ନିରାଶା କାହିଁକି?

କଥାଟିଏ - ଯାଯାବର

ଥରେ ୟୁଜିକେଙ୍କୁ ଜଣେ ବ୍ୟକ୍ତି କହିଲେ- ସ˚ସାର କ’ଣ ନିରାଶାରେ ଭରା? ସବୁବେଳେ ନିରାଶା ହିଁ ହାତରେ ଆସୁଛି। ୟୁଜିକେ ତେଣୁ ଶୁଣାଇଲେ ମୁଲ୍ଲା ନସିରୁଦ୍ଦିନଙ୍କ ଏହି ଗପ।

ଥରେ ଉଜ୍‌ବେକିସ୍ତାନକୁ ଆସିଲେ ଜଣେ ମଲ୍ଲ ଯୋଦ୍ଧା ଏବ˚ ସେ କହିଲେ ଯେ ତାଙ୍କୁ ହରାଇବା ଭଳି ପୁଅ କେହି ଜନ୍ମି ନାହାନ୍ତି। ଏ କଥା ଶୁଣି ସ୍ଥାନୀୟ ମଲ୍ଲମାନେ କୁସ୍ତି କଲେ କିନ୍ତୁ ସମସ୍ତେ ହାରିଲେ। ଏହି ସମୟରେ ମୁଲ୍ଲା ନସିରୁଦ୍ଦିନ ମଧୢ ଘୋଷଣା କଲେ ଯେ ଏମିତି ପୁଅ ଜନ୍ମି ନାହାନ୍ତି ଯିଏ ତାଙ୍କୁ ହରାଇ ପାରିବ!

ରାଜାଙ୍କ ସମେତ ସମସ୍ତେ ଆଚମ୍ବିତ ହେଲେ। କିନ୍ତୁ ନହନହକା ଓ ଦୁର୍ବଳ ମୁଲ୍ଲା ସେଇ ଦୁର୍ଦ୍ଦାନ୍ତ ମଲ୍ଲାଯୋଦ୍ଧାଙ୍କ ଆଗକୁ ଆସିଗଲେ। ଏବେ କୁସ୍ତି ଆରମ୍ଭ ହେବା ମାତ୍ରକେ ମୁଲ୍ଲା ମଲାଙ୍କ ଭଳି ତଳେ ପଡ଼ିଯାଇ କହିଲେ- ମୁଁ ତ ମୂଳରୁ ହାରି ସାରିଛି, ଆଉ କିଏ ମୋତେ ହରାଇ ପାରିବ?

ରାଜା ଏ ନାଟକରେ ବିରକ୍ତ ହେଲା ବେଳକୁ ମୁଲ୍ଲା କହିଲେ- ଜାହାଁପନା, ଏ ମଲ୍ଲବୀରଙ୍କୁ ଏ ପୃଥିବୀରେ କେହି ନା କେହି କେବେ ନା କେବେ ହରାଇ ପାରିବେ। କିନ୍ତୁ ମୋ ଭଳି ମୂଳରୁ ହାରି ଯାଉଥିବା ଲୋକକୁ ସ˚ସାରରେ କେହି ହରାଇ ପାରିବେ ନାହିଁ।

କଥାଟି କହି ସାରି ୟୁଜିକେ କହିଲେ- ସ˚ସାର ତା ମାର୍ଗରେ ଚାଲିଛି। ତୁମ ଆଶାକୁ ପୂରଣ କରିବା ଲାଗି ସ˚ସାର କୌଣସି ପ୍ରତିଶ୍ରୁତି ଦେଇ ନାହିଁ। ଆଶା ବି ତୁମର ଏବ˚ ପୂରଣ ନ ହେଲେ ନିରାଶା ବି ତୁମର। ତେଣୁ ତୁମେମାନେ ସ˚ସାର ଦ୍ବାରା ପରାଜିତ ହେଉଛ। ତୁମ ଭାଗ୍ୟରେ କେବଳ ନିରାଶା ମିଳୁଛି। ନସିରୁଦ୍ଦିନଙ୍କ ଭଳି ସ˚ସାରର ସ୍ରୋତ ଆଗରେ ମୂଳରୁ ଆତ୍ମ ସମର୍ପଣ କରିଦେଲେ ତୁମକୁ ହରାଇବ କିଏ? ସ˚ସାର ସାଗରର ଗୋଟିଏ କୁନି ତରଙ୍ଗ ହୋଇ ବି ତୁମେ ନିଜର ଗୋଟିଏ ଇଚ୍ଛା ରଖିବ ଏବ˚ ଭାବିବ ଯେ ସାଗର ତୁମର ଇଚ୍ଛା ପୂରଣ କରୁ, ତାହା କି ସମ୍ଭବ?

ସମ୍ବନ୍ଧିତ ଖବର