ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣ ପରେ ଆକ୍ରମଣ ମୁଦ୍ରାରେ ଥିବା ଭାରତ ଏବେ ପ୍ରତିଶୋଧ ନେବାକୁ ସମୟ ଖୋଜୁଛି । ପାକିସ୍ତାନରେ ପଶି ଆତଙ୍କୀଙ୍କୁ ନିପାତ କରିବାକୁ ମୋଦୀ ସରକାର ପଣ କରିଥିବା ବେଳେ ଏବେ ଦୁଇ ଦେଶ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଭାରତର ପ୍ରସ୍ତୁତି ଦେଖି ପାକିସ୍ତାନ ଡରିଥିବା ବେଳେ ଭାରତ ଯୁଦ୍ଧ କରିପାରେ ବୋଲି ଆଶଙ୍କା କରି ବାଉଳି ହେଉଛି ପାକିସ୍ତାନ । ଏମିତି କି ଆକାଶ ମାର୍ଗରୁ ଆକ୍ରମଣ କରି ଭାରତ ବଦଲା ନେଇପାରେ ବୋଲି ବି ପାକିସ୍ତାନ ଆଶଙ୍କା କରି ତାର ସୀମାରେ ରାଡାର ଲଗାଇବା ସହ ଏୟାର ସ୍ପେସ୍ ବନ୍ଦ କରିଛି ।
ତେବେ ଏୟାର ଷ୍ଟ୍ରାଇକ୍ କିମ୍ବା ସର୍ଜିକାଲ ଷ୍ଟ୍ରାଇକ୍ ଯଦି ହୁଏ ତାହାଲେ କାହାର ହେବ କେତେ କ୍ଷତି । ଭାରତ ଆକ୍ରମଣ କଲେ ମୁକାବିଲା କରିପାରିବ ତ ପାକିସ୍ତାନ । ଆକାଶ ମାର୍ଗରେ କାହାର ବଳ କେତେ ? ବାୟୁସେନାରେ କିଏ ବାହୁବଳୀ ? ତାହାଲେ ଜାଣନ୍ତୁ ଭାରତ ପାକିସ୍ତାନ ମଧ୍ୟରେ କାହାର ଦମ୍ କେତେ ?
/sambad/media/media_files/2025/05/01/mbXCvFjdJoiYwb4bbzMW.jpg)
ଦୁଇ ଦେଶର ବାୟୁବଳ
-ଭାରତ ପାଖରେ ମୋଟ ଏୟାରକ୍ରାଫ୍ଟ ୨୨୨୯ ଥିବା ବେଳେ ପାକିସ୍ତାନ ପାଖରେ ମାତ୍ର ୧୩୯୯
-ଭାରତ ପାଖରେ ୫୧୩ଟି ଫାଇଟର ଜେଟ୍ ଥିବା ବେଳେ ପାକିସ୍ତାନ ପାଖରେ ୩୨୮ଟି
-ଆକ୍ରମଣାତ୍ମକ ଏୟାରକ୍ରାଫ୍ଟ: ଭାରତ ପାଖରେ ୧୩୦, ପାକିସ୍ତାନ ପାଖରେ ମାତ୍ର ୯୦
-ପରିବହନ ଏୟାରକ୍ରାଫ୍ଟ: ଭାରତ ପାଖରେ ୨୭୦, ପାକିସ୍ତାନ ପାଖରେ ମାତ୍ର ୬୪
-ଟ୍ରେନର ଏୟାରକ୍ରାଫ୍ଟ: ଭାରତ ପାଖରେ ୩୫୧, ପାକିସ୍ତାନ ପାଖରେ ୫୬୫
-ସ୍ବତନ୍ତ୍ର ମିଶନ: ଭାରତ ପାଖରେ ୭୪, ପାକିସ୍ତାନ ପାଖରେ ୨୭
-ଏରିଏଲ ଟ୍ୟାଙ୍କର: ଭାରତ ପାଖରେ୬, ପାକିସ୍ତାନ ପାଖରେ ୪
-ହେଲିକପ୍ଟର: ଭାରତ ପାଖରେ ୮୯୯, ପାକିସ୍ତାନ ପାଖରେ ୩୭୩
-ଆଟାକ୍ ହେଲିକପ୍ଟର: ଭାରତ ପାଖରେ ୮୦, ପାକିସ୍ତାନ ପାଖରେ ୫୭