ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ଶାଳୀଙ୍କୁ ବିବାହ କରିବା ପାଇଁ ସ୍ତ୍ରୀ ଉପରେ କାର ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। । ଅଭିଯୋଗକୁ କେନ୍ଦ୍ର କରି ପୁଲିସ ମୃତକଙ୍କ ଭଉଣୀ ଓ ସ୍ବାମୀଙ୍କୁ ଗିରଫ କରିଛି।
ଏହି ହତ୍ୟା ଘଟଣାକୁ ନେଇ ପୁଲିସ ଅଧିକାରୀ ଭରତ ସୋନକର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ମାର୍ଚ୍ଚ ୮ ତାରିଖରେ ନାଗିନାର ବିଷ୍ନୋଇ ସରାଇର ବାସିନ୍ଦା ଅଙ୍କିତ ତାଙ୍କ ପତ୍ନୀ କିରଣ (୩୦)ଙ୍କୁ ବୁନ୍ଦକି ନିକଟରେ ଛିଡ଼ା କରି ମୋଟରସାଇକେଲରେ ପେଟ୍ରୋଲ ଭର୍ତ୍ତି କରିବାକୁ ନିକଟସ୍ଥ ଏକ ପେଟ୍ରୋଲ ପମ୍ପକୁ ଯାଇଥିଲେ। ଏହି ସମୟରେ ଏକ କାର ଅଙ୍କିତଙ୍କ ସ୍ତ୍ରୀଙ୍କୁ ଚାପି ଦେଇ ଆଗକୁ ବଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ କିରଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
କିରଣଙ୍କ ମୃତ୍ୟୁ ଖବର ପରିବାରଲୋକ ପାଇବା ପରେ ସେମାନେ ଅଙ୍କିତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ। ମୃତକଙ୍କ ପରିବାରଲୋକଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଏହି ତଦନ୍ତ ସମୟରେ ଯେତେବେଳେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା ସେଥିରେ କିରଣଙ୍କୁ ଧକ୍କା ଦେଇଥିବା କାର ମାଲିକଙ୍କୁ ଚିହ୍ନଟ କରା ଯାଇଥିଲା। ଉକ୍ତ କାର ମାଲିକ କିରଣଙ୍କ ସ୍ବାମୀ ଅଙ୍କିତଙ୍କ ସାଙ୍ଗ ସଚିନ ବୋଲି ଜଣାପଡ଼ିଥିଲା।
ଅଙ୍କିତ ଓ ସଚିନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ସମୟରେ ଅଙ୍କିତ ସ୍ତ୍ରୀକୁ ହତ୍ୟା କରିଥିବା କଥା ସ୍ବୀକାର କରି କହିଥିଲେ, ‘ମୋର ଓ କିରଣଙ୍କ ବିବାହକୁ ପାଞ୍ଚବର୍ଷ ବିତି ଗଲାଣି। ଅନେକ ଚେଷ୍ଟା ପରେ ବି ମୁଁ ସନ୍ତାନ ସୁଖ ପାଇ ପାରିଲି ନାହିଁ। ତେଣୁ ମୁଁ ମୋ ଶାଳୀକୁ ବିବାହ କରିବାକୁ ଚାହୁଁଥିଲି। ତେଣୁ ମୋ ସାଙ୍ଗ ସଚିନଙ୍କୁ ମାଧ୍ୟମ କରି ମୁଁ କିରଣ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/25/zdkmkPGFOSyYJXXRGUhw.jpg)