ପ୍ରତିବର୍ଷ ମେ ମାସର ଦ୍ବିତୀୟ ରବିବାରକୁ ମାତୃଦିବସ ଭାେବ ପାଳନ କରାଯାଏ। ଆମ ଜୀବନରେ ମା’ର ଭୂମିକାର ସ୍ମରଣ ଓ ସମ୍ମାନ ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ମା’ର ମମତାକୁ ସମର୍ପିତ। କଥାରେ ଅଛି ଭଗବାନ ସର୍ବଦା ସବୁ ସ୍ଥାନରେ ରହିପାରିବେ ନାହିଁ। ତେଣୁ ସେ ମା’କୁ ସୃଷ୍ଟି କରିଛନ୍ତି। ମା’ ଓ ସନ୍ତାନ ମଧ୍ୟରେ ସମ୍ପର୍କ ସମଗ୍ର ସ୍ବାର୍ଥ ଓ ଲାଳସାରୁ ଊର୍ଦ୍ଧ୍ବରେ। ସେଥିପାଇଁ କୁହାଯାଏ ଯେ ଏ ପୃଥିବୀରେ ମା’ର ସ୍ଥାନ ସର୍ବଦା ଅପୂରଣୀୟ। ପ୍ରତ୍ୟେକ ସମ୍ପର୍କରେ ସ୍ବାର୍ଥ ଥାଏ।
ଆବଶ୍ୟକତା ଆଧାରରେ ଅନେକ ସମ୍ପର୍କ ଗଢ଼ିଉଠେ। କିନ୍ତୁ ମା’ର ମାତୃତ୍ବର ଗଭୀରତା ଓ ନିଃସ୍ବାର୍ଥପରତା ଅକଳନୀୟ। ଏକଦା ସ୍ବାମୀ ବିବେକାନନ୍ଦ କହିଥିଲେ ଯେ ଏ ଦୁନିଆରେ ଯଦି ମୁଁ କାହାକୁ ଭଲପାଏ, ସେ ହେଉଛି ମୋ ମା’। ମୋର ସମସ୍ତ ଜ୍ଞାନର ଉତ୍ପତ୍ତି ପାଇଁ ମୁଁ ମୋ ମା’ଙ୍କ ନିକଟରେ ଋଣୀ। ଭାରତୀୟ ସଂସ୍କୃତିରେ ମା’ର ସ୍ଥାନ ସ୍ବତନ୍ତ୍ର। ମା’ ଏଠାରେ ପରମେଶ୍ବରୀ। ମାତୃପୂଜନର ପରମ୍ପରା ଭାରତୀୟ ସଂସ୍କୃତିିର ଏକ ଅନନ୍ୟ ବିଭବ। ୧୯୦୦ ମସିହା ପ୍ରାରମ୍ଭରେ ପାଶ୍ଚାତ୍ୟ ଦେଶରେ ମାତୃ ଦିବସର ପରିକଳ୍ପନା ହୋଇଥିବା ଅନୁମାନ କରାଯାଏ। ବିଭିନ୍ନ ସୂତ୍ରରୁ ଜଣାଯାଏ ଯେ, ଆମେରିକାରେ ଆନ୍ନା ଜାରଭିସ୍ ନାମ୍ନୀ ଜନୈକା ମହିଳା ପ୍ରଥମେ ନିଜ ମୃତ ମା’ଙ୍କ ଉଦ୍ଦେଶ୍ୟରେ ମାତୃଦିବସ ପାଳନର ନିଷ୍ପତ୍ତି ନେଇଥିଲେ। ଏହାପରେ ଆମେରିକାର ଅନ୍ୟ ସ୍ଥାନମାନଙ୍କରେ ମାତୃଦିବସ ପାଳିତ ହେବାକୁ ଲାଗିଲା। ୧୯୧୪ରେ ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ୱିଲ୍ସନ୍ ମାତୃଦିବସକୁ ଜାତୀୟ ଛୁଟିଦିବସ ଭାବେ ଘୋଷଣା କରିଥିଲେ। ତେବେ ମା’ର ସ୍ଥାନ ସର୍ବଦା ମହାନ ଓ ମର୍ହାଘ। ମା’ର ଅବଦାନକୁ କେେବ ଗୋଟିଏ ଦିନରେ ଭରାଯାଇପାରିବ ନାହିଁ। ମା’ର ତ୍ୟାଗ ଓ ନିଷ୍ଠା ଆଗରେ ଭଗବାନ ମଧ୍ୟ ନିଷ୍କ୍ରଭ।
‘ମା’ର ଆସନ ସର୍ବଦା ମହାନ
ନାହିଁତାର ପଟ୍ଟାନ୍ତର
ଆଶୀର୍ବାଦ ତାର ଅମୃତର ନଦୀ
ସାର୍ଥକତା ଜୀବନର’।
ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ
[email protected]