ବ୍ୟାଘ୍ର ପ୍ରକଳ୍ପର ବିଫଳତା

ଅକ୍ଷୟ କୁମାର ପାତ୍ର

ଆମ ରାଜ୍ୟର ଶିମିଳିପାଳ ଓ ସାତକୋଶିଆ ଜଙ୍ଗଲକୁ ଦୁଇଟି ‘ବ୍ୟାଘ୍ର ପ୍ରକଳ୍ପ’ ଯୋଜନାରେ ସାମିଲ କରାଯାଇଛି। ୨୦୧୮ ମସିହାରେ ସାତକୋଶିଆ ଜଙ୍ଗଲରେ ମଧୢପ୍ରଦେଶର କାହ୍ନା ଓ ବାନ୍ଧବଗଡ଼ ଜଙ୍ଗଲରୁ ଗୋଟିଏ ବାଘ ଓ ଗୋଟିଏ ବାଘୁଣୀ ଆଣି ଛଡ଼ା ଯାଇଥିଲା। ଉଦ୍ଦେଶ୍ୟ ଥିଲା ମହାବଳ ବାଘଙ୍କ ବ˚ଶ ବିସ୍ତାର। ଏଥି ପାଇଁ ଜଙ୍ଗଲ ନିକଟସ୍ଥ ଗ୍ରାମର ବାସିିନ୍ଦାଙ୍କୁ ବିସ୍ଥାପନ କରାଗଲା। ଜାତୀୟ ବ୍ୟାଘ୍ର ସ˚ରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର ଅନୁମତି କ୍ରମେ ପ୍ରଥମ ପର୍ଯ୍ୟାୟରେ ‘ମହାବୀର’ ବାଘକୁ ସାତକୋଶିଆ ଜଙ୍ଗଲରେ କିଛି ମାସ ଆବଦ୍ଧ ରଖି ଏହାର ଗତିବିଧିକୁ ଅନୁଧୢାନ କରାଯିବା ପରେ ଜଙ୍ଗଲ ମଧୢରେ ଛାଡ଼ି ଦିଆଗଲା। ବାଘର ଚଳପ୍ରଚଳକୁ ଦେଖି ବନ ବିଭାଗ ଏହାକୁ ଏକ ସଫଳ ଯୋଜନା ଭାବେ ଅଭିହିତ କଲା। ଏହାର କିଛି ମାସ ପରେ ‘ସୁନ୍ଦରୀ’ ବାଘୁଣୀକୁ ମଧୢ ଜଙ୍ଗଲରେ ଛଡ଼ାଗଲା। କିନ୍ତୁ ସୁନ୍ଦରୀ ଜଙ୍ଗଲ ଭିତରେ ବିଚରଣ କରିବା ପରିବର୍ତ୍ତେ ବିଭିନ୍ନ ଗାଁ ଗଣ୍ତା ପରିସୀମାରେ ଘୂରି ବୁଲିଲା ଓ କ୍ରମେ ହି˚ସ୍ର ହୋଇ ପୋଷା ଜୀବଜନ୍ତୁଙ୍କୁ ମାରିଲା। ବନ ବିଭାଗର କର୍ମଚାରୀମାନେ ମଧୢ ତା ଆକ୍ରମଣରୁ ବାଦ୍‌ ପଡ଼ିଲେ ନାହିଁ। ଏହା ସତ୍ତ୍ବେ ତାକୁ ଖୁଆଡ଼କୁ ଫେରାଇ ଆଣିବାର ଉଦ୍ୟମ କରାଗଲା ନାହିଁ। ଖୁବ୍‌ କମ୍‌ ଦିନରେ ବାଘୁଣୀଟି ଗୋଟିଏ ମଣିଷ ଶିକାର କଲା। ତା ପରେ ଯୋଜନାର ମୋଡ଼ ବଦଳିଗଲା। ନିକଟବର୍ତ୍ତୀ ଗାଁଗୁଡ଼ିକର ଆତଙ୍କିତ ଲୋକେ ପ୍ରବଳ ବିରୋଧ କଲେ। ଏବେ ବନ ବିଭାଗ ଅନେକ ଚେଷ୍ଟା ପରେ ବାଘୁଣୀକୁ ଖୁଆଡ଼ରେ ଆବଦ୍ଧ କଲେ। ଦୁର୍ଭାଗ୍ୟବଶତଃ ଇତି ମଧୢରେ ମହାବୀର (ବାଘ)ର ଆକସ୍ମିକ ଭାବେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଯାଇଥିଲା। ଏଭଳି ସ୍ଥିତିରେ ସ୍ବାଭାବିକ ଭାବେ ବ୍ୟାଘ୍ର ସ˚ରକ୍ଷଣ ଯୋଜନା ସ୍ଥାଣୁ ପାଲଟିଗଲା। ଇତିମଧୢରେ ଜାତୀୟ ବ୍ୟାଘ୍ର ସ˚ରକ୍ଷଣ ପ୍ରାଧିକରଣ ଏଭଳି ଘଟଣାକ୍ରମର ଅନୁଧୢାନ ପରେ ରାଜ୍ୟ ସରକାରଙ୍କୁ ଜଣାଇ ଦେଇଛନ୍ତି ଯେ, ‘ସୁନ୍ଦରୀ’ ବାଘୁଣୀକୁ ଯଥା ଶୀଘ୍ର ତାର ମୂଳ ଜଙ୍ଗଲକୁ ଫେରାଇ ଦିଆଯାଉ। ପ୍ରକାଶ ଥାଉ କି ‘ଏନ୍‌ଟିସିଏ’ କର୍ତ୍ତୃପକ୍ଷ ରାଜ୍ୟ ବନ ବିଭାଗର ଅପାରଗତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏହା ନିଶ୍ଚିତ ଭାବେ ପରିତାପର ବିଷୟ।

