ଶ୍ରୀନଗର: କଥାରେ ଅଛି ଯିଏ ଭୁଲ କାମ କରିବ ସିଏ ଭୋଗିବ... ଆଉ ଯିଏ ପାପ କରିଥିବ ତାର ପରିଣାମ ପାଇବ । ଏ କଥାର ବଡ ଉଦାହରଣ ଦେଖିବାକୁ ମିଳିଛି ପାକ୍ ଅଧିକୃତ କାଶ୍ମୀରରେ । ଯେଉଁଠି ଯୁଦ୍ଧ ଆଶଙ୍କାରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ପହଲଗାମ୍ ଆତଙ୍କୀ ହମଲା ପିଓକେରୁ ରହି ପରିଚାଳନା ହୋଇଥିବା ଅନୁମାନ କରାଯାଉଥିବା ବେଳେ ଭାରତ ପିଓକେରେ ରହିଥିବା ଆତଙ୍କୀଙ୍କୁ ମାରିବାକୁ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ... ତେଣୁ ଏହି ଆଶଙ୍କାରେ ଘରେ ଘରେ ଭୟର ବାତାବରଣ ଖେଳିଯାଇଛି ।

Advertisment

ଭାରତ ପହଲଗାମ୍ ପ୍ରତିଶୋଧ ନେବାକୁ ଆକ୍ରମଣ ମୁଦ୍ରାରେ ଥିବା ଦେଖି ପାକିସ୍ତାନ ଛାନିଆ ହୋଇଥିବା ବେଳେ ସୀମାବର୍ତ୍ତୀ ଅଞ୍ଚଳରେ ସତର୍କତା ମୂଳକ ପଦକ୍ଷେପ ନେଇଛି । ଭୟରେ ପାକିସ୍ତାନ ଯେତେବେଳେ ଅଛି ପିଓକେ ଅବା ନଡରିବ କେମିତି ତେଣୁ ଆଗୁଆ ପଦକ୍ଷେପ ନେଇଛନ୍ତି ପିଓକେ ସରକାର । ପିଓକେ ପ୍ରଧାନମନ୍ତ୍ରୀ ସମ୍ଭାବ୍ୟ ଯୁଦ୍ଧ ନେଇ ଜରୁରୀକାଳୀନ ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରି ସମସ୍ତଙ୍କୁ ୨ ମାସ ପାଇଁ ରାସନ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୀମାରେ ରହୁଥିବା ଲୋକଙ୍କୁ ଖାଦ୍ୟ, ଔଷଧ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ରଖିବାକୁ ନିର୍ଦ୍ଦେଶ । 

ଏଲଓସି ନିକଟବର୍ତ୍ତୀ ସମ୍ବେଦନଶୀଳ ଅଞ୍ଚଳକୁ ପର୍ଯ୍ଯଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ତାସହ ପିଓକେରେ ଥିବା ୧ ହଜାର ମଦ୍ରାସାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଆତଙ୍କୀଙ୍କ ଶିବିର ଭାବି ଭାରତ ଏ ସବୁ ମଦ୍ରାସାକୁ ଟାର୍ଗେଟ୍ କରିପାରେ ବୋଲି ଆଗୁଆ ଅନୁମାନ କରି ଏସବୁ ବନ୍ଦ କରାଯାଇଛି । ସେହିପରି ୧୦ ଦିନ ଯାଏଁ ପିଓକେରେ ଧାର୍ମିକ ଆୟୋଜନ ଉପରେ କଟକଣା ଲଗାଯାଇଛି । ୧୦ ଦିନ ଯାଏଁ କୌଣସି ଧାର୍ମିକ କାର୍ୟ୍ୟକ୍ରମ ହୋଇପାରିବନି । 

ପାକିସ୍ତାନ ଉପରେ ଭାରତ ପହଲଗାମ୍ ପ୍ରତିଶୋଧ ନେଉଥିବା ବେଳେ ପ୍ରକୃତି ନବି ପ୍ରତିଶୋଧ ନେଉଛି । ଗୋଟିଏ ପଟେ ଭାରତ ପାକିସ୍ତାନ ସମ୍ପର୍କରେ ଅନେକ କଠୋର ନିଷ୍ପତ୍ତି ନେଇଛି ଏବଂ ଅନ୍ୟପଟେ ପଡ଼ୋଶୀ ଦେଶ ଏବେ ପ୍ରକୃତିର କୋପର ସାମ୍ନା କରୁଛି । କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ପିଓକେରେ ବନ୍ୟା ଆଶଙ୍କା ରହିଛି । ଚେନାବ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜମ୍ମୁ ଏବଂ କାଶ୍ମୀରର ଅଖନୁର ସେକ୍ଟରରେ ପ୍ରବଳ ବର୍ଷା ହେବା ପରେ ଚେନାବ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା, ଯାହା ଫଳରେ ପାକିସ୍ତାନର ଅନେକ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ।

ଗତ ମାସରେ ଭାରତ ପାକିସ୍ତାନର ମୁଜାଫରାବାଦର ହଟିନ୍ ବାଲା ଅଞ୍ଚଳରେ ଝେଲମ୍ ନଦୀରେ ପାଣି ଛାଡ଼ିଥିଲା । ଏହି କାରଣରୁ, ମୁଜାଫରାବାଦ ପ୍ରଶାସନ ଜଳ ଜରୁରୀକାଳୀନ ଘୋଷଣା କରିଥିଲା । ଝେଲମ୍ ନଦୀରେ ପାଣି ଛାଡିବା ଯୋଗୁଁ ମୁଜାଫରାବାଦରେ ହଠାତ୍ ଭୟଙ୍କର ବନ୍ୟା ଆସିଥିଲା । ଉରିରେ ଅନନ୍ତନାଗ ଜିଲ୍ଲାରୁ ଚାକୋଠିରେ ପାଣି ପ୍ରବେଶ କରିବାରୁ ଝେଲମ ନଦୀରେ ହଠାତ୍ ବନ୍ୟା ଆସିଥିଲା, ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଏବଂ ଆତଙ୍କ ସୃଷ୍ଟି ହୋଇଥିଲା ।