ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାରି ମଧ୍ୟରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶନିବାର ରାତିରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଡୋଭାଲ କହିଛନ୍ତି ଯେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତକୁ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।
ଏନଏସଏ ଡୋଭାଲ କହିଛନ୍ତି, ଯୁଦ୍ଧ ଭାରତର ପସନ୍ଦ ନୁହେଁ। କିନ୍ତୁ ଆତଙ୍କବାଦ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ଥିଲା। ଯୁଦ୍ଧ କୌଣସି ପକ୍ଷରେ ସ୍ୱାର୍ଥ ପାଇଁ ନୁହେଁ। ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତି ପାଇଁ ପ୍ରତିବଦ୍ଧ ହେବେ ଏବଂ ଯଥାଶୀଘ୍ର ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ଫେରି ଆସିବ ବୋଲି ଆଶା କରୁଛି।
ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଚୀନ୍ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କରୁଛି। ଏଥି ସହିତ ସମସ୍ତ ପ୍ରକାରର ଆତଙ୍କବାଦ ଗତିବିଧିକୁ ମଧ୍ୟ ସମର୍ଥନ ଜଣାଉ ନାହିଁ। ବର୍ତ୍ତମାନର ଅନ୍ତର୍ଜାତୀୟ ପରିସ୍ଥିତି ଅଶାନ୍ତ ଏବଂ ପରସ୍ପର ସହିତ ଜଡିତ। ଏସୀୟ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ହାସଲ କରିବା କଷ୍ଟକର ଏବଂ ଏହାକୁ ଆଦର କରିବା ଆବଶ୍ୟକ। ଭାରତ ଏବଂ ପାକିସ୍ତାନ ଏପରି ପଡ଼ୋଶୀ ଯାହାକୁ ଅଲଗା କରାଯାଇପାରିବ ନାହିଁ ଏବଂ ଉଭୟ ଚୀନର ପଡ଼ୋଶୀ।
ବର୍ତ୍ତମାନର ଅନ୍ତର୍ଜାତୀୟ ପରିସ୍ଥିତି ଅଶାନ୍ତ ଏବଂ ପରସ୍ପର ସହିତ ଜଡିତ। ଏସୀୟ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ହାସଲ କରିବା କଷ୍ଟକର ଏବଂ ଏହାକୁ ଆଦର କରିବା ଆବଶ୍ୟକ। ଭାରତ ଏବଂ ପାକିସ୍ତାନ ଏପରି ପଡ଼ୋଶୀ ଯାହାକୁ ଅଲଗା କରାଯାଇପାରିବ ନାହିଁ।
ଯୁଦ୍ଧ ଭାରତର ପସନ୍ଦ ନୁହେଁ ବୋଲି ବିବୃତ୍ତିକୁ ଚୀନ୍ ପ୍ରଶଂସା କରୁଛି ଏବଂ ଆନ୍ତରିକ ଭାବରେ ଆଶା କରେ ଯେ ଭାରତ ଏବଂ ପାକିସ୍ତାନ ଶାନ୍ତ ଏବଂ ସଂଯମ ବଜାୟ ରଖିବେ, ଆଲୋଚନା ଏବଂ ପରାମର୍ଶ ମାଧ୍ୟମରେ ମତଭେଦକୁ ସଠିକ୍ ଭାବରେ ପରିଚାଳନା କରିହେବ। ପରିସ୍ଥିତିକୁ ଆହୁରି ଖରାପ ହେବାରୁ ରୋକିବେ।
ଅନ୍ୟପଟରେ ଏବେ ଚୀନ ଖୋଲାଖୋଲି ପାକିସ୍ତାନ ସପକ୍ଷରେ ଆସିଯାଇଛି। ଚୀନ କହିଛି ଯେ ସେ ପାକିସ୍ତାନର ସାର୍ବଭୌମତ୍ବ ଓ ଅଖଣ୍ଡତା ପଛରେ ରହିଛି। ଏହାର ରକ୍ଷା ପାଇଁ ପାକିସ୍ତାନକୁ ସବୁ ପ୍ରକାରର ସହାୟତା ପ୍ରଦାନ କରାଯିବ। ଚୀନର ଏହି ସମର୍ଥନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛି ପାକିସ୍ତାନ। ତେବେ ପାକିସ୍ତାନର ଏପରି ଦୋମୁହାଁ ନୀତି ଯୋଗୁଁ ଏକ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି କଥା ସେ ଘୋଷଣା କରି କ୍ରେଡିଟ ନେବାକୁ ଚେଷ୍ଟା କରିଥିଲେ। ଏବେ ପାକିସ୍ତାନ ତାଙ୍କ ସହ ହିଁ ବିଶ୍ବାସଘାତକତା କରିଛି।
operation-sindoor | India | China
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/11/n0qzpADPRZAwu855m22X.jpg)