ଶ୍ରୀନଗର: ସଞ୍ଜ ନଉଁ ନଉଁ ସୀମାରେ ପୁଣି ସକ୍ରିୟ ହେଲା ପାକିସ୍ତାନ । ଅନ୍ଧାର ଆସୁ ଆସୁ ହିଁ ଆରମ୍ଭ କରିଦେଲା ଗୁଳିମାଡ଼ । ଜମ୍ମୁ କାଶ୍ମୀର ଉରିରେ ପାକିସ୍ତାନ ପଟୁ ଗୁଳିମାଡ ହେଉଥିବା ସୂଚନା । ପୁଞ୍ଚରେ ବି ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ ଜୋରଦାର ଆରମ୍ଭ ହୋଇଛି ।
#WATCH | Uri, J&K: Gunshots and explosions heard as Pakistan resumes arms and artillery fire along the LOC in Uri sector.
— ANI (@ANI) May 9, 2025
Visuals deferred by unspecified time. pic.twitter.com/7AngrvttIp
ଗତକାଲି ରାତିରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ତେବେ ଗତକାଲି ରାତି ୮ଟାରୁ ୧୧ଟା ୩୦ ଯାଏଁ ପାକିସ୍ତାନ ଲଗାତାର ଭାବେ ଡ୍ରୋନ ଆକ୍ରମଣ କରିଥିଲା । ଅନ୍ଧାର ହେଉ ହେଉ ଆକାଶରୁ ଆକ୍ରମଣ କରିଥିଲା ପାକିସ୍ତାନ । ଭାରତର ୩୬ଟି ସ୍ଥାନକୁ ଟାର୍ଗେଟ୍ କରି ଡ୍ରୋନ ହମଲା କରିଥିଲା। ଯାହାର ଜବାବ ଏସ-୪୦୦ ଏବଂ ଅନ୍ୟାନ୍ୟ ଆଣ୍ଟି ମିସାଇଲ ସିଷ୍ଟମ୍ ଦେଇଥିଲା । ତୁର୍କୀ ଡ୍ରୋନରେ ଭାରତ ଉପରେ ପାକିସ୍ତାନ ଆକ୍ରମଣ କରିଥିବା ବେଳେ ସମସ୍ତ ୪୦୦ ଡ୍ରୋନ୍ ଫୁସକି ଯାଇଛି ।