ଟଙ୍କା ନୁହେଁ, ବିଶ୍ୱାସ

କଥାଟିଏ - ଯାଯାବର

ଥରେ ମୁଲ୍ଲା ନସିରୁଦ୍ଦିନ ଜଣେ ବନ୍ଧୁଙ୍କ ସହିତ ଅ˚ଶୀଦାର ହୋଇ ଛୋଟ ଦୋକାନଟିଏ ଖୋଲିଲେ। ଦୋକାନ ଭଲ ଚାଲିଲା। ସକାଳେ ମୁଲ୍ଲା ଦୋକାନରେ ବସନ୍ତିି ତ ସ˚ଧୢାରେ ତାଙ୍କ ବନ୍ଧୁ ବସନ୍ତି। ଦିନକର କଥା। ଜଣେ ଗ୍ରାହକ ଦୋକାନରେ ପହଞ୍ଚି କହିଲେ- ମୁଲ୍ଲା, କାଲି ମୁଁ ମୋ ପୁରୁଣା ହିସାବ ଖାତା ଦେଖିଲା ବେଳକୁ ଜାଣିଲି ଯେ ମୁଁ ତୁମକୁ ହଜାରେ ଟଙ୍କା ଦେବାର ଅଛି। ଏବେ ସେଇ ଟଙ୍କା ରଖ। ମୁଲ୍ଲା ମନ ଖୁସିରେ ହଜାରେ ଟଙ୍କା ରଖିଲେ। କିନ୍ତୁ ଲୋକଟି ଗଲା ପରେ ତାଙ୍କ ମନରେ ପାପ ପଶିଗଲା। ସେ ନିଜକୁ କହିଲେ ଏ ହଜାରେ ଟଙ୍କା ମୋର। ମୁଁ ଏହା ପାଇଛି ବୋଲି ମୋ ଅ˚ଶୀଦାରକୁ କହିବି କାହିଁକି? ବର˚ ୟାକୁ ପୁଞ୍ଜି କରି ନିଜର ବେପାର ଆରମ୍ଭ କରିବି।

ଏମିତି ଭାବି ସେ ଘରକୁ ଗଲେ ଏବ˚ ନିଜ ପତ୍ନୀଙ୍କୁ କହିଲେ- ମୁଁ ନିକମା ବୋଲି ତୁମେ ତ ସଦାବେଳେ କୁହ। ଏବେ ଦେଖ ମୁଁ କି ବଢ଼ିଆ କାମଟିଏ କରିଛି। ମୁଁ ପୂରା ପୋଖତ ବେପାରୀ ହୋଇଗଲିଣି। ଏବେ ଏଇ ଟଙ୍କା ନେଇ ମୁଁ ନିଜର ବେପାର ଆରମ୍ଭ କରିବି।

ମୁଲ୍ଲାଙ୍କ ସ୍ତ୍ରୀ ଏହା ଶୁଣି କହିଲେ- ମୁଲ୍ଲା ସତରେ ତୁମେ ଯେଉଁ ନିକମା ଥିଲ ସେମିତି ହୋଇ ରହିଛ। ତୁମେ ଏ ଟଙ୍କା ପାଇଛ ବୋଲି ତୁମ ବନ୍ଧୁଙ୍କୁ ନ କହିଲେ ମୁଁ ଯାଇ ସବୁ କଥା କହିଦେବି। ମୋ କଥା ମାନ। ତାଙ୍କୁ ସବୁ କଥା କହିଦିଅ। ଦେଖିବ ତୁମ ପାଇଁ ଏହା ଅଧିକ ଲାଭଦାୟକ ହେବ।

ମୁଲ୍ଲା ସ୍ତ୍ରୀଙ୍କ କଥା ଶୁଣନ୍ତି। ସେ ଯାଇ ତାଙ୍କ ବନ୍ଧୁଙ୍କୁ ହଜାରେ ଟଙ୍କା ମିଳିଥିବା କଥା କହିଲେ। ବନ୍ଧୁ ଏହା ଶୁଣି ଖୁସି ହେଲେ। ମୁଲ୍ଲାଙ୍କ ଉପରେ ତାଙ୍କର ବିଶ୍ବାସ ବଢ଼ିଗଲା।

କ୍ରମେ ବେପାର ବଢ଼ିଲା। ଯେତେବେଳେ ଏହା ଖୁବ୍‌ ବଡ଼ ହୋଇଗଲା ମୁଲ୍ଲା ତାଙ୍କ ପତ୍ନୀଙ୍କୁ କହିଲେ- ତୁ‌େମ ଠିକ କହିଥିଲ। ପ୍ରକୃତ ପୁଞ୍ଜି ଟଙ୍କା ନୁହେଁ, ବିଶ୍ବାସ।

ସମ୍ବନ୍ଧିତ ଖବର