା ଥିଲେ ଗୁଣୀ ଲୋକ। ସେ ତାକୁ ରୋଷେଇଘରକୁ ଡାକିନେଲେ। ତିନିଟି ଚୁଲିରେ ତିନିଟି ପାତ୍ର ବସାଇ, ପାଣି ଗରମ କଲେ। ପାଣି ଫୁଟିବାରୁ, ଗୋଟିଏ ପାତ୍ରରେ ଆଳୁ, ଆଉ ଗୋଟିକରେ ଅଣ୍ତା ଏବ˚ ତୃତୀୟ ପାତ୍ରରେ କିଛି କଫି ବିନ୍ ପକାଇଦେଲେ।
ଝିଅ କୌତୂହଳୀ ହୋଇ, ଧୈର୍ଯ୍ୟର ସହ ଅପେକ୍ଷା କଲା। କିଛି ସମୟ ପରେ ବାପା ପାତ୍ରଗୁଡ଼ିକୁ ଚୁଲିରୁ ଉଠାଇ ଆଣିଲେ। ଆଳୁ ଓ ଅଣ୍ତାକୁ ବାହାର କରି ଅଲଗା ଅଲଗା ପାତ୍ରରେ ରଖିଲେ। କଫିତକ ଗୋଟିଏ କପ୍ରେ ଢାଳିଦେଲେ।
ପଚାରିଲେ- କିଛି ବୁଝି ପାରୁଛୁ?
ଝିଅ ମୁଣ୍ତ ହଲାଇ ନାହିଁ କରନ୍ତେ ବାପା କହିଲେ- ଦେଖ, ଆଳୁ ସିଝି ନରମ ହୋଇଯାଇଛି। ଅଣ୍ତାଟି ଟାଣ। ଆଉ କଫିରୁ ମନ ମତାଣିଆ ବାସନା ଚହଟୁଛି।।
ବାପା ପୁଣି କହିଲେ- ଦେଖ, ଗରମ ପାଣିକୁ ଯଦି ଆମେ ସମସ୍ୟା ବୋଲି ଧରୁ ତେବେ ଗରମ ପାଣି ଏ ତିନିଟି ପଦାର୍ଥକୁ କିଛି ନା କିଛି ରୂପରେ ବଦଳାଇ ଦେଲା। ଟାଣ ଆଳୁ ନରମ ହୋଇଗଲା। ଅଣ୍ତା ଭିତରର ନରମ ଅ˚ଶ ଟାଣ ହୋଇଗଲା। ଆଳୁ ଓ ଅଣ୍ତା ସମସ୍ୟାର ଉଚିତ ମୁକାବିଲା କରିପାରିଲେନାହିଁ। ଗୋଟିଏ ଦବି ଗଲା ତ ଆରଟି ତାର ନରମ ପଣିଆ ହରାଇଲା। ହେଲେ, କଫି ବିନ୍ ନିଜେ ନ ବଦଳି, ତା’ ପାଇଁ ସମସ୍ୟା ସୃଷ୍ଟି କରିଥିବା ପାଣିକୁ ହିଁ ବଦଳାଇଦେଲା। ଏବେ ସମସ୍ୟାର ମୁକାବିଲା ତୁ କେମିତି କରିବୁ, ସେ ବିଚାର ତୋର!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/footf.jpg)