କୋଣାର୍କ ସ˚ରକ୍ଷଣ ଚିନ୍ତା

ଅନିଲ ଦେ

ବିଷୟଟି ଉପରେ ବହୁ ବର୍ଷ ଧରି ଲେଖାଲେଖି ଚାଲିଛି। ଇଦାନି˚ କଥା ଚାଲିଗଲାଣି ହାଇକୋର୍ଟକୁ ଏବ˚ କୋର୍ଟ ମଧୢ ଘନ ଘନ ତାଗଦା କରୁଛନ୍ତି। ଖବରକାଗଜରେ ଯେଉଁ ଭାବରେ ସମ୍ବାଦ ପରିବେଷଣ ହେଉଛି, ସେଥିରୁ ମନେ ହୁଏ ଉଦ୍ଦେଶ୍ୟ ଦିଗଭ୍ରଷ୍ଟ ହୋଇପାରେ।

ମୂଳ ପ୍ରଶ୍ନ ଦେଶ କ’ଣ ସ˚ରକ୍ଷଣ କରିବାକୁ ଚାହୁଁଛି? ଗୋଟିଏ ଶବ୍ଦରେ ଅବଶ୍ୟ, ‘ଐତିହ୍ୟ’। କିନ୍ତୁ କାର୍ଯ୍ୟଟି ଯେଉଁଭାବେ ପରିଚାଳିତ ହେଉଛି ସେଥିରୁ ମନେ ହୁଏ ଏହାକୁ ଗୋଟିଏ କୋଠାବାଡ଼ି ସ˚ରକ୍ଷଣ ସହିତ ସମାନ କରି ଦେଖାଯାଉଛି।

ପଞ୍ଚପୁଞ୍ଜ ମନ୍ଦିରର ମୁଖ୍ୟ ରେଖ ଦେଉଳ ଓ ତିନି ପଟର ନିଶ ଦେଉଳ ତ୍ରୟ ‘ପଭଗ’ ଉପରକୁ ଧୂଳିସାତ୍‌ ହୋଇଯାଇଛି; ରହିଯାଇଛି କ୍ଷତ ବିକ୍ଷତ ଜଗମୋହନ, ବାଲି ଖୁନ୍ଦାହୋଇ ଏବ˚ ରହିଯାଇଛି ପ୍ରଥମ ପୃଷ୍ଠର ଅସ˚ଖ୍ୟ ଲୁପ୍ତ ଅଙ୍ଗ ମୂର୍ତ୍ତି। ରେଖ ଦେଉଳର ଗର୍ଭ ମଧୢରେ ଯେଉଁ ସି˚ହାସନ ଏବେ ମଧୢ ଅଛି, ତାହା ପୃଥିବୀର ଯେ କୌଣସି ମହତ୍‌ ଭାସ୍କର୍ଯ୍ୟର ସମପର୍ଯ୍ୟାୟର। ଉପର ବାଟ ବନ୍ଦ କରିଦିଆଯାଇଛି। ସେଠାରେ ପହଞ୍ଚିବାର ସ୍ବାଭାବିକ ବାଟ ଜଗମୋହନ ମଧୢ ଦେଇ। କିନ୍ତୁ ‘ଏ.ଏସ୍‌.ଆଇ.’(ପ୍ରତ୍ନତତ୍ତ୍ବ ବିଭାଗ) କହୁଛି ‘ସି.ବି.ଆର.ଆଇ.’(ସେଣ୍ଟ୍ରାଲ ବିଲ୍‌ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌) ମନା କରିଛି। ‘ଏ.ଏସ୍‌.ଆଇ.’ ଅଥବା ‘ସି.ବି.ଆର.ଆଇ.’ କିଏ ଦେଶବାସୀଙ୍କୁ ସେମାନଙ୍କ ଉଜ୍ଜ୍ବଳ ଐତିହ୍ୟ ଦର୍ଶନରୁ ବାଧା ଦେବାକୁ? ବିଜ୍ଞାନର ଅଗ୍ରଗତି ଫଳରେ ମଣିଷ ଯେତେବେଳେ ମଙ୍ଗଳ ଗ୍ରହ ଛୁଇଁଲାଣି, ଗୋଟିଏ ବନ୍ଦ ଘର ଭିତରୁ ବାଲି କାଢ଼ିବା ଅସମ୍ଭବ ପର୍ଯ୍ୟାୟଭୁକ୍ତ ହେବା ଉଚିତ ନୁହେଁ। ‘ଏ.ଏସ୍‌.ଆଇ.’ ଏବ˚ ‘ସି.ବି.ଆର.ଆଇ.’ ଯେବେ ନ ପାରୁଛନ୍ତି ତେବେ ଯିଏ ପାରିବେ ତାହାଙ୍କୁ ହସ୍ତାନ୍ତର କରାଯାଉ।

ପାର୍ଶ୍ବଦେବ ତ୍ରୟଙ୍କ ନିକଟକୁ ଦର୍ଶକଙ୍କୁ ଛଡ଼ାଯାଉ ନାହିଁ। ଫଳତଃ ମୁଗୁନି ପଥର ଉପରେ ଆମ ପୂର୍ବପୁରୁଷ ଯେପରି ତାରକସି କାମ ଭଳି ସୂକ୍ଷ୍ମ ଖୋଦେଇ କରିଛନ୍ତି, ତାହା ଦେଖିବାରୁ ସମସ୍ତଙ୍କୁ ବଞ୍ଚିତ କରାଯାଉଛି। କିନ୍ତୁ କେଉଁ ଅଧିକାରରେ?

ଲୁପ୍ତ ଅଙ୍ଗ ମୂର୍ତ୍ତିଗୁଡ଼ିକର ଅଙ୍ଗ ସ˚ଯୋଜନ କରାଯାଉନାହିଁ ‘ଏ.ଏସ୍‌.ଆଇ.’ ରଚିତ କୋଡ୍‌ର ଦ୍ବାହି ଦେଇ। କୋଡ୍‌ କ’ଣ ସମାଜର ସାମୂହିକ ଆକା˚କ୍ଷା ଊର୍ଦ୍ଧ୍ବରେ? ଲାସ୍ୟମୟୀ ନାରୀର ଲୁପ୍ତ ମସ୍ତକ ସ୍ଥାନରେ ଚଉକସ୍‌ ପଥର ଖଣ୍ତେ ଥୋଇ ଦେଲେ କ’ଣ ସେଇ ଭାବ ଫୁଟୁଛି? ଏହା ସ˚ରକ୍ଷଣ ନା ସ˚ହାର? INTACH ଓ KHPT କହି କହି ଥୋବଡ଼ା ହୋଇଗଲେଣି!

