ନିୟମ ନ ମାନିବା କ’ଣ ଆମର ଅଧିକାର?

ବିପିନ ବିହାରୀ ମିଶ୍ର

ସାରା ଭାରତରେ ଏବେ ହଇଚଇ ଯେ ‘ବିଚରା’ ଟ୍ରାଫିକ ଆଇନ୍‌ ଉଲ୍ଲ˚ଘନକାରୀଙ୍କ ଠାରୁ ମାତ୍ରାଧିକ ଜରିମାନା ଆଦାୟ କରାଯାଉଛି। ଯେଉଁ ଫାଇନ୍‌ ୧୫୦ ଟଙ୍କା କିମ୍ବା ୨୦୦ ଟଙ୍କା ଥିଲା, ତାହା ଏବେ ଦଶ ହଜାର ହୋଇଯାଇଛି। ଓଡ଼ିଶାରେ ଯେଉଁମାନେ ଏହାର ଦୃଢ଼ ପ୍ରତିବାଦ କରୁଛନ୍ତି ସେମାନେ ଭୁବନେଶ୍ବରର ଜଣେ ଅଟୋ ଚାଳକଙ୍କ କଥା ବାରମ୍ବାର କହୁଛନ୍ତି। ଉକ୍ତ ଅଟୋ ଚାଳକ ୨୫୦୦୦ ଟଙ୍କାରେ କିଣିଥିବା ଗୋଟିଏ ପୁରୁଣା ଅଟୋ ଚଳାଉଥିଲେ। ତାଙ୍କ ପାଖରେ ବିଭିନ୍ନ କାଗଜପତ୍ର ନ ଥିବାରୁ ଫାଇନ୍‌ ଦେଲେ ୪୭୦୦୦ ଟଙ୍କା! ଏବେ ଆସନ୍ତୁ କଥାଟାକୁ ଟିକେ ଥଣ୍ତା ମନରେ ଦେଖିବା। ଆମ ଦେଶରେ ବର୍ଷରେ ପ୍ରାୟ ଦେଢ଼ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ମରୁଛନ୍ତି। ଏହା ସହିତ ଆହତ ହେଉଥିବା(ଯାହା ପ୍ରାୟ ତିନିଗୁଣ) ଲୋକଙ୍କ ମଧୢରୁ କେତେ ମଲେ, କେତେ ଅକର୍ମଣ୍ୟ ହେଲେ ତାର ହିସାବ ନାହିଁ। ପରିବାରର ଯଦି ଉପାର୍ଜନକାରୀ ମୃତ୍ୟୁ ବରଣ କରନ୍ତି, ତେବେ ପରିବାର ଭାସିଯାଏ। ଯଦି ସେମିତି କେହି ଅକର୍ମଣ୍ୟ ହୋଇ ରୋଜଗାର ହରାନ୍ତି ତେବେ ବି ସମାନ ପ୍ରକାର ସ୍ଥିତି ଦେଖାଦିଏ। ଏଭଳି ଏକ ସ୍ଥିତି ଲାଗି ମୁଖ୍ୟତଃ ଦାୟୀ ଡ୍ରାଇଭର। ଏକ ପରିସ˚ଖ୍ୟାନରୁ ଜଣାଯାଇଛି ଯେ ୮୦% ଉପରେ ଦୁର୍ଘଟଣା ପାଇଁ କେବଳ ଡ୍ରାଇଭରଙ୍କ ଭୁଲରୁ ହୋଇଛି।

