‘ହ୍ୱାଟ୍‌ସ ଆପ୍‌’ର ମାୟା

ଝରକା

ସଦ୍ୟ ପ୍ରାପ୍ତ ଏକ ଖବର ଅନୁଯାୟୀ ଆସନ୍ତା ଜାନୁଆରି ପହିଲାର ସୂର୍ଯ୍ୟୋଦୟ ବେଳକୁ ପୃଥିବୀର ନିୟୁତ ନିୟୁତ ସ୍ମାର୍ଟ ଫୋନ୍‌ରେ ଆଉ ‘ହ୍ବାଟ୍‌ସ ଆପ୍‌’ ଚାଲିବ ନାହିଁ କି ‘ଫେସ୍‌ବୁକ୍‌’ର ଚେହେରା ଖୋଲିବ ନାହିଁ। ଏ ସ˚କ୍ରାନ୍ତରେ ଏକ ନିଷ୍ପତ୍ତି ନିଆଯାଇଥିବା ବିଷୟ ‘ଫେସ୍‌ବୁକ୍‌’ କ˚ପାନି ପକ୍ଷରୁ କୁହାଯାଇଛି। ଏଠାରେ ଉଲ୍ଲେଖ କରାଯାଇ ପାରେ କି ‘ଫେସ୍‌ବୁକ୍‌’ କ˚ପାନି ୯ ବିଲିଅନ୍‌ ଡଲାର ମୂଲ୍ୟ ଦେଇ ଗଲା ୨୦୧୪ ମସିହାରେ ‘ହ୍ବାଟ୍‌ସ ଆପ୍‌’ କ˚ପାନିକୁ କିଣି ନେଇଥିଲା। ଏବେ ‘ଫେସ୍‌ବୁକ୍‌’ କ˚ପାନି ପକ୍ଷରୁ କୁହାଯାଇଛି ଯେ ଏଣିକି ଏହି ଦୁଇଟି ଯାକ କ˚ପାନି ପୁରୁଣା ପିଢ଼ିର ସ୍ମାର୍ଟ ଫୋନ୍‌ଗୁଡ଼ିକୁ ସହଯୋଗ କରିବା ବନ୍ଦ କରିଦେବେ। ଏହା ହେଲେ ପୁରୁଣା ‘ଆଇ ଫୋନ୍‌’ଧାରୀମାନେ ମଧୢ ସାମାଜିକ ଗଣମାଧୢମର ଏ ଦୁଇ ବଳିଷ୍ଠ କ୍ଷେତ୍ରରେ ବିଚରଣ କରିପାରିବେ ନାହିଁ। ଏହା ନିଶ୍ଚିତ ଭାବେ ଏକ ଆଲୋଡ଼ନ ସୃଷ୍ଟି କଲା ଭଳି ବିଷୟ। ତେବେ ଏହାର ଆଭାସ ମିଳିଯାଇଥିବା ଭଳି ପୃଥିବୀ ସାରା ଅନେକ ପୁରୁଣା ସ୍ମାର୍ଟ ଫୋନ୍‌ଧାରୀ ‘ହ୍ବାଟ୍‌ସ ଆପ୍‌’ର ବ୍ୟବହାର ଆଉ ଆଗ ଭଳି ସୁରୁଖୁରୁରେ କରି ପାରୁ ନ ଥିବା କଥା ଅଭିଯୋଗ କଲେଣି।

ଏହା କହିବା ବାହୁଲ୍ୟ ଯେ ‘ହ୍ବାଟ୍‌ସ ଆପ୍‌’ ଓ ‘ଫେସ୍‌ବୁକ୍‌’ର ଆବିର୍ଭାବ ପରେ ସାରା ପୃଥିବୀରେ ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଯେଉଁ ଭଳି ଏକ ଗଭୀର ପରିବର୍ତ୍ତନ ସ˚ଘଟିତ ହୋଇଛି, ବୋଧହୁଏ ଶିଳ୍ପ ବିପ୍ଳବ ପରବର୍ତ୍ତୀ କାଳରେ ସେଭଳି ଆଉ କେବେ ଦେଖା ଦେଇ ନ ଥିଲା। ଏ ଦୁଇଟି ସାମାଜିକ ଗଣମାଧୢମ କ୍ଷେତ୍ର ମନୁଷ୍ୟ ଜୀବନକୁ ଖୁବ୍‌ ଛନ୍ଦାଛନ୍ଦି କରି ଦେଇଛନ୍ତି। ଯାହା ଫଳରେ ଅନେକଙ୍କ ଜୀବନରୁ ଏହା ଏଭଳି ହଠାତ୍‌ ଅପସରି ଯିବା ନିଶ୍ଚିତ ଭାବେ ଏକ ଦାରୁଣ ଆଘାତ ପହଞ୍ଚାଇବ। ଏହା ପରେ ଅନେକ ପୁରୁଣା ସ୍ମାର୍ଟ ଫୋନ୍‌ ବ୍ୟବହାର ଉପଯୋଗୀ (କଥାବାର୍ତ୍ତା କରିବା ଲାଗି) ହୋଇ ରହିଥିଲେ ସୁଦ୍ଧା ବସ୍ତୁତଃ ଅବ୍ୟବହାର୍ଯ୍ୟ ହୋଇ ପଡ଼ିବ। ସୁତରା˚, ନୂଆ ପିଢ଼ିର ମୋବାଇଲ୍‌ ଫୋନ୍‌ ବଜାର ହସି ଉଠିବ। ତା ଛଡ଼ା ଗୋଟିଏ ଅପେକ୍ଷାକୃତ ନୂଆ ଅଭ୍ୟାସ ଯେ କିଭଳି ଦୁର୍ବାର ହୋଇପାରେ, ତାହା ଆସନ୍ତା ଜାନୁଆରି ପହିଲାରୁ ଅସ˚ଖ୍ୟ ଲୋକ ଉପଲବ୍‌ଧି କରିବେ।

ସମ୍ବନ୍ଧିତ ଖବର