‘ଏ.ଏସ୍‌.ଆଇ.’କୁ କୁହାଯାଇଛି ପ୍ରୟୋଜନ ହେଲେ ବିଶେଷଜ୍ଞ ପରାମର୍ଶ ନିଅ। ‘ସି.ବି.ଆର.ଆଇ,’ ମଧୢ ବିଶେଷଜ୍ଞ। କିନ୍ତୁ ୧୯୧୭ ଠାରୁ ୨୦୧୦ ମଧୢରେ ଯେଉଁ ୧୬ଟି ବିଶେଷଜ୍ଞ କମିଟିର ମତ ନିଆଗଲା, ତାହା ଉପରେ କ’ଣ କାର୍ଯ୍ୟ ହେଲା ସେ କଥା ନ ବିଚାରି ନୂଆ ବିଶେଷଜ୍ଞ ଡାକିଲେ କ’ଣ ହେବ? ଯେଉଁ ୧୬ଟି କନ୍‌ସଲ୍‌ଟାନ୍‌ସି କଥା କୁହାଯାଇଛି, ତାହା ମଧୢରେ ୟୁନେସ୍କୋ ପ୍ରେରିତ ବିଶେଷଜ୍ଞ ଆସିଛନ୍ତି ଆଠ ଥର। ବିଶେଷଜ୍ଞମାନଙ୍କ ଭିତରେ ୟୁନେସ୍କୋର ସ୍ଥାନ ନିଆରା। ମିଶରର ‘ଆବୁ ସିମ୍ବଲ’ ଓ ମାଲେସିଆର ‘ବୋରୋବୋଦୁର’ ସ˚ରକ୍ଷଣ ଭଳି ଅତି ବିଶାଳ ଓ ଅତି ଦୁରୂହ କାର୍ଯ୍ୟ ସମାପନ କରିପାରିବାର ଅଭିଜ୍ଞତା ୟୁନେସ୍କୋର ଅଛି। ପର୍ବତ ଦେହରୁ ଖୋଦିତ ‘ଆବୁ ସିମ୍ବଲ’, ମିଶରର ଦୁଇଟି ବିଶାଳ ସୂର୍ଯ୍ୟ ମନ୍ଦିର। ନୀଳ ନଦୀ ଉପରେ ଅସ୍ବାନ୍‌ ଜଳ ଭଣ୍ତାର ତଳେ ଲୁପ୍ତ ହୋଇଯିବାର ଆଶଙ୍କା ଦେଖା ଦେଲାରୁ ମନ୍ଦିର ଦ୍ବୟଙ୍କୁ ୧୦୫୦ ଖଣ୍ତରେ କାଟି ୬୯୦ ଫୁଟ ଦୂରରେ ଏବ˚ ୨୦୦ ଫୁଟ ଉଚ୍ଚ ସ୍ଥାନରେ ମୂଳ ଭଳି ଯୋଡ଼ିଦିଆଗଲା ୫ ବର୍ଷରେ।

‘ବୋରୋବୋଦୁର’ କାର୍ଯ୍ୟ ଥିଲା ଆହୁରି ଜଟିଳ। ୩୮୭ ଫୁଟ x ୩୮୭ ଫୁଟ ମୂଳଦୁଆ ଉପରେ ସାତ ମହଲା ମଠଟିକୁ ଅରଣ୍ୟ ଗ୍ରାସ କରି ଖଣ୍ତ ଖଣ୍ତ କରି ଦେଇଥିଲା। ଜଙ୍ଗଲ ଭିତରୁ ୮ ଲକ୍ଷ ଖଣ୍ତ ପଥର ଉଦ୍ଧାର କରି ତାହାର ସମ୍ମାର୍ଜ୍ଜନ ପରେ ମୂଳ ଭଳି ଯୋଡ଼ି ଦିଆଗଲା ସାତ ବର୍ଷ ମଧୢରେ। ସେଇମାନେ ହିଁ ୧୯୮୭ରୁ ଲଗାତାର କହିଆସୁଛନ୍ତି ଯେ ଜଗମୋହନ ଭିତରୁ ବାଲି କାଢ଼ି ଭିତରୁ ସ˚ରକ୍ଷଣ କର; ଜଗମୋହନ ଭିତରେ ଅରମା ଲଟା ଭଳି ‘ବାୟୋଲୋଜିକାଲ ଗ୍ରୋଥ୍‌’ ଭିତରୁ ପଥର କ୍ଷୟ କରି ଇମାରତ୍‌କୁ ଧ୍ବ˚ସ କରୁଛି। ୟୁନେସ୍କୋର ଏପରି ମତାମତ ଅଗ୍ରାହ୍ୟ କରି କେଉଁ ବିଶେଷ କାରଣରୁ ‘ସି.ବି.ଆର.ଆଇ.’ର ମତାମତକୁ ପ୍ରାଧାନ୍ୟ ଦିଆଗଲା? ପୂରା କୀର୍ତ୍ତି ସ˚ରକ୍ଷଣର ଅଭିଜ୍ଞତା ‘ସି.ବି.ଆର.ଆଇ.’ର ଅଛି କି? ସବୁଠାରୁ ବଡ଼ କଥା, ୨୦୧୦ର ଦୁଇ ଦିନର ମାନସ ମନ୍ଥନ ପରେ ବିଶ୍ବର ୫୨ ଜଣ ବିଶେଷଜ୍ଞଙ୍କ (ଯାହା ମଧୢରେ ୟୁନେସ୍କୋ ମଧୢ ଥିଲା) ସର୍ବସମ୍ମତ ମତ ଲିଖିତ ହେଲା, ବାଲି କଢ଼ା ହେବ ଏବ˚ ତାହା କରିବା ପାଇଁ କ’ଣ କ’ଣ କରିବାକୁ ପଡ଼ିବ। ସେ ସିଦ୍ଧାନ୍ତ ବଦଳାଇବାର ଅଧିକାର ‘ଏ.ଏସ୍‌.ଆଇ.’କୁ କିଏ ଦେଲା? ଏଇ ପରିସ୍ଥିତିରେ ଆହୁରି ବିଶେଷଜ୍ଞ ଲଗେଇଲେ ସମୟ ଗଡ଼ିବ, କାର୍ଯ୍ୟ କିଛି ହେବ ନାହିଁ। ଏହା ଜଳଜଳ ଦିଶୁଛି ଏଏସ୍‌ଆଇ ସିଦ୍ଧାନ୍ତ ନେବାକୁ ଭୟ କରୁଛି। ଏ ପରିସ୍ଥିତିରେ ଭାରତ ସରକାର ଦାୟିତ୍ବ ନେବା ଆବଶ୍ୟକ; ଯେମିତି ହୋଇଥିଲା ଇଜିପ୍ଟ ଓ ମାଲେସିଆରେ। ମାନ୍ୟବର ହାଇକୋର୍ଟ ଭାରତ ସରକାରଙ୍କୁ କୁହନ୍ତୁ ୟୁନେସ୍କୋକୁ ଡାକି ଇଚ୍ଛା ପ୍ରକଟ କରନ୍ତୁ ଯେ ସେମାନେ ନିମ୍ନୋକ୍ତ କାର୍ଯ୍ୟଗୁଡ଼ିକ ହାତକୁ ନିଅନ୍ତୁ।