କିନ୍ତୁ ମୂଳ କଥା ହେଲା ଜରିମାନା ବହୁତ ହୋଇଗଲା ବୋଲି ଆମେ କାହିଁକି ଅଭିଯୋଗ କରିବା ଯଦି ଆମେ ଗାଡ଼ିର ସବୁ କାଗଜପତ୍ର ରଖିବା ଓ ଠିକ୍‌ ଭାବରେ ଗାଡ଼ି ଚଳେଇବା? ଏଇ ମାସେ ତଳେ ଏକ ଟେଲିଭିଜନ ଆଲୋଚନା ବେଳେ ଜଣେ ଭଦ୍ରବ୍ୟକ୍ତି କହିଲେ ଯେ ପୂର୍ବରୁ ଯେଉଁ ଜରିମାନା ବ୍ୟବସ୍ଥା ଥିଲା, ତାକୁ କୌଣସି ଡ୍ରାଇଭର ଡରୁ ନ ଥିଲେ। ଏବେ ସେମାନେ ଡରିବେ। ଯେଉଁ ଲୋକ ଉପରେ ବହୁତ ଗୁଡ଼ାଏ ଫାଇନ ପଡ଼ିଲା, ତାକୁ ସହାନୁଭୂତି ଦେଖାଇବାରେ ମନା ନାହିଁ। କିନ୍ତୁ ସେ ସହାନୁଭୂତି ପାଇଁ ଯୋଗ୍ୟ ହୋଇଥିବା ଉଚିତ। ବିନା ଲାଇସେନ୍‌ସରେ, ବିନା ବୀମାରେ ଓ ମଦ ପିଇ ଗାଡ଼ି ଚଳାଉଥିବା ଲୋକ ଉପରେ ଅଧିକରୁ ଅଧିକ ଫାଇନ ପଡ଼ିଲେ ସହାନୁଭୂତି ଦେଖାଇବାର ଆବଶ୍ୟକତା ନାହିଁ।

ଏବେ ଜରିମାନା କଥା ଦେଖାଯାଉ। ବିନା ଲାଇସେନ୍‌ସରେ ଗାଡ଼ି ଚଳେଇଲେ ଆମ ଦେଶରେ ୧୦,୦୦୦ ଟଙ୍କା ଫାଇନ୍‌। ଜାପାନ୍‌ରେ ଏହି ଫାଇନ୍‌ ଭାରତୀୟ ମୁଦ୍ରାରେ ୭,୭୦,୦୦୦ ଟଙ୍କାରୁ ଅଧିକ, ଆମେରିକାରେ ୧,୩୦,୦୦୦ ଟଙ୍କାରୁ ଉପରେ ଓ ବ୍ରିଟେନ୍‌ରେ ୨,୨୦,୦୦୦ ଟଙ୍କା ଉପରେ। ଏସବୁ ଗଣତାନ୍ତ୍ରିକ ରାଷ୍ଟ୍ର ଓ ମାନବ ଅଧିକାର ନେଇ ବେଶ୍‌ ଜାଗ୍ରତ। କିନ୍ତୁ ସେ ସବୁ ଦେଶରେ ହଲାପଟା ନାହିଁ। ଆମ ଦେଶରେ କୁହାଗଲାଣି ଯେ ଏହା ସରକାରଙ୍କର ଜୁଲୁମ ଓ ଦାଦାବଟି। ଅନେକ କହୁଛନ୍ତି ଯେ ସରକାର ନିଜ ଆୟ ବଢେ଼ଇବା ପାଇଁ ଏଇଆ କରୁଛନ୍ତି। କିନ୍ତୁ ଯଦି ସମସ୍ତେ ନିୟମକୁ ପାଳନ କରିବେ, ତେବେ ସରକାର କେମିତି ଆୟ କରିବେ? ଏବେ ଯେତିକି ଲୋକ ଡ୍ରାଇଭି˚ ଲାଇସେନ୍‌ସ ପାଇଁ ଧାଡ଼ି ବାନ୍ଧୁଛନ୍ତି, ସେମାନଙ୍କ ମଧୢରୁ ଅଧିକା˚ଶ ଆଇନକୁ ସମ୍ମାନ ଦେଖାଇ ନୁହେଁ, ବର˚ ଆଇନ୍‌କୁ ଭୟ କରି ଧାଡ଼ିରେ ଠିଆ ହୋଇଛନ୍ତି। କେହି କେହି କହୁଛନ୍ତି ଯେ ଆଗରୁ କାହିଁକି ଆମକୁ ସଚେତନ କଲନି? ତା ମାନେ କାଲି ଯଦି ଚୋରି ପାଇଁ ଦଣ୍ତ ଅଧିକ କଠିନ ହେବ, ତେବେ କୁହାଯିବ ଆଗରୁ କାହିଁ ସଚେତନ କଲନି?

