ନୂଆଦିଲ୍ଲୀ: ତୁର୍କୀ ଅସ୍ତ୍ରର ସାହାଯ୍ୟ ନେଇଛି ପାକିସ୍ତାନ । ଭାରତ ଉପରେ ଆକ୍ରମଣ କରିବାକୁ ତୁର୍କୀ ଅସ୍ତ୍ରର ପ୍ରୟୋଗ କରିଛି ପାକିସ୍ତାନ । ଗୁରୁବାର ରାତିରେ ପାକିସ୍ତାନ ଭାରତ ଉପରେ ଯେଉଁ ଡ୍ରୋନ ଆକ୍ରମଣ କରିଥିଲା ସେଥିରେ ତୁର୍କୀର ଡ୍ରୋନ ବ୍ୟବହାର ହୋଇଥିଲା ବୋଲି ଏମଇଏ ପ୍ରେସମିଟରେ ଖୁଲାସା ହୋଇଛି ।

Advertisment

ତେବେ ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଗୁରୁବାର ରାତିରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ପାକିସ୍ତାନ ଭାରତର ୩୬ଟି ସ୍ଥାନରେ ଡ୍ରୋନ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା । ପ୍ରାୟ ୩୦୦ରୁ ୪୦୦ ଡ୍ରୋନ ଆକ୍ରମଣ କରିଛି ପାକିସ୍ତାନ । ତୁର୍କୀ ଡ୍ରୋନରେ ଭାରତ ଉପରେ ଆକ୍ରମଣ କରିଛି ପାକିସ୍ତାନ । ଯେଉଁଥିରେ ଭାରତର କିଛି ଯବାନ ଆହତ ହୋଇଛନ୍ତି ।

ସେପଟେ ଭାରତ ଏସ-୪୦୦ ଜରିଆରେ ପାକ୍ ର ସବୁ ଡ୍ରୋନକୁ ନଷ୍ଟ କରାଯାଇଛି । ପାକିସ୍ତାନ ଭାରତର ସୈନ୍ୟ ଠିକଣାରେ ହମଲା କରିଥିବା ବେଳେ କାଉଣ୍ଟର ଆଟାକରେ ପାକିସ୍ତାନର ରାଡାର ଧ୍ବଂସ କରିଛି ଭାରତ । ଏଲଓସିରେ ପାକିସ୍ତାନ ସେନା ପକ୍ଷରୁ ପ୍ରବଳ ଗୁଳିମାଡ଼ ହେଉଛି ।

ତେବେ ସବୁଠାରୁ ଘୃଣ୍ୟ କାମ କରିଛି ପାକିସ୍ତାନ । ଯାତ୍ରୀବାହୀ ବିମାନକୁ ଢାଲ ଭଳି ବ୍ୟବହାର କରୁଛି ପାକିସ୍ତାନ । କାଉଣ୍ଟର ଆକ୍ରମଣ ବେଳେ ଲାହୋର, କରାଚୀ ଭଳି ସହରରେ ଯାତ୍ରୀବାହୀ ବିମାନ ଉଡାଣ ଭରୁଥିଲା । ଯାହାକୁ ପାକିସ୍ତାନ ଢାଲ ଭଳି ବ୍ୟବହାର କରୁଥିବା କୁହାଯାଉଛି । ନିରୀହ ଲୋକଙ୍କ ଜୀବନକୁ ଢାଳ କରୁଛି ଚାଲବାଜ୍ ପାକିସ୍ତାନ । ସେଭଳି ସ୍ଥିତିକୁ ଦେଖି ଭାରତୀୟ ସେନା ପୂରା ସଂଯମତାର ସହ ଜବାବ ଦେଇଛି ।