ପ୍ରଥମରେ ଜଗମୋହନ ଭିତରୁ ବାଲି କାଢ଼ି ସ˚ରକ୍ଷଣ। ଦ୍ବିତୀୟରେ ଭଗ୍ନ ଅଙ୍ଗ ମୂର୍ତ୍ତିଗୁଡ଼ିକର ଅଙ୍ଗ ସ˚ଯୋଜନ। ତୃତୀୟରେ ବର୍ଷା ପାଣି ନିଷ୍କାସନର ସ୍ଥାୟୀ ଯୋଜନା। ଚତୁର୍ଥରେ ଜଗମୋହନର ଦକ୍ଷିଣ ଓ ପଶ୍ଚିମ ପଟ ନିଦା କାନ୍ଥ ବଦଳରେ ପଞ୍ଚରଥ ପରିକଳ୍ପନାର ରଥ ଚକ ନିର୍ମାଣ ଯାହା ମୂଳରେ ଥିଲା।

ଲେଖକ ୭୦ ବର୍ଷ ଧରି ମନ୍ଦିରଟିକୁ ପାଠ କରୁଛି। ତେଣୁ ତାକୁ ବ୍ୟଥା ଲାଗୁଛି ଯେ ଯାହା ହେବା ଦରକାର ତାହା ହେଉନାହିଁ। ତେବେ ଲେଖକ ଜାଣେ ଯେ ମନ୍ଦିରକୁ ସଂରକ୍ଷଣ କରାଯିବା ସମ୍ଭବ। କିନ୍ତୁ ଉପଯୁକ୍ତ ପାତ୍ର ହାତରେ କାର୍ଯ୍ୟ ପଡ଼ିବା ଦରକାର।

ଅରୁଣୋଦୟ ନଗର, କଟକ-୧୨
ମୋ: ୯୪୩୯୩୬୬୮୫୨

ସମ୍ବନ୍ଧିତ ଖବର