ଏ ବିଷୟରେ ଗଲା ଦୁଇ ତିନି ବର୍ଷ ହେଲା ଆଲୋଚନା ଚାଲିଥିଲା। ସ˚ସଦରେ ବିଭିନ୍ନ କମିଟି ଏହାକୁ ତର୍ଜମା କରିଛନ୍ତି। ଦୁଇଟି କମିଟି ସମ୍ମତ ହେଲା ପରେ ଯାଇ ଏହା ସ˚ସଦରେ ଅନୁମୋଦନ ଲାଭ କରିଛି। କିନ୍ତୁ ସବୁ କଥାର ରାଜନୀତୀକରଣ କରାଗଲେ ଯାହା ହୁଏ, ତାହା ଏବେ ହେଉଛି। ଗୋଟିଏ କମିଟିର ଚେୟାରମ୍ୟାନ ଏବେ ଏହି ଜରିମାନା ଆଦାୟକୁ କଠୋର ଭାବେ ସମାଲୋଚନା କରିଛନ୍ତି। ଯେଉଁମାନେ ସ˚ସଦରେ ହଁ କହୁଥିଲେ, ସେମାନଙ୍କ ମଧୢରୁ କେତେଜଣ ଏବେ ନିଜ ନିଜ ରାଜ୍ୟରେ ପ୍ରତିବାଦ କରୁଛନ୍ତି। ଏହା ଆମ ଭୋଟ ରାଜନୀତିର ଦୁର୍ଭାଗ୍ୟ।

ଓଡ଼ିଶାର ଦୁଇଟି ଘଟଣା ମନକୁ ଆସୁଛି। ଗୋଟିଏ ହେଲା ରାଜମହଲ ଛକ ପାଖରେ ପୁଲିସ ଗାଡ଼ି ଚେକି˚ କରୁଥିବା ବେଳେ ସାଧାରଣ ଲୋକ ଗଣ୍ତଗୋଳ କଲେ। ଗୋଟିଏ ଖଣ୍ତଯୁଦ୍ଧର ପରିସ୍ଥିତି ସୃଷ୍ଟି ହେଲା। ତା ଅର୍ଥ ସତେ ଯେମିତି ସଡ଼କ ନିୟମ ନ ମାନିିବା, ବେପରୁଆ ଗାଡ଼ି ଚଳାଇବା, ହେଲମେଟ ନ ପିନ୍ଧିବା ଆଦି ହେଉଛି ଆମର ମୌଳିକ ଅଧିକାର! ଏଭଳି ମନୋବୃତ୍ତି ହେଲା ଅରାଜକତାର ପୂର୍ବ ସୂଚନା। ଯେଉଁ କେତେ ଦିନ ନିୟମକୁ କଡ଼ାକଡ଼ି ପାଳନ କରାଯାଉଥିଲା, ଲୋକେ ଶୃଙ୍ଖଳିତ ହେବା ଆରମ୍ଭ କରିଥିଲେ। ଲୋକେ ଗାଡ଼ି କାଗଜପତ୍ର ଠିକ୍‌ କରିବା ଲାଗି ତତ୍ପର ହୋଇ ଉଠିଥିଲେ। ଯେଉଁ ଗାଡ଼ିର କାଗଜପତ୍ର ଠିକ୍‌ ନ ଥିଲା, ତାହା ରାସ୍ତାରୁ ଦୂରେଇ ରହିଲା। ଏବେ ପୁଣି ତାହା ତିନି ମାସ ଲାଗି କୋହଳ ହେବା ପରେ ଯଦିଓ ଲୋକେ ହାଲୁକା ଅନୁଭବ କରୁଛନ୍ତି, କିନ୍ତୁ ଭୟରେ କାଗଜପତ୍ର ଠିକ କରିବାରେ ଲାଗିଛନ୍ତି।

