ଶ୍ରୀନଗର: ଅନ୍ଧାର ହୋଇଗଲା ଜମ୍ମୁ । ଅପରେସନ ସିନ୍ଦୂର ପରେ ଭାରତ ଉପରେ ଆକ୍ରମଣ କରିବାକୁ ଆଗେଇ ଆସୁଛି ପାକିସ୍ତାନ । ଲୁଚିଛପି ଭାରତ ଉପରେ ଆକ୍ରମଣ କରୁଛି ପାକିସ୍ତାନ । ଅନ୍ଧାର ହେବା ମାତ୍ରେ ଜମ୍ମୁ ବିମାନବନ୍ଦର ଉପରେ ଆକ୍ରମଣ କରିଛି ପାକିସ୍ତାନ । ଏହି ଆକ୍ରମଣ ପରେ ଜମ୍ମୁକୁ ବ୍ଲାକଆଉଟ୍ କରିଦିଆଯାଇଛି । ଏହାସହ ସାଇରନ ବଜାଇ ସ୍ଥାନୀୟ ଲୋକଙ୍କୁ ସତର୍କ କରିଛି ଭାରତୀୟ ସେନା । କେବଳ ସତର୍କ କରାଇନାହିଁ ଜମ୍ମୁ ଆକାଶରେ ଉଡୁଥିବା ସମସ୍ତ ଡ୍ରୋନକୁ ଭାରତୀୟ ସେନା ମାଡ ମାରି ଖସାଇ ଦେଇଛି ।
ପଠାନକୋଟକୁ ବି ବ୍ଲାକ ଆଉଟ କରାଯାଇଛି । ଜମ୍ମୁ ବିଶ୍ବବିଦ୍ୟାଳୟ ନିକଟରେ ୨ଟି ରକେଟ୍ ପଡିଥିବା ସୂଚନା । ସାମ୍ବା ଅଞ୍ଚଳରେ ମିଜାଇସ୍ ମାଡ ସୂଚନା । କୁପୱାଡାରେ ପ୍ରବଳ ଗୁଳିବର୍ଷା କରୁଛି ପାକିସ୍ତାନ ।