୨୦୦୪ ଓ ୨୦୦୬ର ବାଘ ଗଣନାରୁ ସ୍ପଷ୍ଟ ହୋଇଥିଲା ଯେ ଶିମିଳିପାଳ ଜଙ୍ଗଲରେ ବର୍ଷକ ମଧୢରେ ୬୦% ବାଘ ନିଶ୍ଚିହ୍ନ ହୋଇ ଯାଇଥିଲେ। କିନ୍ତୁ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ। ବର˚ ଏହାକୁ ଉପେକ୍ଷା କରି ବାଘ ଗଣନା ଲାଗି ଅନୁସୃତ କ୍ୟାମେରା ଟ୍ରାପ୍‌ ପଦ୍ଧତିକୁ ଗ୍ରହଣ କଲେ ନାହିଁ। ତା ପରେ ପାହୁଲ ଚିହ୍ନ ପଦ୍ଧତିରେ ବାଘ ଗଣାର ନିଷ୍ପତ୍ତି ନିଆଗଲା, ଯେଉଁ ପଦ୍ଧତି ଆଉ ଚଳୁନାହିଁ। ୨୦୧୦ ବେଳକୁ ଶିମିଳିପାଳ ଜଙ୍ଗଲରେ ୨୦ ରୁ ୨୫ଟି ବାଘ ଥିବା ଗଣନାରୁ ଜଣାପଡ଼ିଲା। ଆଶା କରାଯାଏ ଯେ ଶିମିଳିପାଳରେ ଅନ୍ୟୂନ ୨୦ଟି ବାଘ ଏବେ ସୁଦ୍ଧା ଜୀବନ୍ତ ଅଛନ୍ତି। ଏଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରା ନ ଗଲେ ଦିନ ଆସିବ ଏହା ସାତକୋଶିଆ ପ୍ରକଳ୍ପର ଦଶା ଭୋଗିବ।

ମନେ ହୁଏ ସାତକୋଶିଆରେ ଦକ୍ଷ କର୍ମଚାରୀଙ୍କର ଅଭାବରୁ ବ୍ୟାଘ୍ର ସ˚ରକ୍ଷଣ ଓ ବ˚ଶ ବିସ୍ତାରର ଯୋଜନା ବିଫଳ ହେଲା। ମହାବୀରର ମୃତ୍ୟୁ ଏବ˚ ସୁନ୍ଦରୀ ମଣିଷ ଖିଆ ପାଲଟିବା ଅପାରଗତାକୁ ଦର୍ଶାଏ। ପୁଣି ବଡ଼ କଥା ହେଲା, ଜଙ୍ଗଲରେ ବାଘକୁ ଛାଡ଼ିବା ବେଳେ ଜଙ୍ଗଲ ଭିତରେ ଥିବା ଗ୍ରାମବାସୀଙ୍କ ବିଷୟକୁ ମଧୢ ବିଚାରକୁ ନିଆଯିବାର ଥିଲା। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିଫଳତା ସାମଗ୍ରିକ ଭାବେ ଆମ ରାଜ୍ୟ ବନ ବିଭାଗର ଏକ ବଡ଼ ବିଫଳତା ବୋଲି କହିଲେ ଭୁଲ୍‌ ହେବ ନାହିଁ।

ଅବସରପ୍ରାପ୍ତ ଭାରତୀୟ ବନସେବା ଅଧିକାରୀ
[email protected]

ସମ୍ବନ୍ଧିତ ଖବର