ନୂଆଦିଲ୍ଲୀ: ପହଲଗାମ୍ ହମଲାର ବଦଲା ନେଲା ଭାତର । ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀଙ୍କୁ ନିପାତ କଲା ଭାରତ । ଅଧ ରାତିରେ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତ । ପିଓକେ ଏବଂ ପାକିସ୍ତାନରେ ପଶି ଆତଙ୍କୀଙ୍କୁ ଖୋଜି ଖୋଜି ମାରିଛନ୍ତି ଭାରତୀୟ ସେନା ।
ତେବେ ଇତିମଧ୍ୟରେ ଅପରେସନ ସିନ୍ଦୂର ନେଇ ସେନା ପକ୍ଷରୁ ପ୍ରେସମିଟ୍ କରାଯାଇଛି । ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରତିକ୍ରିୟା ରଖି ପହଲଗାମ୍ ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କୀ ହମଲା ଅତି ଗମ୍ଭୀର ଘଟଣା ବୋଲି କହିଛନ୍ତି । ତେବେ ପରିବାର ସାମ୍ନାରେ ସେମାନଙ୍କ ଆତ୍ମୀୟଙ୍କୁ ହତ୍ୟା କରିବା ଏବଂ ସେମାନଙ୍କୁ ଟାର୍ଗେଟ୍ କରି ମୁଣ୍ଡକୁ ଗୁଳି କରି ହତ୍ୟା କରିବା ଅତି ବର୍ବରକାଣ୍ଡ । ଭୀରୁ ଭଳି ହତ୍ୟା କରି ଏହାର ବାର୍ତ୍ତା ଦେବାକୁ କହିଥିଲେ ଆତଙ୍କବାଦୀ ।
#WATCH | Delhi | #OperationSindoor| Foreign Secretary Vikram Misri says, "...The attack in Pahalgam was marked with extreme barbarity, with the victims mostly killed with head shots at close range and in front of their family...the family members were deliberately traumatised… pic.twitter.com/UYTYo0D45d
— ANI (@ANI) May 7, 2025
ଜାମ୍ମୁକାଶ୍ମୀରର ବିକାଶ ରୋକିବାକୁ ଏବଂ ଜାମ୍ମୁକାଶ୍ମୀରର ଶାନ୍ତି ଭଙ୍ଗ କରିବାକୁ ଆକ୍ରମଣ ହୋଇଥିଲା ବୋଲି ବିକ୍ରମ କହିଥିବା ବେଳେ ପହଲଗାମ୍ ହମଲାରେ ପାକିସ୍ତାନର ହାତ ରହିଛି ବୋଲି କହିଛନ୍ତି । ଏଥିସହ ଟିଆରଏଫ, ଲସ୍କର-ଏ-ତୋଏବାର ବି ସମ୍ପୃକ୍ତି ରହିଛି । ପାକିସ୍ତାନ ଆତଙ୍କୀଙ୍କ ପେଣ୍ଠସ୍ଥଳ ଭାବେ ପରିଚିତ । ଏଠାରେ ଆତଙ୍କବାଦୀମାନେ ଆଶ୍ରୟ ନିଅନ୍ତି, ପାକିସ୍ତାନ ପାଖରେ ଶରଣ ପଶନ୍ତି । ଆତଙ୍କୀ ଏବଂ ଆତଙ୍କବାଦୀଙ୍କୁ ପୋଷୁଥିବା ଦେଶକୁ ଜବାବ ଦିଆଯାଇଛି । ଆତଙ୍କବାଦୀଙ୍କ ଦମନ ଭାରତର ଅଧିକାର ବୋଲି ବିକ୍ରମ ମିଶ୍ରି କହିଛନ୍ତି ।