ତେବେ, ଏ ସ˚କ୍ରାନ୍ତରେ ଅଳ୍ପ କିଛି ପ୍ରସ୍ତାବ ମଧୢ ରହିଛି। ପ୍ରଥମରେ, ଗାଡ଼ିର ଇନ୍‌ସ୍ୟୁରାନ୍‌ସ କରିବା ମାତ୍ରେ ବୀମା କମ୍ପାନି ଆରଟିଓଙ୍କୁ ଲିଖିତ ରିପୋର୍ଟ ଦିଅନ୍ତୁ। ବୀମା ସରିବା ପୂର୍ବରୁ ବୀମା କମ୍ପାନି ସହିତ ଆରଟିଓ ମଧୢ ସତର୍କ କରାଇ ଦିଅନ୍ତୁ। ତା ସତ୍ବେ ଯଦି ବୀମା କରା ନ ଗଲା ତେବେ, ସେ ଗାଡ଼ିକୁ ଜବତ କରାଯାଉ। ଦ୍ବିତୀୟରେ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର, ଡ୍ରାଇଭି˚ ଲାଇସେନ୍‌ସ ଓ ପଞ୍ଜୀକରଣର ସସୟ ସୀମା ସରିବା ପୂର୍ବରୁ ଗାଡ଼ି ମାଲିକଙ୍କୁ ଆରଟିଓଙ୍କ ପକ୍ଷରୁ ଜଣାଇ ଦିଆଯାଉ। ସବୁ ଗାଡ଼ିମାଲିକଙ୍କର ମୋବାଇଲ ନମ୍ବର ଓ ଇ ମେଲ ଠିକଣା ଆରଟିଓ ଅଫିସରେ ରହୁ।
ତୃତୀୟରେ ଯାତ୍ରୀବାହୀ ଗାଡ଼ିର ଫିଟନେସ କଡ଼ାକଡ଼ି ଭାବେ ଦେଖାଯାଉ ଓ ଠିକ୍‌ ସମୟରେ ତାର ନବୀକରଣ କରା ନ ଗଲେ ଗାଡ଼ିକୁ ଜବତ କରାଯାଉ।

ଏବେ ପୁଲିସ କେବଳ ଗାଡ଼ି କାଗଜପତ୍ର ତନଖି କରିବା, ମୋବାଇଲରେ ଗପି ଗାଡ଼ି ଚଳାଉଥିବା ଚାଳକ ବା ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା ଉପରେ ବିଶେଷ ଧୢାନ ଦେଉଛନ୍ତି। କିନ୍ତୁ ଏହାକୁ ସ˚ପ୍ରସାରିତ କରି ଭୁଲ ଦିଗରେ ଗାଡ଼ି ଚଳାଉଥିବା ଚାଳକ, ନାଲି ଆଲୋକକୁ ମାନୁ ନ ଥିବା ବା ଜେବ୍ରା କ୍ରସି˚ ଠାରେ ଗାଡ଼ିର ବେଗକୁ କମାଉ ନ ଥିବା ଦାୟିତ୍ବହୀନ ଚାଳକଙ୍କ ଉପରେ ମଧୢ ପନ୍‌ଝା କଷୁ। ଏଭଳି ଚାଳକ ସବୁଠାରୁ ଅଧିକ ସଡ଼କ ଦୁର୍ଘଟଣା ଲାଗି ଦାୟୀ।

ମୋ-୯୦୪୦୪୧୨୩୨୮

ସମ୍ବନ୍ଧିତ ଖବର