ନୂଆଦିଲ୍ଲୀ: ପାକିସ୍ତାନରେ ବ୍ୟାନ୍ ହେଲା ଭାରତୀୟ ସଙ୍ଗୀତ । ଭାରତୀୟ ଗୀତ ଉପରେ କଟକଣା ଲଗାଇଲା ପାକିସ୍ତାନ । ଏଫଏମ ରେଡିଓରେ ବାଜିବନି ଭାରତୀୟ ଗୀତ । ଭାରତର ଗୀତ ପାକିସ୍ତାନରେ ବ୍ୟାନ ନେଇ ପାକିସ୍ତାନ ବ୍ରଡକାଷ୍ଟର୍ସ ଆସୋସିଏସନର ନିଷ୍ପତ୍ତି ।
ଭାରତୀୟ ଗୀତ ବିଶେଷକରି ଲତା ମଙ୍ଗେସକର, ମହମ୍ମଦ ରଫି, କିଶୋର କୁମାରଙ୍କ ଭଳି ମହାନ କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କ ଗୀତଗୁଡ଼ିକ ପାକିସ୍ତାନୀମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିବାରୁ ଏହାକୁ ପ୍ରତିଦିନ ପାକିସ୍ତାନର ଏଫଏମ ରେଡିଓ ଷ୍ଟେସନଗୁଡ଼ିକ ଦ୍ୱାରା ବଜାଇ ଦିଆଯାଏ । ତେଣୁ ଏବେ ଏସବୁ ଗୀତ ଉପରେ କଟକଣା ଲଗାଇଯାଇଛି ।
ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ପାକିସ୍ତାନ ଉପରେ ଆକ୍ସନ ନେଉଥିବା ଭାରତ । ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିବା ସହ ସେମାନଙ୍କୁ ୟୁଟ୍ୟୁବ, ଇନଷ୍ଟାଗ୍ରାମ ଏବଂ ଅନ୍ୟ ସୋସିଆଲ ମିଡିଆକୁ ଭାରତରେ ବ୍ୟାନ୍ କରାଯାଇଛି । ଏଥିସହ ବିଭିନ୍ନ ଖେଳାଳୀଙ୍କ ଉପରେ ବି ଆକ୍ସନ ନିଆଯାଇଛି । ଯେଉଁଥିରେ ବିଳିବିଳେଇ ହୋଇ ପାକିସ୍ତାନ ଭାରତୀୟ ଗୀତ ଉପରେ କଟକଣା ଲଗାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/01/cbmzn9lo2qU8hILgq8Ku.jpg)