ନୂଆଦିଲ୍ଲୀ: ପାକିସ୍ତାନକୁ ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କହିଲେ ଆମ ଧୈର୍ଯ୍ୟର ପରୀକ୍ଷା ନେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ଅପରେସନ ସିନ୍ଦୂର ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ । ଭାରତୀୟ ସେନାର ବିଜୟ ହୋଇଛି । ଗତକାଲି ସାରା ବିଶ୍ବ ଭାରତୀୟ ସେନାର ଶକ୍ତି ଦେଖିଲା । ‘ଅପରେସନ ସିନ୍ଦୂର’ର ପରିଚାଳନା ଅବର୍ଣ୍ଣନୀୟ, ଏହାର ପରିଚାଳନା ପରିକଳ୍ପନା ବାହାରେ ।
#WATCH | Delhi: Defence Minister Rajnath Singh says, "We have always played the role of a responsible nation. We have always been in favour of resolving problems through dialogue. But this does not mean that anyone should take unfair advantage of our patience. If anyone tries to… pic.twitter.com/q6Wy6du94n
— ANI (@ANI) May 8, 2025
ତେବେ ଆମେ ଅପରେସନ ସିନ୍ଦୂରରେ ୯ ଆତଙ୍କୀ ଠିକଣା ଧ୍ବଂସ କରିଛୁ । ଯେଉଁଥିରେ ଅନେକ ସଂଖ୍ୟାରେ ଆତଙ୍କବାଦୀଙ୍କ ନିପାତ ହୋଇଛି । ଅପରେସନରେ ନିରୀହ ଲୋକଙ୍କୁ ଟାର୍ଗେଟ୍ କରାଯାଇନି । ଆତଙ୍କୀ ଆଡ୍ଡା ନଷ୍ଟ ପାଇଁ ସବୁ ଟାର୍ଗେଟ୍ ସଫଳ ହୋଇଛି । ଉନ୍ନତମାନର ଯୁଦ୍ଧାସ୍ତ୍ର ଓ ସେନାର ସାହସ ପାଇଁ ଅପରେସନ ସଫଳ ହୋଇଥିବା ରାଜନାଥ କହିଛନ୍ତି ।
#WATCH | Delhi: Defence Minister Rajnath Singh says, "The precision with which #OperationSindhoor was executed is unimaginable, very praiseworthy. Nine terorrists camps were destroyed in it and a large number of terrorists were killed. This operation was carried out without… pic.twitter.com/DnufAg3Tw9
— ANI (@ANI) May 8, 2025
ଅପରେସନ ସିନ୍ଦୂର ସରିନି, ଏବେବି ଜାରି ରହିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସେପଟେ ଆଜି ବି ପାକିସ୍ତାନ ଉପରେ ଭାରତର ଆକ୍ରମଣ ଜାରି ରହିଛି । ପାକିସ୍ତାନର ବିଭିନ୍ନ ସ୍ଥାନରେ ଭାରତ ପକ୍ଷରୁ ଡ୍ରୋନ୍ ମାଡ ହୋଇଛି । ଯେଉଁଥିରେ ଭୟଭୀତ ହୋଇଛି ପାକିସ୍ତାନ । ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଡ୍ରୋନ୍ ଆକ୍ରମଣ ଭାରତ ପକ୍ଷରୁ କରାଯାଇଛି । ପାକିସ୍ତାନ ସୁପର ଲିଗ୍ ପୂର୍ବରୁ ଡ୍ରୋନ୍ ଆକ୍ରମଣ ହୋଇଛି । ଆଜି ରାତି ୮ଟାରେ ଆରମ୍ଭ ହୋଇଥାନ୍ତା ପିଏସଏଲ । ତା ପୂର୍ବରୁ ଆକ୍ରମଣ କରିଛି ଭାରତ। ଯେଉଁଥିରେ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇଛି ।