ଶ୍ରୀନଗର: ଭାରତ ଭୟରେ କେମିତି ଭୟଭୀତ ପାକିସ୍ତାନ ତାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପାକ୍ ଅଧିକୃତ କାଶ୍ମୀରରେ । ପହଲଗାମ୍ ଆତଙ୍କୀ ହମଲାର ବଦଲା ନେବାକୁ ଭାରତ ଖୁବଶୀଘ୍ର ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ତାର ଗୁଇନ୍ଦା ବିଭାଗରୁ ଖବର ପାଇବା ପରେ ଏବେ ଆଗୁଆ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି । 

Advertisment

ପାକିସ୍ତାନ ଯୁଦ୍ଧ ଭୟରେ ସୀମାବର୍ତ୍ତୀ ଅଞ୍ଚଳ ତଥା ପିଓକେରେ ସତର୍କ କରାଇଛି । ଏମିତି କି ଯୁଦ୍ଧ ହେଲେ କେମିତି ତାର ମୁକାବିଲା କରାଯିବ ସେନେଇ ବି ତାଲିମ ଦେବା ଆରମ୍ଭ ହୋଇଗଲାଣି । ଯଦି ଯୁଦ୍ଧ ହୁଏ କିମ୍ବା ଭାରତ ଯଦି ଆକ୍ରମଣ କରେ ତେବେ କେମିତି ଆହତଙ୍କ ପ୍ରାଥମିକ ଚିକିତ୍ସା କରାଯିବ ସେନେଇ କୁନି କୁନି ପିଲାଙ୍କୁ ସ୍କୁଲ ସ୍ତରରେ ଟ୍ରେନିଂ ଦିଆଯାଉଛି । 

ଜରୁରୀକାଳୀନ ସେବାରେ ଥିବା କର୍ମଚାରୀମାନେ ପିଲାଙ୍କୁ ମଲମ ଲଗାଇବା ଶିଖାଉଛନ୍ତି, କାହାକୁ ଷ୍ଟ୍ରେଚରରେ କିପରି ବୋହି ନେଇ ହେବ ଏବଂ ନିଆଁ ଲାଗିଲେ କେମିତି ଲିଭାଇବେ ଇତ୍ୟାଦି ବାବଦରେ ତାଲିମ ଦିଆଯାଉଛି । ଯାହା ପାକିସ୍ତାନ ଏବଂ ପିଓକରେ ଭୟର ବାତାବରଣକୁ ସାମ୍ନାକୁ ଆଣିଛି ।

ପହଲଗାମ୍ ପ୍ରତିଶୋଧ ନେବାକୁ ଭାରତ ଆକ୍ରମଣ ମୁଦ୍ରାରେ ଥିବା ଦେଖି ପାକିସ୍ତାନ ଛାନିଆ ହୋଇଥିବା ବେଳେ ସୀମାବର୍ତ୍ତୀ ଅଞ୍ଚଳରେ ସତର୍କତା ମୂଳକ ପଦକ୍ଷେପ ନେଇଛି । ଭୟରେ ପାକିସ୍ତାନ ଯେତେବେଳେ ଅଛି ପିଓକେ ଅବା ନଡରିବ କେମିତି ତେଣୁ ଆଗୁଆ ପଦକ୍ଷେପ ନେଇଛନ୍ତି ପିଓକେ ସରକାର । ପିଓକେ ପ୍ରଧାନମନ୍ତ୍ରୀ ସମ୍ଭାବ୍ୟ ଯୁଦ୍ଧ ନେଇ ଜରୁରୀକାଳୀନ ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରି ସମସ୍ତଙ୍କୁ ୨ ମାସ ପାଇଁ ରାସନ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୀମାରେ ରହୁଥିବା ଲୋକଙ୍କୁ ଖାଦ୍ୟ, ଔଷଧ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ରଖିବାକୁ ନିର୍ଦ୍ଦେଶ । 

ଏଲଓସି ନିକଟବର୍ତ୍ତୀ ସମ୍ବେଦନଶୀଳ ଅଞ୍ଚଳକୁ ପର୍ଯ୍ଯଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ତାସହ ପିଓକେରେ ଥିବା ୧ ହଜାର ମଦ୍ରାସାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଆତଙ୍କୀଙ୍କ ଶିବିର ଭାବି ଭାରତ ଏ ସବୁ ମଦ୍ରାସାକୁ ଟାର୍ଗେଟ୍ କରିପାରେ ବୋଲି ଆଗୁଆ ଅନୁମାନ କରି ଏସବୁ ବନ୍ଦ କରାଯାଇଛି । ସେହିପରି ୧୦ ଦିନ ଯାଏଁ ପିଓକେରେ ଧାର୍ମିକ ଆୟୋଜନ ଉପରେ କଟକଣା ଲଗାଯାଇଛି । ୧୦ ଦିନ ଯାଏଁ କୌଣସି ଧାର୍ମିକ କାର୍ୟ୍ୟକ୍ରମ ହୋଇପାରିବନି । 

ଏପଟେ ଆଜି ପାକିସ୍ତାନ ଉପରେ ପୁଣି ଏକ ଆକ୍ସନ ନେଇଛି ଭାରତ । ପାକିସ୍ତାନରୁ ଆମଦାନୀ-ରପ୍ତାନୀ ବନ୍ଦ । ସମସ୍ତ ପ୍ରକାର ଆମଦାନୀ-ରପ୍ତାନୀକୁ ବ୍ୟାନ କଲେ ଭାରତ ସରକାର । ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନ ସହ ଆମଦାନୀ-ରପ୍ତାନୀ ଉପରେ ଲାଗିଲା କଟକଣା । ଆମଦାନୀ-ରପ୍ତାନୀ ବ୍ୟାନେ ନେଇ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।