ପ୍ରଭୁଙ୍କ ଇଚ୍ଛା

କଥାଟିଏ - ଯାଯାବର

ଗୋଟିଏ ଗାଁରେ ରହୁଥିଲେ ଜଣେ ସାଧୁ। ସେ କୁଆଡ଼େ କେବେ ବି ଯାଉ ନ ଥିଲେ। ଲୋକେ କହୁଥିଲେ ଯେ ସାଧୁ ହେଉଛନ୍ତି ଅଳସୁଆ।

ଦିନେ ଗାଁର ଜଣେ ମୁଖିଆ ସାଧୁଙ୍କୁ କହିଲା- ଆପଣ କାହିଁକି ଗାଁ ଲୋକଙ୍କ ହାତ ଟେକା ଉପରେ ନିର୍ଭର କରି ପଡ଼ିଛନ୍ତି। ଏମିତି ଅଳସୁଆ ହେଲେ କଅଣ ଚଳିବ? ଭାବନ୍ତୁ, ଗାଁ ଲୋକେ କିଛି ନ ଦେଲେ ଆପଣ ଚଳିବେ କେମିତି?

ସାଧୁ କହିଲେ- ଗାଁ ଲୋକ? ସେମାନେ କିଏ? ଭଗବାନ ଦେଉଛନ୍ତି ବୋଲି ମୁଁ ଖାଇବାକୁ ପାଉଛି। ଆପଣମାନେ ମୋତେ ବଞ୍ଚାଇ ରଖିଛନ୍ତି ବୋଲି ଭ୍ରମରେ ରହନ୍ତୁ ନାହିଁ। ଏହା ଆପଣଙ୍କର ଅହ˚କାର ମାତ୍ର।

ମୁଖିଆ ରାଗିଗଲେ। ଏବେ ଗାଁ ଲୋକେ ସ୍ଥିର କଲେ ଯେ ଏଣିକି ଅଳସୁଆ ସାଧୁଙ୍କୁ ଦାନାଟିଏ ଖାଦ୍ୟ ବି ଦେବେ ନାହିଁ। ଏମିତି ଦୁଇ ଦିନ ବିତିଗଲା। ତୃତୀୟ ଦିନ ମୁଖିଆ ସାଧୁଙ୍କ ପାଖରେ ପହଞ୍ଚିଲେ ଓ ପଚାରିଲେ- କିଛି ଖାଇଛନ୍ତି?

ସାଧୁ କହିଲେ- ନା।

ମୁଖିଆ କହିଲେ- ଏବେ ହେଲା ତ? ଗାଁ ବାଲାଏ ନ ଚାହିଁଲେ ଆପଣଙ୍କ ପାଟିରେ ଦାନାଟିଏ ବି ବାଜିବ ନାହିଁ।

ସାଧୁ କହିଲେ- କିଏ କହିଲା? ଭଗବାନ ଚାହିଁଛନ୍ତି ବୋଲି ମୁଁ ଖାଦ୍ୟ ପାଉନି। ଏ ଗାଁ ଲୋକଙ୍କ ସାମର୍ଥ୍ୟ କେତେ ?

ଏହା ଶୁଣି ମୁଖିଆ କହିଲେ- ଏମନ୍ତ କଥା? ପ୍ରଭୁଙ୍କ ଇଚ୍ଛା ବୋଲି ଆପଣ ଭୋକରେ ରହିଛନ୍ତି? ଏବେ ଦେଖିବା କେମିତି ଆପଣ ଭୋକରେ ରହିବେ?

ଏହା କହି ସେ ଗାଁ ଲୋକଙ୍କୁ କହିଲେ- ମାଡ଼ି ବସି ସାଧୁଙ୍କୁ ଖୁଆଅ।

ଗାଁ ବାଲାଏ ତାହା କଲେ। ସାଧୁ ଆନନ୍ଦରେ ଖାଦ୍ୟ ଖାଇଲେ ଏବ˚ ତା ପରେ କହିଲେ- ପ୍ରଭୁ ମୋତେ ଏମିତି ଖାଦ୍ୟ ଦେବାର ଥିଲା। ଦେଖ ଗାଁ ବାଲାଏ ମୋତେ ଖୁଆଇ ଦେଲେ। ସବୁ ପ୍ରଭୁଙ୍କ ଇଚ୍ଛା।

ଧନୀକ ଓ ଗାଁ ବାଲାଏ ଆଉ କିଛି କହି ନ ପାରି ଚୁପ୍‌ ରହିଲେ।

ସମ୍ବନ୍ଧିତ ଖବର