ଥରେ ରାଜା ଦୁଇ ରାଜପୁତ୍ରଙ୍କୁ ଧରି ଗୁରୁଙ୍କ ଆଶ୍ରମରେ ପହଞ୍ଚିଲେ। ସାଙ୍ଗରେ ଥିଲେ ରାଣୀ। ଗୁରୁଙ୍କ ହାତରେ ନିଜ ଦୁଇ ପୁତ୍ରଙ୍କୁ ସମର୍ପି ଦେଇ ରାଜା କହିଲେ- ଗୁରୁଦେବ, ମୋର ଏ ଦୁଇ ପୁଅ ଅତ୍ୟଧିକ ପ୍ରାଚୁର୍ଯ୍ୟ ଏବ˚ ସ୍ନେହ ହେତୁ ବିଗିଡ଼ି ଯାଇଛନ୍ତି। ଏମାନଙ୍କୁ ବାଟକୁ ଆଣିବା ସାଧୢାତୀତ ହେବାରୁ ମୁଁ ଆପଣଙ୍କ ପାଖକୁ ଆଣିଲି। ଆପଣ ସେମାନଙ୍କୁ ବାଗେଇ ଦେଲେ ମୁଁ ଉପକୃତ ରହିବି।
ଦୁଇ ରାଜପୁତ୍ରଙ୍କୁ ନିଶ୍ଚୟ ସୁଧାରି ଦେବେ ବୋଲି ଗୁରୁ ରାଜାଙ୍କୁ ଆଶ୍ବାସନା ଦେଲେ। ତେବେ ଏଇ ସମୟରେ ରାଣୀ ଗୁରୁଙ୍କୁ କହିଲେ- ମୋ ମନରେ ଗୋଟିଏ ସ˚ଶୟ ରହିଛି। ତାହା ହେଲା ଏଠାକାର ପରିବେଶକୁ ନେଇ। ଆପଣ ଏଠି ସବୁ ଜାତିର ପିଲାଙ୍କୁ ରଖି ଶିକ୍ଷା ଦେଉଛନ୍ତି। କିନ୍ତୁ ଏହା ଭଲ ଗୁରୁକୁଳର ଲକ୍ଷଣ ନୁହେଁ। ଆପଣ କେବଳ ଉଚ୍ଚବର୍ଣ୍ଣର ପିଲାମାନଙ୍କୁ ନିଜ ଆଶ୍ରମରେ ଶିକ୍ଷା ଦେବା ଦରକାର।
ଗୁରୁ କହିଲେ- ଆପଣଙ୍କ ମନରେ ଏଭଳି ଧାରଣାର ହେତୁଟି କ’ଣ?
ରାଣୀ କହିଲେ- ନୀଚ ବର୍ଣ୍ଣର ଲୋକେ ଯେଉଁ କାମ କରନ୍ତି, ସେଥିରେ ସେମାନେ ନିଜେ ଅପରିଚ୍ଛନ୍ନ ରହନ୍ତି ଏବ˚ ପରିବେଶକୁ ଅପରିଚ୍ଛନ୍ନ କରନ୍ତି। ଆପଣଙ୍କ ଆଶ୍ରମର ଅନ୍ୟମାନେ ଏଥିରେ ଆକ୍ରାନ୍ତ ହେବେ ନାହିଁ କି?
ଗୁରୁ କହିଲେ- ମାଆ, ଆପଣଙ୍କ ଦୁଇ ପୁଅ ଅବାଟରେ ଯାଉଛନ୍ତିି ବୋଲି ସେମାନଙ୍କୁ ସୁଧାରିବାର ଦାୟିତ୍ବ ଆପଣ ମୋତେ ଦେଇଛନ୍ତି। ମୁଁ ସେମାନଙ୍କ ମନରୁ ଏବ˚ ଆଚରଣରୁ ମଇଳା ବାହାର କଲେ ଯାଇ ସେମାନେ ପରିଷ୍କାର ହେବେ। କିନ୍ତୁ ତା ବୋଲି କ’ଣ ସେମାନଙ୍କ ମନର ମଇଳାରେ ମୋ ମନ ଅପରିଚ୍ଛନ୍ନ ହୋଇଯିବ? ମୁଁ ତ ବର୍ଷ ବର୍ଷ ଧରି ଏଇ କାମ କରୁଛି! ଆପଣ ମନେ ରଖନ୍ତୁ ମଇଳା ସଫା କଲେ କେହି ଅପରିଚ୍ଛନ୍ନ ହୁଏନା, ବର˚ ସେ ମଇଳା ସଫା କରି ପରିବେଶକୁ ପରିଷ୍କାର ରଖୁଛି ବୋଲି ଆମ ସମ୍ମାନର ପାତ୍ର।